Browsing category

ମହାନଗର

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]

କାଳବୈଶାଖୀ ବର୍ଷାରେ ବେହାଲ ବାରଙ୍ଗ ଅଞ୍ଚଳ

ଭୁବନେଶ୍ୱର,୭।୬(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ।ସୋମବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୩ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ।ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ରଘୁନାଥ ପୁର ଗ୍ରାମ ପରାସ ଆଭେନୁ ଠାରେ ନିକଟ ମୁଖ୍ୟ ରାସ୍ତା […]

ଚନ୍ଦକା ପୋଲିସର ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ୱର,୭।୬(ଏସଏସନିଉଜ) ଗତ କିଛି ଦିନ ନିରବତା ପରେ ପୁଣି ଚନ୍ଦକା ଅଞ୍ଚଳରେ ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ରୋକ ଲଗାଇବା ପାଇଁ ଚନ୍ଦକା ପୋଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି ରବିବାର ରାତିରେ ଚନ୍ଦକା ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ୪ ଟି ଚୋରା ପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ୪ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଯୋଗ୍ୟଯେ ,ରବିବାର ରାତିରେ ଥାନା […]

ନୂଆଦଳ ଗଢ଼ିବେ ଆନ୍ନାମଲାଇ

ଭୁବନେଶ୍ୱର,୫।୬(ଏସଏସନିଉଜ)ନୂଆଦଳ ଗଠନ କରିବେ ବୋଲି କହିଛନ୍ତି କେ. ଆନ୍ନାମଲାଇ। ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢ଼ିବେ କହିଲେ ଆନ୍ନାମଲାଇ।ତାମିଲନାଡ଼ୁରେ ଆରମ୍ଭ ହେବ ଏକ ନୂଆ ରାଜନୈତିକ ଆନ୍ଦୋଳନ।ନୂଆ ରାଜନୈତିକ ଆନ୍ଦୋଳନରେ ବଂଶବାଦର କୌଣସି ସ୍ଥାନ ନାହିଁ।ଗତ ୧୮ମାସ ହେବ ଏକାଧିକ ପ୍ରସଙ୍ଗରେ ବିଜେପି ସହ ଅସହମତି ଥିଲା।ଆସନ୍ତା ନିର୍ବାଚନରେ ମୋଦଳ ଲଢ଼ିବ ବୋଲି କହିଛନ୍ତି ଆନ୍ନାମଲାଇ।

ବଢ଼ିପାରେ ଖରାଛୁଟି ଅବଧି – ମନ୍ତ୍ରୀ

ଭୁବନେଶ୍ୱର,୫।୬(ଏସଏସନିଉଜ) ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।ଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ନକମିଲେ ସ୍କୁଲ ଛୁଟି ବଢ଼ିପାରେ କହିଛନ୍ତି ମନ୍ତ୍ରୀ।ଜୁନ୍‌ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା ।

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୪।୬(ଏସଏସନିଉଜ)ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।ଦେବାଶିଷ ସାମନ୍ତରାୟ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ନିକଟରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ ଦେବାଶିଷ।ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ।

ବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା

ଭୁବନେଶ୍ୱର,୪।୬(ଏସଏସନିଉଜ)ସୌମ୍ୟ ହତ୍ୟା ଘଟଣାର ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି ରହିଛି।ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା କରାଯାଇଛି।ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର ହୋଇଛନ୍ତି।ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC।

କେରଳମ୍ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର,୪।୬(ଏସଏସନିଉଜ)କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଦିଆଯାଇଛି।ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ।ମେ୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD।

ବାରଙ୍ଗ ଥାନାରେ ଏଚଆରପିସି ଟିମ୍

କଟକ,୨।୬(ଏସଏସନିଉଜ) ମଙ୍ଗଳ ବାରଦିନ ଜାତୀୟ ମାନବାଧିକାର କମିଶନଙ୍କ ତିନିଜଣିଆ ଦଳ ବାରଙ୍ଗ ଥାନାକୁ ଆସି ଯାଞ୍ଚ କରି ଫେରିଛନ୍ତି। ଏଚଆରପିସି ଆଡ଼ିସନାଲ ଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩ଜଣିଆ ଦଳ ଘଟଣାଦିନର ବାରଙ୍ଗ ଥାନାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କାଗଜପତ୍ର ମାଗିଛନ୍ତି।ଏସସିବି ମେଡ଼ିକାଲକୁ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି।ତେବେ ରାକେଶ ଭଲ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ବୋଲି ଆସିଥିବା ଦଳ ସୂଚନା ଦେଇଛନ୍ତି।ଏହାସହ […]