Browsing category

ଅପରାଧ

ଶାନ୍ତି ରହିଲେ କର୍ଫ୍ୟୁ ବଢ଼ିବନି -ସିପି

କଟକ,୬।୧୦(ଏସଏସନିଉଜ) ଦରଘାବଜାରରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ପୋଲିସ କମିଶନରଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ସ୍ଥିତି ଅନୁଧ୍ୟାନ ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକ ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି।କୌଣସି ଅପ୍ରୀତିକର ଘଟଣା ଘଟିନି।ଉପଦ୍ରବର କୌଣସି ଚିହ୍ନ ନାହିଁ।ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।ଉପଦ୍ରବ କରିବାକୁ ଚେଷ୍ଟା କଲେ ଦୃଢ଼ ହସ୍ତରେ ଦମନ କରାଯିବ।ଯଦି ଏଭଳି ଶାନ୍ତି ରହିଲା କର୍ଫ୍ୟୁ ବଢ଼ାଇବା ଦରକାର ହେବନି ବୋଲି କହିଛନ୍ତି।ସେହିଭଳି ଭାବେ କଟକରେ ଇଣ୍ଟରନେଟ୍ କଟକଣା […]

କଟକର କିଛି ସ୍ଥାନରେ କର୍ଫ୍ୟୁ

କଟକ,୫।୧୦(ଏସଏସନିଉଜ) କଟକ ସହରରେ ଗୋଷ୍ଠୀ ବିବାଦକୁ ନେଇ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଛି ପୋଲିସ। ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନସ୍ଥ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ […]

କଟକରେ ପୋଡ଼ାଜଳା

କଟକ,୫।୧୦(ଏସଏସନିଉଜ)କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜିଠାରୁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିବ । ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ କ୍ଷତାକ୍ତ ଯୁବକ

କଟକ,୪।୧୦(ଏସଏସନିଉଜ)ବାରଙ୍ଗର ନରାଜ ବ୍ୟାରେଜ ଛକରେ ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାରଦେଖିବାକୁ ମିଳିଛି ।ରକ୍ତାକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବୁଲୁଥିବାର ସି ସି କ୍ୟାମେରାରେ କଏଦ ହୋଇଛି।ଯାହାକି ଶନିବାର ସକାଳୁ ଭାଇରାଲ ହେବାରେ ଲାଗିଛି। https://www.facebook.com/share/v/16UHPFM2r6/ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉକ୍ତ ଯୁବକକୁ ସିଡିଏ ଫେଜ୨ ଥାନା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା […]

କୁଆଖାଇରେ ଭାସୁଛି ମୃତଦେହ!

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡ କୁଆଖାଇ ନଦୀରେ ଶନିବାର ଅପରାହ୍ନରେ ଏକ ମୃତଦେହ ଭାସି ଭାସି ଯାଉଥିବାର ଜଣାପଡିଥିଲା।ସ୍ଥାନୀୟ ଗ୍ରାମର କିଛି ଯୁବକ ଶୌଚପାଇ ନଦୀକୁ ଯାଇଥିବାବେଳେ ଏହା ଦେଖିବାକୁ ପାଇଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।କିଏ କିଏ ଏହି ଘଟଣାକୁ ମୋବାଇଲ୍ ରେ କଏଦ କରି ରଖିଥିଲେ।ମୃତ ଦେହ ଟି ମହିଳା ନା ପୁରୁଷ ତାହା ଜଣାପଡିଥିବା ବେଳେ ସେ ଭାସିଭାସି ଯାଇଥିବାର ଦେଖିବାକୁ ମିଳିଥିଲା। https://www.facebook.com/share/v/16RnVsbGnc/

ଚୌଦ୍ବାର ଜେଲ୍‌ରୁ ୨କଏଦୀ ଚମ୍ପଟ୍‌

କଟକ,୩।୧୦(ଏସଏସନିଉଜ)ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ ମାରିଛନ୍ତି।ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି।ପାଣିକୋଇଲି ରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଏମାନେ ଧରାପଡ଼ି ଥିଲେ।ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ ମଧ୍ୟ କରିଥିଲେ।ଲୁଟେରାଙ୍କ ଗୁଳିମାଡ଼ରେ ଜଣଙ୍କର ଜୀବନ ଯାଇଥିଲା।ସ୍ଥାନୀୟଲୋକ ଉଭୟଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ।

ପତ୍ନୀଙ୍କୁ ହତ୍ୟା କଲେ ଏବିଡ଼ିଓ!

କେନ୍ଦୁଝର ,୨ା୧୦(ଏସଏସନିଉଜ) ଦଶହରା ଓ ସୁଦରସା ବ୍ରତରେ ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ ଝିଅ ଆଗରେ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଜଣେ ଏବିଡ଼ିଓ। ପାରିବାରିକ କଳହରୁ ଝିଅ ଆଗରେ ସ୍ତ୍ରୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣିଛନ୍ତି ସ୍ୱାମୀ ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ।ଘଟଣାପରେ ସେଫେରାର ହୋଇଯାଇଥିଲେ ।ଝିଅର ପାଟିଶୁଣି ପଡୋଶୀ ମାନେ ପହଁଚି ଗୁରୁତର ଅବସ୍ଥାରେ ସୁଦେଷ୍ନାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। […]

ତ୍ରିଶୁଳିଆ ଛକରେ ହଙ୍ଗାମା କଲେ ବାଇକ ଚାଳକ

କଟକ, ୩୦।୯(ଏସଏସନିଉଜ) ତ୍ରିଶୂଳିଆ ବଜାର ଉପରେ ଜଣେ ବାଇକ ଚାଳକ ଉନ୍ମୁକ୍ତକାଣ୍ଡ ଘଟାଇଛି।ଏହି ଘଟଣାରେ ସ୍ଥାନୀୟଲୋକ ଜଣଙ୍କୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ସଂନ୍ଧ୍ୟା ୬ଟା ସମୟରେ ଓଡି ୦୫ବିଜେ ୮୪୮୮ ନମ୍ୱର କାରଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲା। କାରଟି ତ୍ରିଶୂଳିଆ ବଜାର ଟ୍ରାଫିକ ଛକରେ ପହଞ୍ଚିଥିବାବେଳେ ପଛରୁ ଏକ ବାଇକ୍ ରେ ବସିଥିବା ଦୁଇଜଣ ଯୁବକ ଆସି କାରକୁ ଅଟକାଇ ଥିଲେ।ଏହାପରେ କାର ଚାଲକଙ୍କୁ […]

ମନ୍ଦିର ବି ଛାଡ଼ିଲେନି ଚୋର…

କଟକ, ୨୯।୯(ଏସଏସନିଉଜ) ରବିବାର ବିଳମ୍ବିତ ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ କୁହ୍ନେଇଁପଡା ମୌଜାରେ ଥିବା ରାମେଶ୍ବର ମନ୍ଦିରର କବାଟ ଭାଙ୍ଗି ଚୋରମାନେ ଅଳଙ୍କାର ଘଣ୍ଟ ଓ ପୂଜା ସାମଗ୍ରୀ ଆଦି ଚୋରୀ କରିନେଇଛନ୍ତି।ଏହାସହ ମନ୍ଦିର ଆଗରେ ରହିଥିବା ଦାନବାକ୍ସକୁ ଭାଙ୍ଗି ତାଭିତରେ ଥିବା ଭକ୍ତମାନେ କରିଥିବା ଦାନ ନେଇଯାଇଛନ୍ତି। ସୋମବାର ଭୋର ସମୟରେ ପୂଜକ କେଶବ ଚନ୍ଦ୍ର କର ପୁଜା କରିବାକୁ ଆସିବା ବେଳେ ମନ୍ଦିର ଗେଟରେ ପଡ଼ିଥିବାତାଲା ଭଙ୍ଗା ଯାଇଥିବାର ଦେଖି ମନ୍ଦିର କମିଟିକୁ ଜଣାଇଥିଲେ।କମିଟିର […]

ରାସ୍ତା ତାଡ଼ିଦେଲେ ଦୃର୍ବୁତ୍ତ

କଟକ, ୨୮।୯ (ଏସଏସନିଉଜ)ବର୍ଷାପାଣି ନିଷ୍କାସନ ହୋଇପରିବାରୁ ବାରଙ୍ଗ ଅଂଚଳର ମୁଖ୍ୟରାସ୍ତାଗୁଡ଼ିକ ଅତି ଶୋଚନୀୟ ହୋଇ ଖାଲଖମାରେ ପରିଣତ ହୋଇଛି।ଏହା ଭିତରେ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ରାସ୍ତାରୁ ପାଣିଯିବାର ବ୍ୟବସ୍ତା ମଧ୍ୟ ହୋଇପାରୁନି।ଯାହାଫଳରେ ସାଧାରଣ ଲୋକ ହିନସ୍ଥା ଭୋଗ କରୁଛନ୍ତି। ପ୍ରତ୍ୟେକଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ମଧ୍ୟ ହେଉଛି।ତ୍ରିଶୂଳିଆ-ବାରଙ୍ଗ ଏବଂ ତ୍ରିଶୂଳିଆ-ବାଙ୍କୀ ରାସ୍ତାରେ ଏଭଳି ଘଟଣାମାନ ଘଟୁଥିବାର ଦେଖିବାକୁ ମିଳିଛି।ଏହାଭିତରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ମୈଜା ଅଂଚଳରେ ଏକ ଘରୋଇ ଆପାର୍ଟମେଣ୍ଟ […]