Browsing category

ମହାନଗର

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସରକାରୀ ଚାକିରି ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଏହାର ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରାଯାଇଛି।କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ରାତିଅଧରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା

ବାରଙ୍ଗ,୨୮।୫(ଏସଏସନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରେ ବୁଧବାର ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ବିଭିନ୍ନ ସ୍ଥାନକୁ ଯାଇ ଖୋଜଖବର ନେଇଥିଲେ ମଧ୍ୟ କୌଣସି ତଥ୍ୟ ପାଇପାରିନ ଥିବାର ଜଣାପଡିଛି।ତେବେ କିଏ ଓ କାହିଁକି ଏତେ ଡ୍ରୋନ୍ ଉଡାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ,ମଙ୍ଗଳବାର ରାତିରୁ ବିଳମ୍ବିତରାତି ପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡ୍ରୋନ୍ ଉଡୁଥିଲା ।ଏହି ଘଟଣା ସାଧାରଣ ଲୋକଙ୍କ ନଜରକୁ […]

୨/୩ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୭।୫(ଏସଏସନିୟୁଜ)ମୌସୁମି ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ ହୋଇଛି। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛିଲଘୁଚାପ ।ଦୁଇତିନିଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ।୨୪ ତାରିଖରେ କେରଳ ଛୁଇଁଛି ମୌସୁମି।ରାଜ୍ୟରେ ଜାରି ରହିଛି ପ୍ରାକ ମୌସୁମିବର୍ଷା।ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ହୋଇଛି ଲଘୁଚାପ।ଉତ୍ତରଦିଗକୁ ଗତି କରିବ ସୃଷ୍ଟି ହୋଇଥିବା ଲଘୁଚାପ।୪୮ ଘଣ୍ଟାରେ ଆହୁରି ଘନିଭୂତ ହେବା ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ଆକଳନ କରିଛି।

କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୨୪।୫(ଏସଏସନିୟୁଜ)ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ଖବର । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ମଧ୍ୟକୁ ଅଗ୍ରସର ହୋଇଛି lନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳ ଛୁଇଛି ମୌସୁମୀବାୟୁ।ସାଧାରଣତଃ ମୌସୁମୀ ଜୁନପହିଲା ୧ ତାରିଖରେ କେରଳରେ ପ୍ରବେଶ କରିଥାଏ।ଆକଳନର ୮ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ।ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିବା ସହ ଦୁଇଦିନ ହେବ କେରଳର ବିଭିନ୍ନସ୍ଥାନରେ ବର୍ଷା ଜାରି ରହିଛି ।ଯାହାଫଳରେ ବିଭିନ୍ନସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଥିବାର […]

ଜୟଦେବବିହାରରୁ ନନ୍ଦନକାନନ ଏଲିଭେଟେଡ୍ କରିଡର

ଭୁବନେଶ୍ୱର,୨୩।୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନସିଟିରେ କାର୍ୟ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan)ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗମୌଜା ପର୍ୟ୍ୟନ୍ତ ଦୟାୱେଷ୍ଟ କେନାଲରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, କଳ୍ପନାଛକ, ମ୍ୟୁଜିଅମ ଓ ଶିଶୁଭବନଛକରେ ୩ଟି […]

୨୬ରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି

ଭୁବନେଶ୍ୱର,୨୩।୫(ଏସଏସନିୟୁଜ)ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ଏସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ସେ ଅନୁମୋଦନ ଦେଇଛନ୍ତି ।ଯାହାଫଳରେ ୨୭ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସାବିତ୍ରୀଅମାବାସ୍ୟା ପାଇଁ ସରକାରୀ ଛୁଟି ମେ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା।ତେବେ ପୁରୀ ମୁକ୍ତି ମଣ୍ଡପ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ […]

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି

ଭୁବନେଶ୍ୱର,୨୩।୫(ଏସଏସନିଯୁଜ୍)ଶ୍ରୀମନ୍ଦିରର ସୁରକ୍ଷା ଲାଗି ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପୁଲିସ ବିଭାଗ ସହ ଆଲୋଚନା କରିଛନ୍ତି।ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ।ଆବଶ୍ୟକ ପଡ଼ିଲେ ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ବ୍ୟୟ ବରାଦ କରିବ।ଏ ନେଇ ବିଚାର ଚାଲିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକସହାୟତା […]

ଓଡ଼ିଶାକୁ ଫେରିଲା କରୋନା

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ତିନି ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱରରେ କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଛି ।ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରି ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତିାକୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ପରୀକ୍ଷା କରିଥିଲେ ।ପରୀକ୍ଷାପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚୀନ୍ ଏବଂ ସିଙ୍ଗାପୁରରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏବେ ଭାରତରେ ଏହି ସଂକ୍ରମଣ ପହଞ୍ଚିଛି।

ମୋଦୀଙ୍କ ରଣହୁଙ୍କାର

ଭୁବନେଶ୍ୱର,୨୨ା୫(ଏସଏସନିଉଜ) ରାଜସ୍ଥାନରେ ପାକିସ୍ତାନକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀା ପହଲଗାମ୍ ଆତଙ୍କୀ ହମଲାକୁ ଆଜି ମାସେ ପୂରିଥିବା ବେଳେ ଆତଙ୍କୀଙ୍କ ଉପରେ ନିଆଯାଇଥିବା ପ୍ରତିଶୋଧର କଥା କହି ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଧର୍ମପଚାରି ୨୨ ତାରିଖରେ ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ଫୁଟିଥିଲା ପହଲଗାମରେ ।କିନ୍ତୁ ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ଯନ୍ତ୍ରଣାଦାୟକ ସାଜିଥିଲା ।ଏହିଘଟଣାପରେ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ […]

ସରସ୍ଵତୀ ଗ୍ରୁପ୍ ଅଫ୍ ଇନଚିଚ୍ୟୁଟର ଗର୍ବ

କଟକ,୨୧।୫( ଏସଏସନୀୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ+୨ ପରୀକ୍ଷାରେ କଟକ ବାରଙ୍ଗସ୍ଥିତ ବେଲଗଛିଆ ଠାରେ ଥିବା ଘରୋଇ ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ବାଜିମାତ କରିଛି। ରାଜ୍ୟର ସବୁ ମହାବିଦ୍ୟାଳୟ ଗୁଡ଼ିକୁ ପଛରେ ପକାଇ ଏହି ବିଦ୍ୟାଳୟର ଛାତ୍ର ବିନିତ୍ ମହାନ୍ତି ୯୭.୬୬% ଅର୍ଥାତ୍ ୫୮୬ ନମ୍ବର ରଖି ରାଜ୍ୟର ଟପ୍ପର ହୋଇଛନ୍ତି । ତାଙ୍କର ଏହି ଗୌରବ ମହାବିଦ୍ୟାଳୟ ପରିସରର ଖୁସିର ଲହରି ଖେଳାଇ ଦେଇଛି। ତାଙ୍କର […]