Browsing category

ମହାନଗର

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ

ପୁରୀ,୨/୭(ଏସଏସନିଉଜ) ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର କାର୍ୟ୍ୟ ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପଦୀ ମୁର୍ମୁ । ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।

ପୁଣି ଭାଙ୍ଗିଲେ ଚୁଲି

ପୁରୀ,୨/୭(ଏସଏସନିଉଜ) ଭାଙ୍ଗିଲା ଗୁଣ୍ଡିଚାମନ୍ଦିର ରୋଷଘର ଚୂଲି । କୋଠଭୋଗ ଚୂଲିକୁ ଛାଡ଼ି ୨୦ ରୁ ଅଧିକ ଚୂଲିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଆଡ଼ପ ଅବଢ଼ା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି । ଗୁଣ୍ଡିଚା ମନ୍ଦିରରେ ରହିଥିବା ମୋଟ ୭୫୨ଟି ଚୁଲିରୁ ପ୍ରାୟ ୨୦ଟି ଚୁଲି କେହି ଭାଙ୍ଗି ଦେଇଛି ଦୁର୍ବୁତ ।

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର ,୨/୭(ଏସଏସନିଉଜ) ୪ ତାରିଖରୁ ରାଜ୍ୟର ଉତ୍ତର ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୮ ଦିନ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ । ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସମ୍ପର୍କରେ ଏବେ ଠାରୁ କିଛି ସଠିକ୍ ଆକଳନ କରାଯାଇ ନଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି । ଯଦି ଏହି […]

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨/୭(ଏସଏସନିଉଜ) ରାଜ୍ୟର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର‌୍ୟ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଆଜିର ଅଧିବେଶନ ଆରମ୍ଭରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି […]

ମୁଣ୍ଡଳୀସେତୁ ଉପରେ ଥୁଆ ହୋଇଛି ବୁଲେଟ

ବାରଙ୍ଗ,୨/୭(ଏସ ଏସ ନିଉଜ) ମୁଣ୍ଡଳୀ ସେତୁ ଉପରେ କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ବୁଲେଟ ଗାଡ଼ି ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ମହାନଦୀ ରେ ମାଛ ମାରୁଥିବା ମତ୍ସଜୀବୀ ମାନେ କହୁଛନ୍ତି ।ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି

ଜନ୍ମବେଦୀକୁ ଗଲେ ମହାପ୍ରଭୁ

ପୁରୀ,୧/୭(ଏସ ଏସ ନିଉଜ)ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଶରଧାବାଲିରେ ଲାଗିଲା ୩ ରଥ ।ଭାବବିହ୍ୱଳ ହୋଇଯାଇଥିଲେ ଭକ୍ତ।ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଲେ ମହାପ୍ରଭୁ । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଥିଲା ।ଦୀର୍ଘ ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ଆସିଥିବାରୁ ବଡ ଦାଣ୍ଡରେ ପ୍ରବଳ […]

ରଥାରୂଢ କାଳିଆ ଠାକୁର

ପୁରୀ,୧/୭(ଏସ ଏସ ନିଉଜ)ଭାଇ ଭଉଣୀଙ୍କୁ ଦେଖିଲା ଜଗତ ।ବଡ଼ ଭାଇ, ଗେହ୍ଲା ଭଉଣୀକୁ ସାଥୀରେ ନେଇ ଜନ୍ମବେଦୀକୁ ବାହାରିଲେ କାଳିଆ ସାଆନ୍ତ!ପହଣ୍ଡି ବିଜେ ପରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ପ୍ରଭୁ ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି ଜଗଦଗୁରୁ!

ପ୍ରେମ ପାଇଁ ଆତ୍ମହତ୍ୟା !

ବାରଙ୍ଗ,୩୦/୬(ଏସଏସନିଉଜ) ଗୁରୁବାର ସଂନ୍ଧ୍ୟାରେ ମୁଣ୍ଡଳି ବ୍ରିଜ ରୁ ଜଣେ ଯୁବତୀ ମହନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟ ବସତଃ ନଦୀ ରେ ମାଛ ମାରି ଫେରୁଥିବା କିଛି ମତ୍ସଜୀବୀ ଠିକ ସମୟରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରିଆଣିପୋଲିସକୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସରେ ଚିକିସ୍‌ାପାଇଁ କଟକବଡଡାକ୍ତରଖାନାକୁ ପଠାଇଦେଇଥିଲେ ।ତେବେ ବ୍ରିଜ ଉପରେ ଥୁଆହୋଇଥିବା ଏକ ସୁଇସାଇଡ ନୋଟ ମସ୍‌୍ୟଜିବୀଙ୍କ ହାତରେ ଲାଗିଥିଲା ,ଯାହାକୁ ସେମାନେ ପୋଲିସକୁ ହସ୍ତାନ୍ତର […]

ଚାଲିଗଲା ବାପ-ପୁଅଙ୍କ ଜୀବନ

ଝାରସୁଗୁଡ଼ା,୩୦/୬(ଏସ ଏସ ନିଉଜ) ବାଇକକୁ ଭ୍ୟାନ୍ ଧକ୍କା ଦେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ। ଜୋରାବଗା ବସଷ୍ଟାଣ୍ଡ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହାପରେ ଲୋକମାନେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଜୋରାବଗା ଛକ ନିକଟରେ ରାସ୍ତାରୋକ କରିଛନ୍ତି।ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜରୁଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ

ଭୁୁବନେଶ୍ୱର,୩୦/୬(ଏସଏସନିଉଜ)ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ମୋଦୀ ଲେଖିଛନ୍ତି ଯେ ଏକନାଥ ସିନ୍ଦେ ଜଣେ ତୃଣମୂଳ […]