Browsing category

ମହାନଗର

ସରକାରୀସ୍କୁଲ୍‌ ହେବ ଗେରୁଆ

ଭୁବନେଶ୍ୱର,୫।୫(ଏସଏସନିୟୂଜ)ସମସ୍ତ ସରକାରୀ, ପିଏମ୍‌ ଶ୍ରୀ ସ୍କୁଲ୍‌ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA।ସ୍କୁଲ୍‌ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।ଅରେଞ୍ଜ ଟ୍ୟାନ-ଏନ୍‌ (ଗେରୁଆ) କରିବାକୁ ଜାରି ହୋଇଛି ନିର୍ଦ୍ଦେଶ।

ପୁଣିଥରେ ବିବାହ କଲେ ମନ୍ମଥ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ।ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କଲେ ମନ୍ମଥ ରାଉତରାୟ।ପ୍ରେମ ବିବାହ କରିଛନ୍ତି ଉଭୟ ମନ୍ମଥ ଏବଂ ରୋଜାଲିନ।ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।ଡେରାସ୍ ନିକଟସ୍ଥ ରିସର୍ଟରେ ହୋଇଛି ବାହାଘର ।ରୋଜାଲିନ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି।

ଖୁବ୍‌ଶୀଘ୍ର ପୌଷ୍ୟସନ୍ତାନ ଯୋଜନା: -ମନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ପୌଷ୍ୟସନ୍ତାନ ଯୋଜନା।ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷାଦାନ କରାଯିବ। ସିଏସ୍‌ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ।ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି।କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁବିକାଶ ଅଧିକାରୀ ରହିବେ।ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଯୁବପୀଢ଼ି ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ -ରାଜ୍ୟପାଳ

ଭୁବନେଶ୍ୱର, ୨।୩(ଏସଏସନିୟୂଜ)ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ […]

ଅଚ୍ୟୁତଙ୍କ ସପକ୍ଷରେ ପଥରଗଡ଼ିଆ ଗ୍ରାମବାସୀ

ବାରଙ୍ଗ,୨।୩(ଏସଏସନିୟୂଜ) କିଟ୍ ଓ କିସ୍ ର ପ୍ରତିଷ୍ଟାତା ଡ଼. ଅଚୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ଆମେ ପଥରଗାଡ଼ିଆ ଗ୍ରାମବାସୀ ଦୃଢ଼ ବିରୋଧ କରୁଛୁ। ଡ଼. ଅଚୁତ ସାମନ୍ତଙ୍କ ପାଇଁ ପଥରଗଡ଼ିଆର ଭାଗ୍ୟ ଉଦୟ ହୋଇଛି।ତାଙ୍କ ଯୋଗୁ ପଥରଗାଡିଆର ଉର୍ନ୍ନତି ଚରମ ସୀମାରେ ପହଂଚି ପାରିଛି ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପଥରଗାଡ଼ିଆ ଗ୍ରାମବାସୀମାନେ କହିଛନ୍ତି l ଏହି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତିଯେ, କିଛିଦିନ ତଳେ ଘଟି ଯାଇଥିବା ଅଘଟଣ […]

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ଅଯୋଗ୍ୟ କାର୍ଡ ଫେରାନ୍ତୁ:- କୃଷ୍ଣ ପାତ୍ର

ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍‌ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ […]

ମାର୍ଚ୍ଚରୁ ମେ କଲବଲରେ କଟିବ…

ଭୁବନେଶ୍ୱର,୧।୩(ଏସଏସନିୟୁଜ୍)ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତଖରାରେ ଶିଝିବେ ରାଜ୍ୟବାସୀ।ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ସମସ୍ତଙ୍କଚିନ୍ତା ବଢ଼ିଯାଇଛି।

ବେଆଇନ ବାଲିଘାଟରେ ପୋଲିସର ରାତି ଅଧିଆ ଚଢାଉ

ବାରଙ୍ଗ, ୨୮।୨(ଏସଏସନିୟୁଜ୍) ରାଜଧାନୀ ଉପକଣ୍ଠକଲ୍ୟାଣପୁର ବେଆଇନ ବାଲିଘାଟରୁ ମାଫିଆମାନେଦିନରାତି ବାଲି ଉଠାଉଛନ୍ତି।ଲଘୁଖଣିଜ ବିଭାଗର ଅଧିକାରୀ ମାନଙ୍କ ନିରବତା ଏହି ମାଫିଆ ମାନଙ୍କୁ ଅଧିକ ସକ୍ରିୟ କରିବାରେ ସହାୟକ ସାଜୁଛି।ମାଫିଆମାନେ ଦିନରାତି ଏକକରି ମନଇଚ୍ଛା ବାଲି ଉଠାଇବାରୁ ପଟିଆବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି।ଗୁରୁବାର ବିଳମ୍ବିତ ରାତିରେନନ୍ଦନକାନନ ଥାନା ପୋଲିସବେଆଇନ କଲ୍ୟାଣପୁର ବାଲିଘାଟ ଉପରେ ଚଢାଉ କରି ୩ମାଫିଆ,୪ଡ୍ରାଇଭରଙ୍କ ସମେତ ୭ଜଣଙ୍କୁ ଗିରଫ କରିବା ସହ ଗୋଟିଏ ହାଈୱା,ଗୋଟିଏ ଟିପର,ଦୁଇଟି ଯେଶିବି ମେସିନ,ଦୁଇଟି କାର ଜବତ କରିଛି। […]

ରେଳଧାରଣା ନେଉଛି ଜୀବନ

ବାରଙ୍ଗ, ୨୮।୨ (ଏସଏସନିୟୂଜ୍) ଶୁକ୍ରବାର ରାତି ୯ଟା ପାଖାପାଖି ଗଦେଇକୁଦ ଗ୍ରାମ ସାରଙ୍ଗେଇ ମନ୍ଦିର ନିକଟରେଳଧାରଣାରେ ଟ୍ରେନରେ କଟି ଜଣେ ଅଜଣା ଯୁବକର ମୃତ୍ୟୁ ଘଟିଛି। ଏହି ସମୟରେ ନିକଟସ୍ଥ ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରାନ୍ତ କରି ଯାଉଥିବାବେଳେ ରେଳଧାରଣାରେ ମୃତଦେହ ପଡ଼ିଥ‌ିବା ଦେଖି ରେଳବାଇ ଥାନାକୁ ଖବର ଦେଇଥିଲେ।ରେଲାଧରାନା କଡ଼ରେଏକ ଓଡି ୦୨ ସିପି ୪୧୨୦ ସ୍କୁଟି ଗାଡ଼ି ରହିଥିବାର ଦେଖିବାକୁ ମିଳିଛି।ଉକ୍ତ ଗାଡିଟି ମୃତ୍ୟୁବରଣ କରିଥିବା ଯୁବକର […]