ଭୁଷୁଡିଲା ତାମସା ମୁଖ୍ୟ କେନାଲ  

ମାଲକାନଗିରି, ୨୨/୪(ଏସଏସନିୟୁଜ) ଭୁଷୁଡି ଲା । ମାଲକାନଗିରି ର ତାମସା ମୁଖ୍ୟ କେନାଲ  ।କେନାଲ ଭୁଷୁଡିବା ଯୋଗୁ  ଦୋରିଗୁଡାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଫଳରେ ହଜାରେହଜାରେ ଏକର ଚାଷଜମି  ଜଳମଗ୍ନ ହବାସହ ଅନେକ ଘର ଦ୍ୱାର ଭାଙ୍ଗି ନଷ୍ଟ ହୋଇଛି । କୃତ୍ରିମ ବନ୍ୟା ଯୋଗୁଁ କେବଳ ବିଲବାଡ ନୁହଁ ବରଂ ଏମ.ପି.ଭି ୨ ଗାଁର କେନାଳ କୁଳିଆ ଲୋକଙ୍କ ଘରେ ପାଣି ପଶିଯାଇଛି । ଚିନାବାଦାମ ଓ ଧାନ ଫସଲ ଗ୍ଦବଷ  ମାଛ ଚାଷ ପୋଖରି ଭାଙ୍ଗି କୃତୀମ ବନ୍ୟାରେ ମାଛ ଭାସି ଯାଇଛି । ଦୋରିଗୁଡା ଏମ.ପି.ଭି ୨ ଗାଁ ନିକଟରେ ଏକ ଫାଟ ସୃଷ୍ଟି ହୋଇଥିବା ନେଇ  ଆଗରୁ ବହୁବାର  ଗ୍ରାମବାସୀମାନେ ଜଳ ସଂପଦ ବିଭାଗର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଅଧରକାରୀଙ୍କ ନୀଦ ଭାଙ୍ଗିନଥିଲା ଯାହାଫଳରେ ସାଧାରଣଲୋକ ଦୁର୍ଦ୍ଦଶାର ସମ୍ମୁଖିନ ହେବାକୁ ପଡିଛି ।

Comments (0)
Add Comment