Browsing category

ମହାନଗର

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ବର,୧୨/୯(ଏସଏସନୟୁଜ) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇଛି ।ଲଘୁଚାପରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଏହାର ପ୍ରଭାବରେ ୨୪ ଘଣ୍ଚା ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବା ସହ ଭୁବନେଶ୍ବର ଓ କଟକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି ।

ନିଆଁରେ ଘିଅ ଢାଳିଲେ ସାଂସଦ

୧-ମା ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ । ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨-ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ । ୩-ନୂଆଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା, ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି । ୪-ଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ । ୫-ଏକ ଅପ୍ରତ୍ୟାଶିତ ରାଜନୈତିକ […]

ବନ୍ଧାହେଲେ ଜିଆରଏସ୍‌

ବାରଙ୍ଗ,୧୧/୯(ଏସଏସନିୟୁଜ)ଭୁବନେଶ୍ବର ବ୍ଲକ ଅଧିନସ୍ଥ ଦାଢାପଞ୍ଚାୟତର କାର୍ଯ୍ୟନିର୍ବାହୀ  ଅଧିକାରୀ (ପିଇଓ)ଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ଅଭିଯୋଗରେ ପଞ୍ଚାୟତ ଜିଆରଏସ୍ ସୁନାକର ଜେନାଙ୍କୁ ନନ୍ଦନକାନନଥାନାପୋଲିସ ଶନିବାରଦିନ ଗିରିଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ଦାଢାପଞ୍ଚାୟତର ପିଇଓ ଯୋଗେନ୍ଦ୍ର ବେହେରାଙ୍କୁ ନରେଗା(ଏନଆରଜିଏସ) କାର୍ଯ୍ୟର ମିଥ୍ୟା ବିଲ କରିବାକୁ ପଞ୍ଚାୟତ ଜିଆରଏସ୍ ସୁନାକର ଜେନା ବାରମ୍ବାର ବାଧ୍ୟ କରିଥିଲେ।ଏଥିରେ କାର୍ଯ୍ୟନିର୍ବାହୀ  ଅଧିକାରୀ ରାଜି ନ ହେବାରୁ ଜିଆରଏସ୍ ଗତ ଶନିବାର ଦିନ ପଞ୍ଚାୟତ କାର୍ଯ୍ୟଳୟରେ […]

ନାଳରେ ମହିଳାଙ୍କ ମୃତଦେହ ଠାବ

ଢେଙ୍କାନାଳ,୧୧/୯(ଏସଏସନିୟୁଜ) ମହାବିରୋଡ ଫ।ଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ଭେଜିଆ ନିକଟରେ ରାସ୍ତାକଡ଼ ନାଳରେ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ତାଙ୍କରବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଜଣାପଡିଛି ।ମହିଳାଙ୍କ ଗୋଡବନ୍ଧାଯାଇ ନାଳ ତଳକୁ ଫିଙ୍ଗାଯାଇଥିବାରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।

ହସ୍ପିଟାଲରେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର:୧୧/୯(ଏସଏସନିୟୁଜ) ହସ୍ପିଟାଲରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ଦୁଇଟି ବ୍ଲକେଜ ଛାତିରେ ଥିବା ଜାଣିବାକୁ ପାଇଥିଲେ ।ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିାବବେଳେ ସେ ଏବେ ସୁସ୍ଥ ଥିବାର ଜଣାପଡିଛି ।

ଚାଟ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୦/୯(ଏସଏସନିୟୁଜ) ଚାଟ ଖାଇବାକୁ ଯାଇ ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟିକୁ ନେଇ ମାଡପିଟ ହୋଇଛି । ପାଖ ଦୋକାନରେ ଥିବା ଥଣ୍ଡା ବୋତଲରେ ଆକ୍ରମଣ,କରିବାକୁ ପଛାଇନାହାନ୍ତି । ଶୁକ୍ରବାର ରାତିରେ ଗଣ୍ଡରପୁର ହାଇସ୍କୁଲଗଡାରେ ଏଭଳି ଘଟଣା ଘଟିଛି ।ଖବରପାଇ ନନ୍ଦନକାନନପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣଧିନ ରହିଥିବାବେଳେ ଦୁଇଗ୍ରାମ ମଧ୍ୟରେ ଉତେଜନା ଲାଗିରହି ଥିଲା । ଖବର ନେବାରୁ ଜଣାପଡିଛି, ଶୁକ୍ରବାର ରାତିରେ ଗଣ୍ଡରପୁରହାଇସ୍କୁଲଗଡାରେ ଏକ ଚାଟ ଦୋକାନରେ ଗହଳି ଥିଲା।ସେହି ସମୟରେ କଲ୍ୟାଣପୁର ଗ୍ରାମର […]

କଲେଜ ଅଧ୍ୟକ୍ଷଙ୍କ ଘରୁ କଳାକନା ବୁଲାଇଲେ ଚୋର

କେନ୍ଦୁଝର , ୧୧/୯(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର । ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ ରହୁଥିବା ଷଡ଼ଙ୍ଗୀ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରର ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଗତକାଲି ରାତିରେ ଚୋରିହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ସାହୁ ଏବଂ ତାଙ୍କ ପତ୍ନୀ ଗୋଟିଏ କୋଠିରେଶୋଇଥିବାବେଳେ ଅନ୍ୟ ଏକ କୋଠରିର ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ସୁନାହାର, ଗୋଟିଏ ମଙ୍ଗଳସୂତ୍ର. ତିନିହଳ […]

ଆନ୍ତଃଜିଲ୍ଲା ଡକାୟତଗ୍ୟାଙ୍ଗ୍‌କୁ ଧରିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ

ଭଦ୍ରକ,୧୧/୯(ଏସଏସନିୟୁଜ) କେନ୍ଦୁଝର ଆଳୁଖୋଳୁଖୋଳୁ ମହାଦେବ ବାହାରିବାଭଳି ଚୋରି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଏକ ଗାଡ଼ି ନମ୍ବର ପ୍ଲେଟ୍ ଆଧାରରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ।ସେମାନଙ୍କଠାରୁ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ୩୨୦ ଗ୍ରାମ୍ ସୁନା, ୪ କେଜି ରୁପା ଅଳଙ୍କାର, ମୋବାଇଲ, ତାଲାଭଙ୍ଗା ଯନ୍ତ୍ର ସହ ୩ଟି ବାଇକ୍ ଜବତ କରିଛି ।ଗତ୨୨ତାରିଖରେ ଦେଉଳପାଳ ଗ୍ରାମର ବିଧାନ ଚୌଧୁରୀଙ୍କ ଘରୁ ଚୋରି ହୋଇଥିବାନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ […]

ଛଅ ଦିଗରୁ ଘେରିବ ବାୟୁସେନା

୧. ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୨. ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଭାରତର ମତ : ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ । ୩. ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ […]

ଜଗତପୁରେ ବ୍ୟାଟ୍ରି ଚାଳିତ ଗାଡିର ଶୁଭ ଉଦଘାଟନ

ଚୌଦ୍ୱାର,୧୦/୯(ଏସ ଏସ ନିୟୁଜ)ଆଜି କଟକଜିଲ୍ଲାର ଜଗତପୁର ଗୋଲେଇ ଛକ ଠାରେ ବ୍ୟାଟିରି ଚାଳିତ ଯାନର ଶୁଭାରମ୍ଭ ହୋଇଛି ।ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାକୁ ଶୁଭାରମ୍ଭ କରିଥିଲେ।ଏହି ଶୁଭକାର୍ଯ୍ୟରେ କମ୍ପାନୀ ର ଜିଏମ ପ୍ରସନ କୁମାର ସେନାପତି ଓ ଶୁଭେନ୍ଦୁ ଶେଖର, ପୂର୍ବତନ କର୍ପୋଟର ନବକିଶୋର ସ୍ୱାଇଁ, ଟିଲୋଚନ ଗାଆଣ,ପ୍ରୀତି ରଞ୍ଜନ ନାୟକ ଏବଂ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।