Browsing category

ମହାନଗର

ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ

ବାରଙ୍ଗ,୨୫/୯(ଏସଏସନିୟୁଜ) ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ବାରଙ୍ଗ ତହସିଲ ଅଧିନ କଟକ ସିଡିଏ ସେକ୍ଟର ୧୩ରେ ତୁଳସୀପୁର ଓ ବିଡାନାସୀ ଅଞ୍ଚଳର ଦଳିତମାନଙ୍କୁ ସକାରଙ୍କ ତରଫରୁ ଦିଆଯାଇଥିବା ଜାଗାକୁ ନେଇ ଯେଉଁ ସମସ୍ୟା ଉପୁଜିଥିଲା ପ୍ରଶାସନ ତାର ସମାଧାନ କଲା ନାହିଁ। ବହୁବାର ଦାବୀ ଓ ଆପତି ଦଳିତମାନେ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇନଥିଲା ।ବାଧ୍ୟହୋଇ ନିଜ ହକ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ […]

ଅରିନ୍ଦମଙ୍କ ସ୍ମୃତିରେ…

ବାରଙ୍ଗ,୨୫/୯(ଏସଏସନିୟୁଜ)ମହାନଦୀର ମୁଣ୍ଡୁଳି ନିକଟସ୍ଥ ବ୍ୟାରେଜ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟିକୁ ବନ୍ୟା ଜଳରୁ ଉଦ୍ଧାର କରିବା ସମୟରେ ଓଡ୍ରାଫଟିମ ର ବୋଟ ରେ ଲାଇଫ ଭିଜୁଆଲ ନେବାକୁ ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ବୋଟ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ତାଙ୍କ ସ୍ମୁତିରେ ଓଡିଶା ଓ୍ବେଲ ଫେୟାର ଆଶୋସିସନ ତରଫରୁ ବାରଙ୍ଗ ପ୍ରେସ କ୍ଲବ ଠାରେ ଶନିବାର ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଆଶୋସିସନ ତଥା ପ୍ରେସକ୍ଲବ ସଭାପତି ଲିଙ୍ଗରାଜ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର‌୍ୟ୍ୟକ୍ରମରେ […]

ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ ଦାସ

କେନ୍ଦୁଝର,୨୫/୯(ଏସଏସନିୟୁଜ) ସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଆଜି ବଢି ଭୋରରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଁଚିବାପରେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଶ୍ମଶାନ ଅଭିମୁଖେ ନେଇଥିଲେ । ବୈତରଣୀ ନଦୀ କୂଳରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ […]

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର,୨୫/୯(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛିା ଗତକାଲି ବିଳମ୍ବିତ ରାତିରେ କାରରେ ବାରୁହାଁରୁ କାମାକ୍ଷାନଗର ଆସୁଥିବା ବେଳେ ଜାମୁଝରା ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ରାଜନୈତିକ ଶତ୍ରୁତାରୁ ଏହି ହତ୍ୟା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଦୀପକ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଏକାଧିକ ଗୁଳି ମାଡ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ  ଡାକ୍ତର ତାଙ୍କୁ ମୃତ […]

ମାଡିଆସୁଛି ବାତ୍ୟା ଡିଆଁମୁ

ଈୁବନେଶ୍ୱର,୨୫/୯(ଏସଏସନିୟୁଜ) ମାଡିଆସୁଛି ବାତ୍ୟା ଡିଆଁମୁ । ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବାସହ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ୧୨ଘଣ୍ଟାରେ ନେବ ଅବପାତ ରୂପ ।ଏହାର ପ୍ରଭାବରେ ଉତ୍ତର […]

ଓଡ଼ିଶା ମୁହାଁଇଛି ‘ଡିଆଁମୁ’

୧. ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ୨. ଓଡିଆ ସାମ୍ବାଦିକ ଜଗତର ଦକ୍ଷ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ୩. ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି । ୪. ଭାରତୀୟ ପ୍ରଶାସନିକ […]

ଆରପାରିରେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ ଦାସ

ଭୂବନେଶ୍ୱର,୨୪/୯(ଏସଏସନିୟୁଜ)ସାମ୍ବାଦିକତା ଜଗତର ବେଶ ଜଣାଶୁଣା ଚେହେରା ଅରିନ୍ଦମ ଦାସଙ୍କ ଜୀବନ ପାଣିର ସୁଅ ରେ ଚାଲିଗଲା । ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ଅରିନ୍ଦମ । ମୁଣ୍ଡଳି ବ୍ରିଜ ନିକଟରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାପାଇଁ ଓଡ୍ରାଫ୍ଟ ଟିମ୍ ଯାଇଥିବାବେଳେ ସେ ଓ ତାଙ୍କ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସାଙ୍ଗରେ ଯାଇଥିଲେ । ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିବାବେଳେ ପ୍ରଖର ସ୍ରୋତରେ ନିୟନ୍ତ୍ରଣ ରକ୍ଷା କରିବା ସମ୍ଭବ ହେଇନଥିଲା । ଏହି […]

ଫସିଲା ହାତୀଛୁଆ

ଆଠଗଡ଼,୨୪/୯(ଏସଏସନିୟୁଜ)ମହାନଦୀରେ ଫସିଛି ହାତୀ ଛୁଆ । ନଦୀପାର ହେଉଥିବାବେଳେ ମହାନଦୀର ମୁଣ୍ଡଳୀବ୍ରିଜ ଶେଷଭାଗ ପାଟେଣିଗାଁ ପାଖପାଣିରେ ଫସିଯାଇଛି ।ଯିବାପାଇଁ ଚେଷ୍ଟାକରୁଥିଲେ ମଧ୍ୟ ୍‌ଯାଇପାରୁନାହିଁ ।ଆଠଗଡଜଙ୍ଗଲରୁ ଚନ୍ଦାକଜଙ୍ଗଲକୁ ଫେରୁଥରବାବେଳେ ନଦୀପାର ସମୟରେ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।ଏହାସହ ନଦୀପାର ହେଉଥିବାବେଳେ ହାତୀପଲ୍ଲ ମଧ୍ୟରୁ ଆଉ ୨ଟି ହାତୀ ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି।ଖବରପାଇ ଅଗ୍ନିଶମବାହିନୀ ଓ ବନ ବିଭାଗ କର୍ମଚାରୀମାନେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି […]

ନବୀନଙ୍କ ବଡ ଘୋଷଣା, ଓଡ଼ିଶା ଆୟୋଜନ କରିବ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର, ୨୩/୯(ଏସଏସନିୟୁଜ) କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। କୋଭିଡ କଟକଣାରେ ହେବ ହକି ବିଶ୍‌କପ ମ୍ୟାଚ୍ ହେବ। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି […]

ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ

ପିପିଲି,୨୩/୯(ଏସଏସନିୟୁଜ) ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜର୍ଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ […]