ବିଏମ୍‌ସିର ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର୨/୪(ଏସଏସନିୟୁଜ) ରାଜଧାନୀରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ନୂଆ ମାର୍ଗଦର୍ଶିକା ଜାରି କରିଛି ।ଏହି ମାର୍ଗଦର୍ଶିକା ଅନୁଯାୟୀ ବିବାହରେ କେବଳ ୧୦୦ ଜଣ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ । ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟ ଭୁବନେଶ୍ୱରରେ ହୋଇପାରିବନି । ଏହି କଟକଣା ଏପ୍ରିଲ ୬ ତାରିଖରୁ ଲାଗୁ ହେବାକୁ ଯାଉଛି ବୋଲି ବିଏମସି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Comments (0)
Add Comment