ଭୁବନେଶ୍ୱର,୨୭।୫(ଏସଏସନିୟୁଜ)ମୌସୁମି ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ ହୋଇଛି। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛିଲଘୁଚାପ ।ଦୁଇତିନିଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ।୨୪ ତାରିଖରେ କେରଳ ଛୁଇଁଛି ମୌସୁମି।ରାଜ୍ୟରେ ଜାରି ରହିଛି ପ୍ରାକ ମୌସୁମିବର୍ଷା।ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ହୋଇଛି ଲଘୁଚାପ।ଉତ୍ତରଦିଗକୁ ଗତି କରିବ ସୃଷ୍ଟି ହୋଇଥିବା ଲଘୁଚାପ।୪୮ ଘଣ୍ଟାରେ ଆହୁରି ଘନିଭୂତ ହେବା ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ଆକଳନ କରିଛି।