କଟକ, ୨୯।୧୦(ଏସଏସନିଉଜ) ବାରଙ୍ଗ ମୁଖ୍ୟରାସ୍ତା କଡ଼ ବଛିପୁର ଗାଁ ପାଖରେ ସନ୍ଦେହ ଅବସ୍ଥାରେ ଥୁଆ ହୋଇ ଥିବା ଏକ ବାଇକକୁ ବୁଧବାର ପୋଲିସ ଉଦ୍ଧାର କରିଛି ।
ପ୍ରକାଶଯେ, ବାରଙ୍ଗ ମୁଖ୍ୟରାସ୍ତାର ବଛିପୁରଛକ ନିକଟ ରାସ୍ତା କଡ଼ରେ ଓଡି ୩୩ଏଏସ ୦୩୮୪ ନମ୍ୱର ଏକ ବାଇକଟି ଥୁଆ ହୋଇଥିଲା। ୪ଦିନ ହେବ ବାଇକଟିକୁ କେହି ନନେବାରୁ ସ୍ଥାନୀୟ ଲୋକମାନଙ୍କର ସନ୍ଦେହ ହୋଇଥିଲା। ବୁଧବାର ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସନ୍ଦେହଜନକ ଅବସ୍ଥାରେ ରହିଥିବା ବାଇକଟିକୁ ଉଦ୍ଧାର କରି ଥାନାକୁ ଆଣିଛି।ଉକ୍ତ ବାଇକ ନମ୍ୱରରୁ ଇନଫୋସିଟି ଥାନା ଅନ୍ତର୍ଗତ ମୁଣ୍ଡାସାହିର ଶେଖ ରହିବୁନଙ୍କର ଗାଡି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା।ତେବେ କେଉଁ ପରିସ୍ଥିତିରେ ବାଇକ୍ ଟି ଏଠାକୁ ଆସିଲା ଓ ପକୃତ ଗାଡିମାଲିକ କିଏ ତାହା ଜାଣିବାପାଇ ପୋଲିସ ରହିବୁନଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ ଆରମ୍ଭ କରିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)