ବିକ୍ଷୋଭ କଲେ ଦାବୀପତ୍ର ଦେଲେ ଆଦିବାସୀ ଅଧିକାରମଞ୍ଚ

ମେଣ୍ଢାଶାଳ,୯ା୮(ଏସଏସନିଉଜ) ବୁଧବାରଦିନ ବିଶ୍ୱ ଆଦିବାସୀ ଦିବସ ଅବସରରେଓଡିଶା ଆଦିବାସୀ ଅଧିକାରମଞ୍ଚ ତରଫରୁ ଦଫା ସମ୍ଭଳିତ ଦାବୀପତ୍ର ପ୍ରଦାନ କରାଯାଇଛି ।ଆଦିବାସୀମାନେ ଏସଓଜି ଓ ଗୋଡିବାରିଠାରୁ ପୃଥକପୃଥକଭାବେ ବିରାଟ ପଟୁଆରରେ ଆସି ପ୍ରଥମେ ଚନ୍ଦକା ଫରେଷ୍ଟ ଅଫିସ ଓ ପରେ ଚନ୍ଦକା ରାଜସ୍ୱକାର‌୍ୟ୍ୟାଳୟ ପାଖକୁ ଆସି ବିକ୍ଷୋଭ ପର୍ଦଶନ କରିଥିଲେ । ଏଥିରେ କୃଷକନେତା ଜଗନ୍ନାଥ ମିଶ୍ର, ସିପିଆଏମଖଖୋର୍ଦ୍ଧାଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ , ଓଡିଶା ଆଦିବାସୀ ଅଧିକାର ମଞ୍ଚ ରାଜ୍ୟସମ୍ପାଦକ ସାଲମାରାଣ୍ଡି, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଚନ୍ଦକା ଆଞ୍ଚଳିକ କମିଟି ସମ୍ପାଦକ ରବୀନ୍ଦ୍ର ଟୁଡୁ , ଓଡିଶା କ୍ଷେତମଜଦୁର ୟୁନିଅନ ରାଜ୍ୟ କମିଟି ସଭ୍ୟ ଜୟ ପ୍ରକାଶ ଭଞ୍ଜଦେଓ . ଚାମ୍ବୁରୁ ସୋରେନ, ମଦନ ମାରାଣ୍ଡି, ଦାସମା ହେସା, ଗଣେଶ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ପରିବେଶବିରୋଧି ,ଆଦିବାସୀ ବିରୋଧି ଜଙ୍ଗଲସଂରକ୍ଷଣଆଇନ୨୦୨୩କୁ ବାତିଲ କରିବା, ମଣିପୁରରେ ମହିଳା,ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଏବଂ ସାମ୍ପ୍ରଦାୟିକ ଜାତିଆଣ ଦଙ୍ଗାକୁ ବନ୍ଦ କରିବାପାଇଁ ରଷ୍ଟ୍ରପତିଭବନ ତରଫରୁ ହସ୍ତକ୍ଷପ କରିବା,ଚଳିତଜନଗଣନାରେ ଆଦିବାସୀ ଅସ୍ମିତା , ଧର୍ମଧାରଣାକୁ ସମ୍ମାନ ଦେବାପାଇଁ ଅଲଗାକଲମକୋଡ ରଖାଯିବା ଆଦି ବିଷୟ ଉପରେ ମତବ୍ୟକ୍ତ କରିଥିଲେ ।ବାତିଲହୋଇଥିବା ଜମିପଟାର ପୁନର୍ବାର ପ୍ରଚଳନ ସହ ଖଜଣା କାଟିବା,ଡେରାଶ,କୁମାରଖୁଂଟି,ଝୁମକା ଡ୍ୟାମର କେନାଲର ପୁନଃଉଦ୍ଧାର କରାଯାଇ ଜଲସେଚନର ବ୍ୟବସ୍ଥା କରିବା,ଚୁଡଙ୍ଗଗ୍ରାମର ଆଦିବାସୀଙ୍କ ଚାଷଜମି ଓ ଜନବସତିକୁ ଜଙ୍ଗଲକବିଭାଗର ପାଚେରୀଘେରାରୁ ବାଦ କରିବା,ଦଖଲରେ ଥିବା ଭୁମିହିନପରିବାରମାନଙ୍କୁ ଘରଡିହ ଓ ଦଖଲଜମିର ପଟାପ୍ରଦାନ ଆଦି ୧୦ଦଫା ଦାବୀ ସମ୍ଭଳିତ ଦାବୀପତ୍ର ଉପଜିଲ୍ଲାପାଳ,ଚନ୍ଦକା ଡିଏଫଓଙ୍କ ଉଦ୍ଦେଶ୍ୟରେ ରାଜସ୍ୱନିରୀକ୍ଷକ ଓ ଚନ୍ଦକା ରେଞରଙ୍କୁ ପ୍ରଦାନ କରିଥିଲେ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment