Browsing category

ମହାନଗର

ସାବଧାନ!ମହାନଦୀରେ ମାତୀଛି ଅଜଣା ଜନ୍ତୁ

କଟକ, ୨୨।୯(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ନିକଟସ୍ଥ ମହାନଦୀରେ ଅଜଣାଜନ୍ତୁର ଆତଙ୍କ ଦେଖାଦେଇ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ନଦୀରେ ଗାଧେଇବାବେଳେ ପାଣି ଭିତରେ ଲୋକଙ୍କୁ ଆକ୍ରମଣ କରୁଛି ଏହି ଅଜଣା ଜନ୍ତୁ।ଏହି ଅଜଣାଜନ୍ତୁ ଆକ୍ରମଣରେ ଲହୁ ଲୁହାଣ ଅବସ୍ଥାରେ ୪ଜଣ ମହିଳା ପୁରୁଷଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାପରେ ଗାଁରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ସହିତ ନଦୀ ଭିତରକୁ ସାଧାରଣଲୋକମାନେ ଯିବାକୁ […]

ବିଡ଼ିଓଙ୍କ କାର୍ଯ୍ୟାଲୟ ଆଗରେ ଗର୍ଜିଲେ ସିଆରପି

ବାରଙ୍ଗ ୨୨।୯(ଏସଏସନିଉଜ) ବ୍ଲକସ୍ତରୀୟ ଜିପିଏଲଏଫ କର୍ମୀସଂଘ ପକ୍ଷରୁ ସୋମବାର ଦିନ ବାରଙ୍ଗବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ୬ ଦଫା ଦାବି ନେଇ ଶାନ୍ତିପୁର୍ଣଭାବେ ଧାରଣାରେ ବସିଛନ୍ତି ।ଯେପର୍ଯ୍ୟନ୍ତ ଦାବୀପୁରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଚାଲିବବୋଲି ସଂଘପକ୍ଷରୁ କୁହାଯାଇଛି ।ଏହିଧାରଣାରେ ସିଆରପି, ଏମ୍ବିକେ ଓ ବ୍ୟାଙ୍କମିତ୍ରମାନେ ସାମିଲହୋଇଛନ୍ତି ସ୍ଥାୟୀଦରମା,ସ୍ଥାୟୀନିଯୁକ୍ତି,ଆକାଉଂଟପେ, ପ୍ରୋପମାନ୍ସ ବୋନୋସ, ଛଅମାସର https://www.facebook.com/share/v/1aigpphaFM/ ବକେୟା ରାଶିପ୍ରଦାନ, କାର୍ଯ୍ୟଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଆଦି ଦାବୀନେଇ ଧାରଣାରେ ବସିଥିଲେ ।ସମସ୍ତ ଦାବି ଗୁଡିକୁ ନାର୍ୟ୍ୟ ଦାବି ବୋଲି କହି ନାରାବାଜି […]

କାର୍ଯ୍ୟାଳୟରେ କଲେ ଉତ୍ପାତ

କଟକ ୨୨।୯(ଏସଏସନିଉଜ) ମୁଣ୍ଡଳିଠାରେ ରାଜଧାନୀ ଭୁବନେଶ୍ୱରକୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ହେଉଥିବା ପ୍ରକଳ୍ପ କାର୍ଯ୍ୟାଳୟରେ ଭଙ୍ଗାରୁଜାକରିବା ଓ ଆତଙ୍କ ଖେଳାଇବା ଅଭିଯୋଗରେ ଗୋଡିସାହିଫାଣ୍ଡି ପୋଲିସ ସୋମବାରଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।ସେ ହେଉଛନ୍ତି ଶିବପ୍ରସାଦ ନାୟକ ମୁଣ୍ଡଳୀ ।ଶିବ ଓ ତାର ସହଯୋଗୀ ଅନ୍ୟଦୁଇଜଣ ଆସି ରବିବାର କାର୍ଯ୍ୟାଳୟରେ ପହଁଚି ଛଟେଇକରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବାସହ ଆମକୁ କାମ ଦିଅ ବୋଲି ଦାବୀ କରିଥରଲେ ।ଏହାକୁ ନେଇ ଜଳଯୋଗାଣ ପ୍ରକଳ୍ପ ମ୍ୟାନେଜର […]

ଆସୁଛି ଆଉ ୨ ଲଘୁଚାପ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ।୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ଓ ୨୫ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ।ଲଘୁଚାପ ପ୍ରଭାବରେ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।୩୦ରେ ମିଆମାର୍‌ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ […]

ପାସିଂ ଆଉଟ୍ ଯବାନଙ୍କୁ ମିଳିଲା ମାନପତ୍ର

କଟକ, ୨୦।୯(ଏସଏସନିଉଜ) ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାହୀନିରେ ତାଲିମ ନେଉଥିବା ଓଡ଼ିଶା ଅଗ୍ନିଶମ ବାହିନୀର ସିଏସଏସଆର ପ୍ରଥମ ବ୍ୟାଚର ଉଦଯାପନୀ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପାସିଂ ଆଉଟ୍ ହୋଇଥିବା ଯବାନଙ୍କୁ ମାନପତ୍ର ଓ ବ୍ୟାଚ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚରେ ୪୦ ଜଣ ପ୍ରଶିକ୍ଷାର୍ଥି ୨୧ଦିନ ଧରି ତାଲିମ ନେଇଥିଲେ। ଅଗ୍ନିଶମ […]

ଯୁବତୀଙ୍କ ରିଲ୍ସ କରି ଅଡ଼ୁଆରେ ୩ ଯୁବକ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ […]

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦।୯(ଏସଏସନିଉଜ) ଶନିବାର ସକାଳୁ ଦାରୁଠେଙ୍ଗ ଗ୍ରାମପାଖ ଜୁଝଗଡ଼ଡ୍ରେନ୍ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବରଗଡଥାନା ପୁଲିସ।ମୃତ ଯୁବକର ପରିଚୟ ପୋଲିସ ପାଇସାରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଜାଣିବାପାଇଁ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।ପୋଲିସ ଏକ ହତ୍ୟା ମାମଲା ରୁଜୁକରିଛି।ମୃତଦେହ ପାଖରେ ଥୁଆ ହୋଇଥିବା ମନିପର୍ସ, ଛତା, ମଦବୋତଲ ଓ ଏକ କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶଯେ,ଶିଶୁପାଳଗଡରେ ରହୁଥିବା ଭାଣପୁର […]

କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

କଟକ,୧୭।୯(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଶିକ୍ଷାବିଭାଗ ” ମା କେ ଲିୟେ ଏକ ପେଡ ” ଅନୁଯାଇ ପ୍ରାୟ ୫୦୦ ଛୋଟ ବଡ ଗଛ କଲେଜର ଅଧ୍ୟକ୍ଷ ଡ଼. ସେକ ନାଇମୁଦ୍ଦିନଙ୍କ ତତ୍ୱାବଧାନରେ ରୋପଣ କରାଯାଇଛି। ଏଥିରେ ମହାବିଦ୍ୟାଳୟର ୟୁଥ ରେଡକ୍ରସ, ଏନ.ଏସ.ଏସ ଓ ସ୍କାଉଟଗାଇଡ଼ର ସ୍ବେଛାସେବୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରିମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଡ଼. ପ୍ରବୀର ମହାନ୍ତି, ରୋଜାଲିନ ଦେବି, ପ୍ରକାଶ ପରିଡା, ଡ଼. ମାନସ ରଞ୍ଜନ ଦାଶମିଶ୍ର ଡ଼. […]

ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ପାଇଁ ୧୯ରୁ ଆବେଦନ…

ପୁରୀ,୧୫।୯(ଏସଏସନିଉ ଜ)ଆସନ୍ତା ୧୯ରୁ ଆରମ୍ଭ ହେବ କାର୍ତ୍ତିକବ୍ରତ ପାଇଁ ଆବେଦନ।ଅନଲାଇନ ଲିଙ୍କ httpsedistrict.odisha.gov.in ରେ ହେବ ଆବେଦନ।ହବିଷ୍ୟାଳୀଙ୍କ ରହଣି, ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସହ ନୂଆ ଆବେଦନ କାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ ବୋଲି କୁହାଯାଇଛି।

ବିପଦପୂର୍ଣ୍ଣ ଗାଡ଼ି ଚାଳନା

ଭୁବନେଶ୍ୱର ,୧୫ା୯(ଏସଏସନିଉଜ)ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର ।ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ […]