Browsing category

ମହାନଗର

ବିଜେଡିରୁ ବିଦାହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବିଜେଡିଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡା ।ସୁଧାଂଶୁ ଶେଖର ପରିଡା ରେମୁଣା ବିଧାୟକ ହୋଇଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ।ଉଭୟଙ୍କୁ ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ସୌମ୍ୟରଞ୍ଜନ ପଟ୍ଟନାୟକନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ତେବେ ବିଜେଡିରେ ରହି ଦଳ ବିରୋଧରେ କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁ ଉଭୟଙ୍କୁ ବହିଷ୍କାର କରାଯାଇଛି […]

ମହିମାଗାଦିରେ ଲାଗିଲା ଝାଡ଼ଦ୍ୱୀପ

ମେଣ୍ଢାଶାଲ,୨୦।୯(ଏସ ଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଦିତୀୟା ତିଥି ବୁଧବାର ଅପରାହ୍ନରେ ସାଧୁ ଭୋଜନ. ଘୃତବତୀ ପ୍ରଜ୍ୱଳନ ଅନୁଷ୍ଠିତ ହୋଇଯାଇଛ  !ଏଥି ସହିତ ସାୟଂ ସରଣଦର୍ଶନ. ବିଶ୍ୱ ବ୍ରହ୍ହ୍ମାଣ୍ଡର ମଙ୍ଗଳ ପାଇଁ ସମବେତ ପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା ।ସାଧୁ ସନ୍ଥମାନେ ଅହୋରାତ୍ର ଭଜନ ଗାୟନରେ ମଜି ଯାଇଥିଲେ  l ସିଦ୍ଧସାଧୁ ବ୍ରହ୍ମଲୀନ ଅବଧୁତ ଜୟକୃଷ୍ଣବାବାଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୁତ ବ୍ରଜବନ୍ଧୁ ବାବାଙ୍କ […]

ନୂଆଖାଇରେ କାଳିଆଭେଟି

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଖାତାକୁଗଲା କାଳିଆ ଟଙ୍କା।ଚାଷୀଙ୍କଖାତାକୁ ଗଲା ୯୦୦ କୋଟିର କାଳିଆ ଟଙ୍କା।ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟି।୨୦୨୩-୨୪ ରବି ଫସଲ ପାଇଁ ଦିଆଗଲା ସହାୟତା।୪୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ।ପ୍ରତ୍ୟେକ ଖାତାରେ ଜମା ହେଲା ୨-୨ ହଜାର ଟଙ୍କା।

ପ୍ରମିଳାହେବେ ବିଜେଡି ବାଚସ୍ପତିପ୍ରାର୍ଥୀ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ରାଜସ୍ୱମନ୍ତ୍ରୀ ପ୍ରମିଳାମଲ୍ଲିକ ହେବେ ବାଚସ୍ପତିପ୍ରାର୍ଥୀ।ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ବିଜେଡି।ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା୨୨ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡିଛି।

କ୍ରୀଡ଼ାବିତ ଚୟନରେ ପାତରଅନ୍ତର

ଭୁବନେଶ୍ୱର,୧୮।୯(ଏସଏସନିଉଜ)ଜାତୀୟସ୍ତରର ଜିମ୍ନାଷ୍ଟିକ ଖେଳାଳିଙ୍କୁ ଅଣଦେଖା ସମ୍ପର୍କରେ ମୁହଁଖୋଲିଛନ୍ତି ତାଙ୍କ ମାଆ ମୀରାରାଣୀ ଦାସ। ମିରାରାଣୀ ହେଉଛନ୍ତି ଜେଏମ୍ସ ଏକାଡେମୀର ଅଧକ୍ଷା। ତାଙ୍କର ଝିଅ ହେଉଛନ୍ତି ରିତିକା ।ସେ କଟକ ଦିଲ୍ଲୀପବ୍ଳିକସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଗତ ୩ବର୍ଷ ହେଲେ ସେ କଟକଜିଲ୍ଲା ତରଫରୁ ସ୍କୁଲ ଗେମ୍ ଅଫ୍ ଫେଡେରେସନ ଦ୍ୱାରା ଆୟୋଜିତ ଜିମ୍ନାଷ୍ଟିକ ଖେଳରେ ଜାତୀୟ ସ୍ତରରେ ଭାଗ ନେଇଆସିଛନ୍ତି। ମାତ୍ର ଚଳିତବର୍ଷ ତାଙ୍କୁ ଏ ଖେଳରୁ ବଞ୍ଚିତ କରାଯାଇଛି । ରିତିକା ୨୦୨୧-୨୨ ମସିହାରୁ […]

ଗଣେଶପୂଜାରେ ଅଘଟଣ

ବାରଙ୍ଗ,୧୯।୯(ଏସଏସନିଉଜ)ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି।ଗଣେଶମୂର୍ତ୍ତି ନେଇ ଆସିଲାବେଳେ ୧୧ କେଭିତାରରେ ଲାଗିଲା ମୂର୍ତ୍ତି।ଯାହାଫଳରେ ୨ଜଣ ଛାତ୍ର ଓ ଜଣଛାତ୍ରୀ ଟ୍ରାକ୍ଟରରେ ବଡ଼ ମୂର୍ତ୍ତି ନେଇ ଆସୁଥିବା ବେଳେ ଅଭାବନୀୟ ଘଟଣା ଘଟିଲା। ୧୧କେଭି ତାର ଲାଗିବାରୁ ଜଣେଛାତ୍ର ଘଟଣା ସ୍ଥଳରେ ମୃତୁବରଣ କରିଥିବାବେଳେ ଜଣେଛାତ୍ରୀ ଓ ଜଣେଛାତ୍ର ଗୁରୁତର ଆହତ ହୋଇ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

କାଠକଟାମେସିନ ଚୋରୀକରି ଧରାପଡିଲା

ବାରଙ୍ଗ,୧୮ା୮(ଏସଏସନିଉଜ) କାଠଗୋଲାଡିପୋରୁ କାଠ କଟା ମେସିନ ଚୋରୀ କରି ନେଇଯାଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛିା ସିଏ ହେଉଛନ୍ତି ନରସିଂହପୁର ବାଲିସାହିର ଦିପୁରଞନଭଟ ।ନନ୍ଦନକାନନଥାନା ପାଖରେ ଥିବା ଏକ କାଠଗୋଲାଡିପୋରେ ଦିପୁ କାମକରୁଥିଲ।।ବୁଧବାରଦିନ ଡିପୋରେ କେହିନଥିବାର ସୁଯୋଗରେ ଦିପୁ କାଠ କଟା ମେସିନ ଚୋରୀ କରିନେଇଯାଇଥିବାର ଡିପୋମାଲିକ ସୁଧୀର କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୩ା/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତକରିବାସହ ନନ୍ଦନକାନନ ଗୋଲେଇ ଛକ ବସଷ୍ଟପରୁ ଦିପୁକୁ ରବିବାରରାତିରେ କାବୁକରି […]

୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !

ବାରଙ୍ଗ,୧୮ା୯(ଏସଏସନିଉଜ)ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବାଭଳି ଲଜ୍ୟାଜନକ ଘଟଣା ରବିବାରରାତିରେ ବାରଙ୍ଗଥାନା ଅଧିନସ୍ଥ ଅରିଲୋ ଗ୍ରାମରେ ଘଟିଛି ।ଜଣେଶିଶୁକନ୍ୟାକୁ ଖାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବାର ତାଙ୍କପରିବାରପକ୍ଷରୁ ଅଭିଯୋଗହେବାପରେ ବାରଙ୍ଗପୋଲିସ ଯୁବକକୁ ଗିରଫକରି ଡାକ୍ତରିମାଇନାପାଇଁ ପଠାଇଛି ।ଏହି ଖବର ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଢେଙ୍କାନାଳ ଅଞ୍ଚଳର ଜଣେ ରାଜମିସ୍ତ୍ରୀ ପିଲାଛୁଆଧରି ଦୀର୍ଘଦିନଧରି ଅରିଲୋ ଅଂଚଳରେ ଭଡାରେ ରହିଆସୁଥିଲେ ।ତାଙ୍କଘରପାଖକୁ ବଡମ୍ବା ଅଞ୍ଚଳର ପାପୁନ ଦଳେଇ ନାମକ ଯୁବକଙ୍କ ପରିବାର ମଧ୍ୟ ରହୁଥିଲେ […]

୩ଘଂଟାପାଇଁ ରାସ୍ତାବନ୍ଦ

ବାରଙ୍ଗ,୧୮।୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଗ୍ରାମପଞ୍ଚାୟତର ଭାଲୁଙ୍କା ଶବରସାହି ଓ ମୁଣ୍ଡା ସାହିରେ ରହୁଥିବା ଲୋକମାନଙ୍କ ଜାଗାକୁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟକୁ ଲିଜ ଆକାରରେ ଦିଆଯାଇଛି। ସୋମବାର ଦିନ ଏଥିନିମନ୍ତେ ଦୁଇଟି ଜେସିବି ଲଗାଇ ସଫା କରାଯିବାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଗ୍ରାମବାସୀମାନେ କାମକୁ ବନ୍ଦ କରିବାସହ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ବାରଙ୍ଗପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ସ୍ଥାୟୀସମାଧାନ ପାଇଁ ଯିଦ ଧରିବସିଥିଲେ ।ତହସିଲଦାର ଆସି ଗ୍ରାମବାସୀଙ୍କୁନେଇ […]

ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ

ବାରଙ୍ଗ,୧୮ା୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସବିତା ସ୍ବାଇଁ(୫୭)ଙ୍କର ସୋମବାର ପରଲୋକ ହୋଇଛି।ସେ ଭୁବନେଶ୍ବର ବ୍ଲକ ଉତ୍କଳମଣି ବାଳିକା ଉଚ୍ଚବିଦ୍ୟାଳୟରେ ସାହିତ୍ୟ ଶିକ୍ଷୟିତ୍ରୀ ଥିଲେ।କିଛିଦିନ ହେବ ସେ ବ୍ଲଡ କ୍ୟାନସର ରୋଗରେ ପିଡୀତଥିଲେ।ଆଜି ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।ସେ ଜଣେ ପରଉପକାରୀ ଓ ଧର୍ମପରାୟଣ ମହିଳା ଥିବାରୁତାଙ୍କର ବିୟୋଗରେ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବରପାଇ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ,ବରିଷ୍ଠସାମ୍ବାଦିକ ଲିଙ୍ଗରାଜ […]