Browsing category

ମହାନଗର

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

କଟକ,୨୯।୭(ଏସଏସନିଉଜ)ପବିତ୍ର ଗୁରୁପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଲୋକସମ୍ପର୍କବିଭାଗ ପକ୍ଷରୁ କଟକ ବଡ଼ମେଡିକାଲ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଓ ରକ୍ତକେନ୍ଦ୍ର ସହଯୋଗରେ ଏକ ମେଗାରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମୁଦାୟ ୮୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ବିଭାଗ ମୁଖ୍ୟପ୍ରଫେସର ଡ.ସ୍ମିତା ମହାପାତ୍ର ମଧ୍ୟ ଶିବିରରେ ଉପସ୍ଥିତଥିଲେ।ଏଥିସହ ବଡ଼ମେଡିକାଲ ରକ୍ତ କେନ୍ଦ୍ରରୁ ଆସିଥିବା ଟିମ୍ ରକ୍ତସଂଗ୍ରହ କରିଥିଲେ।ରାଷ୍ଟ୍ରପତିଙ୍କ ସଚିବାଳୟ ଉପଦେଷ୍ଟା ପ୍ରଫେସର ଡ. ବିଜୟଲକ୍ଷ୍ମୀମହାନ୍ତି ମଧ୍ୟ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମେଗାରକ୍ତଦାନ ଶିବିରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ […]

ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର,୨୯।୭(ଏସଏସନିଉଜ)ଦେଶର ଅନ୍ୟତମ ପ୍ରମୁଖ ବାଘ ସଂରକ୍ଷଣ କେନ୍ଦ୍ର ଭାବେ ପ୍ରତିଷ୍ଠିତ ନନ୍ଦନକାନନ ବିଶ୍ଵଦରବାରରେ ଆନ୍ତର୍ଜାତିକ ସ୍ତରର ଚିଡ଼ିଆଖାନା ହେବାକୁ ଯାଉଛି।ଏଥିପାଇଁ ପଶୁପକ୍ଷୀ ଅଦଳବଦଳ ସାଙ୍ଗକୁ ନୂଆ ପ୍ରଜାତି ପଶୁପକ୍ଷୀମାନଙ୍କୁ ଆଣିବା ପ୍ରକିୟା ଆରମ୍ଭହୋଇଛି ଓ ସେମାନଙ୍କ ଖୁଆ ଡକୁ ମଧ୍ୟ ନୂତନ ଜ୍ଞାନକୌଶଳରେ ନିର୍ମାଣଚାଲିଛି ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ ଅବସରରେ ମନ୍ତ୍ରୀ ଖୁଣ୍ଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି […]

ଆସୁଛି ବନ୍ୟା!

ଭୁବନେଶ୍ବର,୨୮।୭(ଏସଏସନିଉଜ)ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ସଂଧ୍ୟାସୁଦ୍ଧା ବୈତରଣୀରେ ଆସିବ ବଡ଼ ବନ୍ୟା। ସାଳନ୍ଦୀ,ଜଳକା ଓ ବୈତରଣୀରେ ବନ୍ୟାଆଶଙ୍କା। ବନ୍ୟା ପାଇଁ ଚାନ୍ଦବାଲି, ଧାମନଗର,ଯାଜପୁର,ବସ୍ତା,ବାଲେଶ୍ୱର ସହର ପ୍ରଭାବିତ। ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।

ଭୁବନେଶ୍ବରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।

ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।

ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।

ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ

ଭୁବନେଶ୍ୱର,୨୮।୭(ଏସଏସନିଉଜ)ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।ସିବାରାମ ବିଶ୍ୱାଳଙ୍କ ଘରୁ ₹3.86 ଲକ୍ଷ ନଗଦ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ […]

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ।ଦୀଘା ନିକଟତର ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳହୋଇ ଅତିକ୍ରମ କଲା। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମଦିଗକୁ ଗତି କରିବ।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଦେଇ ଗତି କରିବ।ଏହାର ପ୍ରଭାବରେ ରାଜ୍ୟର ଲଗାଣବର୍ଷା ଲାଗିରହିଛି।ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ, ସମ୍ବଲପୁରରେ ଆଜି ସବୁ ସ୍କୁଲ ବନ୍ଦ ରହିଛି।ସବୁ ସରକାରୀ,ଘରୋଇସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରହିଛି। ଗଭୀରଅବପାତ ପ୍ରଭାବରେ ବାଲେଶ୍ବରରେ ଲଗାଣବର୍ଷା ଲାଗିରହିଛି।ସକାଳ […]

ଡିଭାଇଡର ଡେଇ ସ୍କୁଟିକୁ ଧକ୍କା

ମେଣ୍ଢାଶାଳ,୨୬।୭(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଗୋଡ଼ିବାରୀ ହାତୀଅଭ୍ୟାରଣ୍ୟ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଭାରିଯାନ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ଆରପଟ ରାସ୍ତାରେ ଯାଉଥିବା ସ୍କୁଟିକୁ ପିଟିଛି ।ଦୁର୍ଘଟଣା ଘଟେଇଥିବା ଡ୍ରାଇଭର ଜଣକ ଚନ୍ଦକାଥାନାରେ ଅଟକ ରହିଥିବବେଳେ ପୋଲିସ ଗାଡ଼ିକୁ ଜବତ କରିଛି।ମୃତ ବ୍ୟକ୍ତି ଜଣଙ୍କ ଗୋଡ଼ିବାରୀ ଗ୍ରାମର ବିରଞ୍ଚି ବୋଲି ଜଣାପଡିଛି ।ଚନ୍ଦକା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ ।