ବଢୁଛି ହୀରାକୁଦ ଜଳସ୍ତର
ଭୁବନେଶ୍ୱର,୧।୮(ଏସଏସନିଉଜ)ବଢୁଛି ହୀରାକୁଦ ଜଳସ୍ତର। ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।ହୀରାକୁଦକୁ ପ୍ରବେଶ କରୁଛି ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ।ନିଷ୍କାସନ ହେଉଛି ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ଜଳ।ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୫.୪୭ ଫୁଟ୍।
Browsing category
ଭୁବନେଶ୍ୱର,୧।୮(ଏସଏସନିଉଜ)ବଢୁଛି ହୀରାକୁଦ ଜଳସ୍ତର। ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।ହୀରାକୁଦକୁ ପ୍ରବେଶ କରୁଛି ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ।ନିଷ୍କାସନ ହେଉଛି ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ଜଳ।ଏବେ ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୫.୪୭ ଫୁଟ୍।
ଭୁବନେଶ୍ୱର,୩୧ା୭(ଏସଏସନିଉଜ)କୁଆଖାଇନଦୀକୁ ଡେଇଁପଡ଼ିଲେ ମହିଳାା ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳାାମହିଳା ଜଣଙ୍କ କିଏ ଓ କାହିଁକି ନଦୀକୁ ଡେଇଁଲେ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।ତେବେ ଖବରପାଇ ମଞ୍ଚେଶ୍ୱର ଓ ପାହାଳର ୨ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି ।
କଟକ,୩୧ା୭(ଏସଏସନିଉଜ)ମହାନଦୀରେ ବନ୍ୟାଜଳର ପ୍ରବାହହ୍ରାସ ପାଇବା ଆରମ୍ଭ ହୋଇଥିଲେମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ଥିବାରୁ କଟକଜିଲ୍ଲା ପ୍ରଶାସନ ଆହୁରି ୪୮ଘଣ୍ଟାପାଇଁ କଡ଼ାସତର୍କତା ଜାରି ରଖିଛି। ମୁଣ୍ଡଳୀରେ ପ୍ରତି ୩ଘଣ୍ଟାରେ ପ୍ରାୟ ୧୦ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳରହିଛି। ଏପରିସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟିଗେଟ୍ ଦେଇ ଜଳନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ଘଣ୍ଟାପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେରଖି […]
ଭୁବନେଶ୍ୱର,୩୧ା୭(ଏସଏସନିଉଜ)ହୀରାକୁଦଡ୍ୟାମ୍ରେ ଜଳସ୍ତର ବଢିବାନେଇ ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।ଜଳଭଣ୍ଡାରକୁ ଲଗାତାର ଅଧିକ ପରିମାଣରପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଇ ଏବେ୨୨ରେ ପହଁଚିଛି ।ବର୍ତ୍ତମାନ ମୋଟ୍ ୨୨ଟିଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ପ୍ରାୟ ସାଢ଼େ୩ଲକ୍ଷ କ୍ୟୁସେକପାଣି ହୀରାକୁଦରୁ ଛଡ଼ାଯାଉଥିବାନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର,୩୧।୭(ଏସଏସନିଉଜ)ଚାଉଳ ଟ୍ରକ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା STF।ଗଜପତିରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧା ପିତାପଲ୍ଲୀରୁ ଜବତ କରିଛି।ଗନ୍ଧ ଓ ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ଟ୍ରକ୍ରେ ଯାଉଥିଲା ଗଞ୍ଜେଇ ବୋଲି ତଦନ୍ତ ବେଳେ ଜଣାପଡିଛି।
ଭୁବନେଶ୍ବର,୩୧।୭(ଏସଏସନିଉଜ)ହୀରାକୁଦରୁ ୧୪ଗେଟ୍ ଖୋଲିଛି।ତେବେ ଏଥିପାଇଁ ତଳିଆ ଅଞ୍ଚଳବାସୀ ସତର୍କରହିବାକୁ ନିର୍ଦେଶ ଦିଆଯାଇଛି।ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୨୩.୫୨ଫୁଟ୍ ରହିଥିବା ବେଳେ ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨କ୍ୟୁସେକ ଜଳ ପ୍ରବେଶ କରୁଛି ।ବୌଦ୍ଧଠାରେ ହ୍ରାସ ପାଉଛି ମହାନଦୀ ଜଳସ୍ତର। ଆଜି ସକାଳ ୯ଘଂଟା ସମୟରେ ମହାନଦୀର ବନ୍ୟାଜଳ ସ୍ତର୮୬.୩୫ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ୮୭.୭୦ ମିଟର ରହିଅଛି ।
କଟକ,୩୦ା୭(ଏସଏସନିଉଜ) ବଡ଼ ଧରଣର ଧାର୍ମିକ ସମାବେଶ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏନ୍ଡିଆର୍ଏଫ୍ ସଦାସର୍ବଦା ସଙ୍କଳ୍ପବଦ୍ଧ ଥିବାବେଳେ ଆଗାମୀ ବୋଲ୍-ବମ୍ ଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ଏକ ସ୍ୱତନ୍ତ୍ର ବନ୍ୟା ଜଳ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନ ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଏବଂ ଆଧୁନିକ ଜଳ ଉଦ୍ଧାର ଉପକରଣ, […]
ଭୁବନେଶ୍ୱର,୩୦ା୭(ଏସଏସନିଉଜ)ହୀରାକୁଦ ପାଇଁ ବଡ଼ ବନ୍ୟାରୁ ବର୍ତ୍ତିଗଲା ଓଡ଼ିଶା। ଏବେ ଫୋକସ ମହାନଦୀ ଉପରେ। ମହାନଦୀର ଶାଖା ନଦୀରେ ଆସିବ ବନ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହେବ। କଣାସ, ଡେଲାଙ୍ଗ, ବ୍ରହ୍ମଗିରି, ନିମାପଡ଼ା, ଅସ୍ତରଙ୍ଗ, ଗୋପ, କୁଜଙ୍ଗ, ତିର୍ତ୍ତୋଲ, ବାଲିକୁଦା, ଏରସମା, ଗରଦପୁର, ଆଳି ଓ ବାଙ୍କି ପ୍ରଭାବିତ ହେବ। ଜଳବନ୍ଦୀ ସମସ୍ୟା ଆସିବ। ହୀରାକୁଦ ଜଳସ୍ତର ବଢ଼ୁଛି। ବନ୍ୟା ଥିବାରୁ ଗେଟ୍ ଖୋଲାଯାଇନି। ଜଳସ୍ତର ୬୨୦ ଫୁଟ୍ ଥିଲା ବେଳେ ୬୨୨ ଫୁଟ ଯାଏ ଜଳସ୍ତର […]
କଟକ,୨୯।୦୭(ଏସଏସନିଉଜ)ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୦୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ ଏବଂ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଏନଏସଏସ (BNSS) ଆଇନ, ୨୦୨୩ର ଧାରା ୧୪(୧) ଓ ଧାରା ୧୬୩ ଅନୁଯାୟୀ ଆଦେଶ ଜାରି କରିଛନ୍ତି । ୦୧ ଅଗଷ୍ଟ ୨୦୨୬ ତାରିଖଠାରୁ ରାଷ୍ଟ୍ରପତିଙ୍କ […]
କଟକ,୨୯।୭(ଏସଏସନିଉଜ)ପବିତ୍ର ଗୁରୁପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଲୋକସମ୍ପର୍କବିଭାଗ ପକ୍ଷରୁ କଟକ ବଡ଼ମେଡିକାଲ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଓ ରକ୍ତକେନ୍ଦ୍ର ସହଯୋଗରେ ଏକ ମେଗାରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମୁଦାୟ ୮୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ବିଭାଗ ମୁଖ୍ୟପ୍ରଫେସର ଡ.ସ୍ମିତା ମହାପାତ୍ର ମଧ୍ୟ ଶିବିରରେ ଉପସ୍ଥିତଥିଲେ।ଏଥିସହ ବଡ଼ମେଡିକାଲ ରକ୍ତ କେନ୍ଦ୍ରରୁ ଆସିଥିବା ଟିମ୍ ରକ୍ତସଂଗ୍ରହ କରିଥିଲେ।ରାଷ୍ଟ୍ରପତିଙ୍କ ସଚିବାଳୟ ଉପଦେଷ୍ଟା ପ୍ରଫେସର ଡ. ବିଜୟଲକ୍ଷ୍ମୀମହାନ୍ତି ମଧ୍ୟ ଉପସ୍ଥିତରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମେଗାରକ୍ତଦାନ ଶିବିରରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ […]