Browsing category

ମହାନଗର

୨ଘଣ୍ଟା ବାଣଫୁଟା ପାଇଁ ଅନୁମତି

ଭୁବନେଶ୍ୱର,୨୦।୧୦(ଏସଏସନିଉଜ)ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି।ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ ବୋଲିକମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଉଚ୍ଚଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।ଏହାସହ ମଦପିଇ ଗାଡ଼ି ଚଳାଇଲେ ଚାଳକ ଅଟକ ରହିବା ସହ ଗାଡ଼ି ଜବତ ହେବ।ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।ବେଆଇନ୍ […]

ଭୁବନେଶ୍ବର ଉତ୍ତର ମହୋତ୍ସବ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]

ନାବାଳିକାକୁ ଅସଦଆଚରଣ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଜଣେ ନାବାଳିକାକୁ ଅସଦଆଚରଣ କରି ଗିରଫ ହୋଇଛନ୍ତି ଅଲେଖ ବାବା ଅମର ଦାସ ।ନନ୍ଦନକାନନ ଥାନା ପୋଲିସ ୩୮୨/୨୫ କେସ ନମ୍ବରରେ ଏକ ପୋସ୍କୋ ମାମଲା ରୁଜ୍ଜୁ କରି ରବିବାର ତାଙ୍କୁ କୋର୍ଟଚାଲଣ କରିଛି। ପ୍ରକାଶ ଯେ,ଶନିବାର ଦିହିପହର ସମୟରେ ନନ୍ଦନକାନନଥାନା ଅଧୀନସ୍ଥ କଲେଜଛକ ନିକଟରେ ଏକ ଅଲେଖ ମଠ ରହିଛି। ସେହି ନିକଟରେ ଜଣେ ନାବାଳିକା ନିଜ ପରିବାର ସହିତ ରୁହନ୍ତି । ଗତ ଶନିବାର ଦିନ ପ୍ରାୟ ୧.୩୦ ସମୟରେ ସୁନନ୍ଦା(ଛଦ୍ମନାମ) ନାବାଳିକା ଝିଅ […]

ଷ୍ଟିଲରଡ ଚୋରୀ ଅଭିଯୋଗରେ ୨ଗିରଫ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ) ନନ୍ଦନକାନନ ଥାନା ଅଧୀନରେ ଥିବା ଆସିୟାନା ରିଗାଲ୍ସରେ ହେଉଥିବା ନୁଆ ଘର ନିମନ୍ତେ ବ୍ୟବହୃତ ଷ୍ଟିଲ ରଡ ଚୋରୀ ଅଭିଯୋଗରେ ପୋଲିସ ରବିବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିଣ୍ଟୁ ସେଠୀ ଓ ବାରଙ୍ଗ ଥାନା ମଧୁବନ ଗ୍ରାମର ବିର୍କଣ୍ଣ ଜେନା । ଉଭୟଙ୍କ ମଧ୍ୟରୁ ସେଠାରେ ଜଣେ ସିକୁରିଟି ଗାର୍ଡ ଅନ୍ୟ ଜଣେ ସିକୁରିଟି ସୁପର ଭାଇଜର ବୋଲି ସୂଚନା ମିଳିଛି । […]

ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

  କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]

ଉଦଯାପିତ ହେଲା ପୋଲିସ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେଯେ, ଏକ […]

ଓଡ଼ିଶାକୁ ନାହିଁ ବାତ୍ୟାଭୟ:- ପଶୁପାଳକ

ଭୁବନେଶ୍ୱର,୧୯ା୧୦(ଏସଏସନିଉଜ)ଆସନ୍ତାକାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟା୨୧ରେ ଲଘୁଚାପ, ୨୩ରେ ନେବ ଅବପାତର ରୂପନେବ ।ଏହା ବିଶାଖାପାଟଣା ତଳକୁ ଉପକୂଳ ଛୁଇଁପାରେ ।ବାତ୍ୟା ପାଇଁ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।୨୪, ୨୫, ୨୬ରେ ପ୍ରବଳ ବର୍ଷା ହୋଇପାରୋଏବେ ସୁଦ୍ଧା ବାତ୍ୟା ସୃଷ୍ଟି ହେବା ଭଳି ଲାଗୁନିା୨୪ ତାରିଖ ବେଳକୁ ସଂପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

୨୧ସୁଦ୍ଧା ଲଘୁଚାପ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)୨୧ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ରସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି।ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ନେବ।ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନାକୁ ନେଇ ଆଶଙ୍କା ରହିଛି।ଲଘୁଚାପ ଓ ଅବପାତ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ, ୨୩ ସୁଦ୍ଧା ଅବପାତ ଆକଳନ କରାଯାଇଛି।ଏହା ଆନ୍ଧ୍ର ପ୍ରଦେଶ […]

ରାତି୯ଟା ପରେ ଫୁଟିବନି ବାଣ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ରାତି୯ଟା ପରେ ଫୁଟିବନି ବାଣ।ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ।ରାତି ୯ଟା ପରେ ବାଣ ଫୁଟାଇଲେ ହେବ ଆକ୍ସନ।ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି।ସବୁଜବାଣ ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କଲେ କମିଶନରେଟ ପୋଲିସ।ଲୋକାଲ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ ବୋଲି କୁହାଯାଇଛି।

୨୦ଓ୨୧ତାରିଖ ଦୁଇଦିନ ଛୁଟି

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା ହୋଇଛି।ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ।ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ।ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ।ଏହାସହ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।