ଭୁବନେଶ୍ୱର,୨୪।୫(ଏସଏସନିୟୁଜ)ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ଖବର ।
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ମଧ୍ୟକୁ ଅଗ୍ରସର ହୋଇଛି lନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳ ଛୁଇଛି ମୌସୁମୀବାୟୁ।ସାଧାରଣତଃ ମୌସୁମୀ ଜୁନପହିଲା ୧ ତାରିଖରେ କେରଳରେ ପ୍ରବେଶ କରିଥାଏ।ଆକଳନର ୮ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ।ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିବା ସହ ଦୁଇଦିନ ହେବ କେରଳର ବିଭିନ୍ନସ୍ଥାନରେ ବର୍ଷା ଜାରି ରହିଛି ।ଯାହାଫଳରେ ବିଭିନ୍ନସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଥିବାର ଜଣାପଡିଛି।