ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼…

ଆଠଗଡ଼,୨୧ା୪(ଏସଏସନିଉଜ)ଜେମାଦେଇପୁରରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ଜେମାଦେଈପୁରରେ ଥିବା ଏକ ଢାବା ପାଖରେ ବୋମାମାଡ଼ ହୋଇଛି । ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡାଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ କରିଛନ୍ତି ୬ରୁ ୮ ଦୁର୍ବୃତ୍ତାସୈାବାଗ୍ୟବଶତ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡା ।ଘଟଣାପରେ ଦୁର୍ବୁତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମା ଓ ଗୁଳିମାଡ଼ରେ ଭାବଗ୍ରାହୀଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି ।

Comments (0)
Add Comment