Browsing category

ମହାନଗର

ଜାତୀୟ ପୋଷଣ ସପ୍ତାହ ପାଳନ

କଟକ,୯।୯(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ୨୦୨୬ ବର୍ଷରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ସ୍ୱସ୍ଥବୃତ୍ତ ବିଭାଗ ଆନୁକୁଲ୍ୟରେ ଆୟୋଜିତ “ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ” ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଙ୍ଗଳବାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର କ୍ଷୀରାବ୍ଧୀ ତନୟା ରାଉତରାୟ ପୁରସ୍କୃତ କରିଥିଲେ I ଏହି ଉପଲକ୍ଷେ ଅନ୍ ଲାଇନ୍ ମାଧ୍ୟମରେ ଛତିଶଗଡ଼ ରାଜୀବ ଲୋଚନ ଆୟୁର୍ବେଦ ମେଡିକାଲ କଲେଜ […]

ନନ୍ଦନକାନନକୁ ଆସିବ ଓରାଙ୍ଗଉଟାନ!

ଭୁବନେଶ୍ୱର,୮।୯(ଏସଏସନିଉଜ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନକୁ ଆସିବାକୁ ଯାଉଛି।ଭାରତରେ ଦେଖାଯାଉଥିବା ଏହି ପ୍ରଜାତି ଗ୍ରାମାଞ୍ଚଳ ପରିବେଷିତ ଜଙ୍ଗଲ କୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ଥାନୀୟ ଲୋକ ଜଙ୍ଗଲରେ ବିଚରଣ କରୁଥିବା ବେଳେ ବଣମଣିଷ ଆକୃତିର ଏହି ପ୍ରଜାତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ୫ଟି ଓରାଙ୍ଗଉଟାନ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା […]

କେନାଲରେ ବୁଡିଗଲେ ଯୁବକ ଖୋଜୁଛି ଦମକଳ ବାହିନୀ

କଟକ,୭।୯(ଏଡଏସନିଉଜ)ବାରଙ୍ଗବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ଖଲର୍ଦାଠାରେ ଅଘଟଣ ଘଟିଛି। କାକଟପୂର ବ୍ରାଞ୍ଚ କେନାଲ ଖଲର୍ଦ୍ଦା ସ୍ଥିତ ଏକ ଘରୋଇ ମିଠା ଦୋକାନ ସମ୍ମୁଖ କେନାଲରେ ସ୍ଥାନୀୟ ଅଞ୍ଚଳର ଦୁଇଯୁବକ ଗାଧୁଉଥିବା ଅବସ୍ଥାରେ ନାଳର ଗଭୀରତା ନ ଜାଣିପାରି କେନାଲ ପାଣି ସ୍ରୋତକୁ ଖସି ଯାଇଥିଲେ।ସ୍ଥାନୀୟ ମିଠାଦୋକାନୀଙ୍କ ଦ୍ୱାରା ଗୋଟିଏ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣକ ନିଖୋଜ ଅଛନ୍ତି।ନିଖୋଜ ହୋଇଥିବା ଯୁବକ ହେଉଛନ୍ତି ଖଲର୍ଦ୍ଦା ସ୍ୱାଇଁ ସାହି ବାସିନ୍ଦାରଆଦିତ୍ୟ ସ୍ୱାଇଁ(୧୫) ।ନିଖୋଜ ଯୁବକ ଗୋବିନ୍ଦପୂର ମହାବିଦ୍ୟାଳୟ ପ୍ରଥମ […]

ଯୌତୁକ ପାଇଁ ଚାଲିଗଲା ଜୀବନ ଅଭିଯୋଗ କଲେ ବାପା

ଭୁବନେଶ୍ୱର,୭।୯(ଏସଏସନିଉଜ) )ଜଣେ ନାବାଳିକା ଝିଅକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଫସାଇ ବିବାହ କରିବା ଓ ପରବର୍ତ୍ତୀ ସମୟ ରେ ଯୌତୁକ ପାଇ ନିର୍ଯାତନା ଦେଇଥିଲେ।ଏପରିକି ତାକୁ ମାରିଦେଇଥିଲେ ବୋଲି ମୃତ ନାବାଳିକା ଝିଅର ପିତା ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ପୋଲିସ ସ୍ବାମୀକୁ ଗିରଫ କରିଥିବା ବେଳେ ଶାଶୁ,ଶଶୁର ଓ ଦିଅର ଫେରାର ହୋଇଯାଇଥିବାର ଜଣାପଡିଛି। ପ୍ରକାଶ ଯେ,ନୟାଗଡ଼ର ପ୍ରଭାତ ପ୍ରଧାନ ନାମକ ବ୍ୟକ୍ତି ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଜସ୍ମିନଙ୍କ […]

୪ପର୍ଯ୍ୟାୟରେ ହେବ ବାରଙ୍ଗ ଗଣେଶ ପୂଜା ଭସାଣୀ

କଟକ,୭।୯(ଏସଏସନିଉଜ)ଆଉ ଦିନ କେଇଟା ପରେ ଅଗ୍ରଦେବ ଗଜାନନଙ୍କ ପୂଜାରୁ ଆରମ୍ଭ ହେବ ପାର୍ବଣ ।ଗଣେଶ ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳା ସହ ସମ୍ପ୍ରନ୍ କରିବାପାଇଁ ବାରଙ୍ଗଥାନା ପରିସରରେ ସୋମବାର ରାତିରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି।ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ଓ ବାରଙ୍ଗଥାନାର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କମିସିନେରେଟ ପୋଲିସର ସମସ୍ତ ନିୟମମାନି ପୂଜା ମଣ୍ଡପ ଓ ଭସାଣି କାର୍ଯ୍ୟ ସମ୍ପ୍ରନ୍ କରିବାକୁ ଥାନା ଅଧିକାରୀ ବିକାଶ ପଲାଇ ଉପସ୍ଥିତ ପୂଜା କମିଟି […]

ପ୍ରଥମ କରି ମା ହେଲା ମାୟା

ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ […]

ବାଜିଲା ବାଜା ଫୁଟିଲା ବାଣ

ଭୁବନେଶ୍ୱର,୫।୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମରେ ନନ୍ଦ ଉତ୍ସବ କମିଟି ଆନୁକୁଲ୍ୟରେ ଚଳିତ ବର୍ଷ ୪୧ ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାହାରରେ ପାଳିତ ହୋଇଯାଇଛି।ଗତକାଲି ଦିନ ୩ଟା ସମୟ ରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରାଯାଇଥିଲା।ଶନିବାର ନନ୍ଦତ୍ସବ ଉପଲକ୍ଷେ ଭୋଳା, ଗିରିଙ୍ଗାପୁଟ,କଟେଣୀ,କଣ୍ଟାବାଡ଼, ଭଗବତିପୁର ,ଜାମୁଝରୀ, ଛତାବର,ହରିପୁର, ବାରାପିଟା, କୁକୁଡ଼ାମୁଣ୍ଡି ଓ ଅରିସଲ ଗ୍ରାମରୁ ପ୍ରାୟ ୪ହଜାର ଛୋଟ ଛୋଟ ବାଳକ ବାଳିକାମାନେ ଆସି ପ୍ରସାଦ ସେବନ କରିଥିଲେ।କମିଟି ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ […]

ମାର୍ଚ୍ଚ ଏପ୍ରିଲରେ ପଞ୍ଚାୟତ ଭୋଟ୍‌

ଭୁବନେଶ୍ୱର,୫।୯(ଏସଏସନିଉଜ)ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।ଏନେଇ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ଦେଇଚନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ।ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।ସର୍ଭେ ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ […]

ନନ୍ଦନକାନନରେ ଖୁଆଡରୁ ଖସିଲା ହୁଲକ୍ ଗିବନ୍

ଭୁବନେଶ୍ୱର,୪।୯(ଏସଏସନିଉଜ)ପୁଣି ଥରେ ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବାନର ଦୁନିଆଁରେ ରହୁଥିବା ହୁଲକ୍ ଗିବନ୍ ଖୁଆଡରୁ ଖସି ପୁଣି ୪୦ମିନିଟ ପରେ ଭିତରକୁ ପଶିଥିଲା।ତେବେ ଏତେବଡ ଘଟଣାକୁ ଚାପି ଦେବାକୁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି।ଏତେବଡ ଘଟଣା ପରେ ନା ଜନ୍ତୁ ବିଭାଗ ନା ମୁଖିଆ ମୁଁହ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରକାଶ ଯେ,ଶୁକ୍ରବାର ସକାଳ ପାଖ ପାଖି ୯ଟା ସମୟରେ ପର୍ଯ୍ୟଟକ ମାନେ ନନ୍ଦନକାନନରେ ବୁଲୁଥିଲେ।ବାନର ଦୁନିଆ […]

ଜନ୍ମାଷ୍ଟମୀରେ ମା’ ଯୋଗମାୟା ଟ୍ରଷ୍ଟର ମାଗଣା ପ୍ରସାଦ ବଣ୍ଟନ

ବାରଙ୍ଗ,୪।୯(ଏସ ଏସ ନିଉ ଜ) ପବିତ୍ର ଜନ୍ମାଷ୍ଟମୀ ଓ ମା’ ଯୋଗମାୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଯୋଗମାୟା ଟ୍ରଷ୍ଟ ରଘୁନାଥପୁର ତରଫରୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି।ଏହି ପବିତ୍ର ଅବସରକୁ ପାଳନ କରିବା ପାଇଁ ମା’ ଯୋଗମାୟା ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନନ୍ଦନକାନନ ବସଷ୍ଟାଣ୍ଡ, ଯେଉଁଠି ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି, ସେଠାରେ ଆଜି ସକାଳୁ ମା’ ଯୋଗମାୟା ଟ୍ରଷ୍ଟ ତରଫରୁ […]