Browsing category

ମହାନଗର

ଘରକୁ ଫେରିପାରିଲାନି ଚାମିରା

ଚମ୍ପୁଆ, ୨୮/୯(ଏସଏସନିୟୁଜ)ହାତୀ କବଳରୁ ଫସଲକୁ ରକ୍ଷା କରିବାପାଇଁ ରାତିଉଜାଗର ହୋଇ ରହିଥିଲେ ।ସକାଳ ହେବାମାତ୍ରେ ଘରକୁ ଫେରୁଥିଲେ ।କିନ୍ତୁ ଘରକୁ ଫେରିପାରିଲେନାହିଁ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଚିପିଣ୍ଡା ବିଟ୍ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଚାମିରା ମୁଣ୍ଡା ।ପଡିଯାଇଥରଲେ ଦନ୍ତାହାବୁଡରେ । ଆଉ ଦନ୍ତାଟି ଶୁଣ୍ଢରେ ଭିଡିଆଣି କଚାଡି ମାରିଦେଇଥିଲା ।ଖବରପାଇ ସ୍ଥାନୀୟଲୋକମାନେ ଡାକ୍ତରଖାନା ନେବାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା

ଭୁବନେଶ୍ୱର, ୨୮/୯(ଏସଏସନିୟୁଜ) କମିଶନରେଟ୍ ପୋଲିସ ପଞ୍ଝାରେ ଫସିଛନ୍ତି ୩ ହାଇୱେ ଲୁଟେରା । ସତସଙ୍ଗ ବିହାର ରାସ୍ତାରେ ଲୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଲୁଟେରାମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ବାଇକ୍ ଜବତ କରିଥିବାର ଜଣାପଡିଛି ।

ବିସ୍ଫୋରଣରେ ଧରାଶାୟୀ ହୋଇପଡିଛି ବଳଙ୍ଗା ଥାନା

ପିପିଲି,୨୮/୯(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଜବତ ହୋଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିବାବେଳେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଯାଇଛି ।ତେବେ ଡ୍ୟୁଟିରେ ଥିବା ଥାନା କର୍ମଚାରୀ ମାନେଅଳ୍ପକେ ବର୍ତ୍ତିଯାଇଛନ୍ତି । ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଖବରପାଇ […]

କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ

କରଞ୍ଜିଆ,୨୮/୯(ଏସଏସନିୟୁଜ) ଆଜି ଭୋର୍ ସମୟରେ କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଠାରୁ ସୁଚନାପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ସହିତ କେତେକ କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଗୁଲାବ କଲା ବାଦଲ ଫଟା ବର୍ଷା

୧-REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ ।ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ୨–‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ସ୍ବାସ୍ଥ୍ୟ ପରିଚୟପତ୍ର’ ୩-ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ । ୪-ଗୁଲାବ ପ୍ରଭାବରେ ବାଦଲ ଫଟା […]

ପୁଣି ଅଜଗର ଧରିଲେ ବୁଲୁ

ମେଣ୍ଢାଶାଳ,୨୭/୯(ଏସଏସନିୟୁଜ)ପୁଣି ସାପ ଧରିଲେ ବୁଲୁ ।ଏଥର ଅଜଗରସାପକୁ ଧରିଛନ୍ତି । ମଳିପଡା ପଂଚାୟତର କାଟେଣିଗ୍ରାମର ଚିତ୍ରସେନମହାରଣାଙ୍କ ଘରେ ପଶିଥିଲା ସାତଫୁଟ ଲମ୍ବର ଏକ ଅଜଗରସାପ ।ସାପଟି ଚନ୍ଦକା ଜଙ୍ଗଲରୁଅସି ତାଙ୍କ ଘରେ ପଶିଯାଇଥିଲା ।ରବିବାର ରାତିରେ ପରିବାରଲୋକ ସାପଟିକୁ ଦେଖିବାପରେ ଭୟଭିତ ହୋଇପଡିଥିଲେ ।ଏହାପରେ ପରିବାର ଲୋକଙ୍କଠାରୁ ମୋବାଇଲ ଯୋଗେ ସୁଚନା ପାଇଁ କାଳବିଳମ୍ଭ ନକରି ଧାଇଁଥିଲେ ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂ୍‌ଯୁକ୍ତପାତ ଓରଫବୁଲୁ ।ଅଜଗରସାପଟିକୁ ଧରିବାସହ ତାକୁ ଆଣି ଚନ୍ଦକା ଜଙ୍ଗଲରେ ଛାଡିବାପରେ ପରିବାର ଲୋକେ […]

୮୦ ଲକ୍ଷଟଙ୍କାର ଗଂଜେଇ ଜବତ

ମାଲକାନଗିରି,୨୭/୯(ଏସଏସନିୟୁଜ) ବାଜାଜ ଅଟୋରୁ ମିଳିଲା ଗଞେଇ । ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଆସୁଥିବା ଗୁଣ୍ଠାୱାଡା ଗ୍ରାମପାଖରେ ଏକ ଅଟୋକୁ ରୋକିଥିଲେ । ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା।ପରେ ପୋଲିସ ଏଥିରେ ସମ୍ପୃକ୍ତ ଧନପମି ଜାନି, ଅର୍ଜନ ଗୋଲାରି, ଜଗବନ୍ଧୁ ଖରା, କିଲଚିନା ରାଓ, ବାଲୁକିନ୍ଦାଲ ଓ ସନିଆ ବଡନାୟକଙ୍କ ସମେତ ୬ଜଣଙ୍କୁ ଚୋରା ଚାଲାଣରେ ସମ୍ପୃକ୍ତଥିବା ଅଭିଯୋଗରେ  ଗିରଫ କରିଛି ।ସେମାନଙ୍କଠାରୁ ସେମାନଙ୍କ ଠାରୁ ପ୍ରାୟ […]

ଜିତିଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର, ୨୭/୯(ଏସଏସନିୟୁଜ) ଶେଷ ହୋଇଛି ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ।ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇଅସିତ୍ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ।ଅସିତ୍ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଲା । ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ସଭାପତି ନିର୍ବାଚନ ମୈଦାନରେ ଥିଲେ ।

ଟଳିଲା ବିପଦ

୧-ପାଠ ପଢ଼ିବାର ଅଜବ ନିଶା : ଅପରେସନରେ ଛୁଆ ପ୍ରସବ କରି ସାରିବା ପରେ ଆମ୍ବୁଲାନ୍ସ ରେ REET ପରୀକ୍ଷା ଦେବା ପାଇଁ ମହିଳା ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ ୨-ଆଜି ଭାରତ ବନ୍ଦ : କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡିଶାର ୭ ରାଜନୈତିକ ଦଳ । ୩-ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ […]

ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁୁବନେଶ୍ୱର,୨୬/୯(ଏସଏସନିୟୁଜ)ଆରମ୍ଭ ହୋଇଯାଇଛି ବାତ୍ୟାଗୁଲାବ’ର କଳିଙ୍ଗପାଟ୍ଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା । ମଧ୍ୟରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପବନର ବେଗ ୭୫ରୁ ୮୫ କିଲୋମିଟର ରହିଛି ।ଏହାର ବିଶେଷ ପ୍ରଭାବ ଗଂଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଓଗଊ ପକ୍ଷରୁ ସୂଚନା ଦେଇଛନ୍ତି। ଧୀରେ ଧୀରେ ପବନର ବେଗ ବଢିବ […]