ବିନାଭକ୍ତରେ ହେବ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ମଙ୍ଗବାର ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ।ଏଥର କରୋନାପାଇଁ ବିନାଭକ୍ତରେ ଚାଲିବ ରଥ । ରଥଦାଣ୍ଡ ହେବ ଭକ୍ତଶୂନ୍ୟ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ ।ଏହାସହ ସାଧାରଣ ଭକ୍ତଙ୍କ ପାଇଁ କଟକଣା ଜାରି କରିଛି କମିସିନେରେଟ ପୋଲିସ । ଯାନବାହାନର ନିୟନ୍ତ୍ରିତ ପାଇଁ ଓ ସାଧାରଣ ଲୋକଙ୍କ ସୁବିଦା ଦୃଷ୍ଟିରୁ ମାଉସୀ ମା’ ଛକଠାରୁ ରଥ ରୋଡରେ ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ରଥ ରୋଡ ସହିତ ସଂଯୋଗ ରାସ୍ତା କିମ୍ବା ଗଳିରି ରୁ କୌଣସି ଯାନବାହାନ ରଥ ରୋଡରେ ଯିବା ଆସିବା କରିପାରିବେ ନାହିଁ ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ରଥ ଖଳାଠାରୁ ରଥ ରୋଡରେ ଯିବାକୁଥିବା ଗାଡିମଟର ଗୁଡିକ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇ ପାରିବେ ।ନୀୟମ ଉଲ୍ଲଂଘନ କଲେ ୫୦୦ଟଙ୍କା କିମ୍ଭା ସର୍ବାଧିକ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହୋଇଥିବା ଏହି କଟକଣା କାଲି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଲାଗୁହେବା ସହ ୧୪୪ ଜାରି ହେବ ।

Comments (0)
Add Comment