Browsing category

ଅପରାଧ

ରୋଗୀଙ୍କ ପ୍ୟାଣ୍ଟରେ ପଶିଲା ସାପ

କେନ୍ଦୁଝର,୮ା୮(ଏସଏସନିଉଜ) ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ମେଡ଼ିକାଲରେ ଏକ ୱାର୍ଡରେଶୋଇଥିବାବେଳେ ଜଣେ ଯୁବକଙ୍କୁ ସାପ କାମୁଡିଛି। ଯୁବକ ଜଣକ ହେଉଛନ୍ତି ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇାତାଙ୍କ ବଡମା’ ରହୁଥିବା ଓ୍ୱାର୍ଡ ସାମ୍ନାବାରଣ୍ଡାରେ ଶୋଇଥିବା ସମୟରେ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡିଦେଇ ସେ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା।ସେ ପାଟି କରିବାରୁ ତାଙ୍କ ପାଖରେ ସୁରକ୍ଷାକର୍ମୀ ଓ ପାଖରେ ଥିବା ଲୋକେ ପହଞ୍ଚି ସାପକୁ ତାଙ୍କ ପ୍ୟାଣ୍ଟ ଭିତରୁ […]

ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍

ଭୁବନେଶ୍ବର,୮ା୮(ଏସଏସନିଉଜ)ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଲାଣି । ରାଜ୍ୟସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ।ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

ପୋଲିସପିସ୍ତଲରୁ ଗୁଳିଫୁଟି ୨ମୃତ

ସୁବର୍ଣ୍ଣପୁର , ୬ା୮(ଏସଏସନିଉଜ)ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ଜଣଙ୍କର ମୃତ୍ୟୁଘଟିଛି ।ମୃତକ ହେଉଛନ୍ତି ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର।ବିନିକା ଥାନା ଅଞ୍ଚଳର ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ଥିବା କୁକୁଡ଼ା ଫାର୍ମପାଖ ଖୋଲା ପଡ଼ିଆରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଉଭୟ ସମ୍ପର୍କୀୟ ଭାଇ ହୋଇଥିବାବେଳେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ପରେ ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଗୁଳି କରିଥିବାନେଇ ଆଶଙ୍କା କରାଯାଉଛି ।ମୃତଦେହ […]

ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ,୬ା୮(ଏସଏସନିଉଜ) ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ଗିରଫ କରିଛି ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଧାର ୧୨ଟି ସ୍ଥାନରେ ସୋମବାର ଚଢ଼ଉ କରିଥିବାବେଳେ […]

ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ ଓଡ଼ିଶାରୁ ଜଣେ ଗିରଫ

ଭୁବନେଶ୍ୱର,୬ା୮(ଏସଏସନିଉଜ) ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ସିବି।।ଇ ।ସିଏ ହେଉଛନ୍ତି ସୁଶାନ୍ତ ସାମନ୍ତ ।ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ସିବିଆଇ ଗିରଫ କରିଛି। ପ୍ରଶ୍ନପତ୍ର ଲିକକରି ଏହା ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ନେଇ ସିବିଆଇ ତାଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରାଯାଇ ପାଟନା ନିଆଯାଇ ସେଠାରେ କୋର୍ଟରେ ହାଜର କରାଯାଇଛି।  

ଖୋଲିବ ରଙ୍ଗିଲା ପ୍ରେମିକ କେଳେଙ୍କାରୀ

ଭୁବନେଶ୍ୱର,୬ା୮(ଏସଏସନିଉଜ) ୫ସ୍ତ୍ରୀଙ୍କସ୍ୱାମୀ ରଙ୍ଗିଲା ସତ୍ୟଜିତସାମଲଙ୍କୁ ଆଜିଠୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଅଧିକ ପଚରାଉଚରା କରିବାଏହାପରେ ଖୋଲିବାକୁଯାଉଛି ପ୍ରେମିକ କେଳେଙ୍କାରୀର ଗୁମର ।ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା । ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା […]

ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଅନୁଗୁଳ, ୬ା୮(ଏସଏସନିଉଜ) ଏକ ଅଜଣାଗାଡି ଧକ୍କାରେ ଚାଲିଯାଇଛି ଜଣେ ବୃଦ୍ଧଙ୍କ ଜୀବନ ।ସଦର ଥାନା କରଡ଼ାଗାଡ଼ିଆ ନିକଟରେ ଆଜି ଏହିଭଳି ଘଟଣା ଘଟିଛି ।ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।ଆଜି ସକାଳ ୬ଟା ବେଳକୁ କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ନାମକ ବୃଦ୍ଧ ସାଇକେଲ ଯୋଗେ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ତାଙ୍କର ଟାୟାର ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିବାବେଳେ […]

ଶିକାରୀ ଘରେ ଏସ୍‌ଟିପିଏଫ୍‌ର ଚଢ଼ଉ

ମୟୂରଭଞ୍ଜ, ୬ା୮(ଏସଏସନିଉଜ) ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜର ମକାବାଡ଼ି ଗ୍ରାମର ଜଣେ ଶିକାରୀ ଘରେ ଏସ୍‌ଟିପିଏଫ୍ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି । ଗିରଫ ଶିକାରୀ ହେଉଛି ମକାବାଡ଼ି ଗ୍ରାମର ଲାଙ୍କା ବଦ୍ରା ।ଚଢାଉବେଳେ ତାଙ୍କ ଘରୁ ବାଘ ଖପୁରୀ, ହାଡ଼, ହରିଣ ଖପୁରୀ, ଶିଙ୍ଗ ସମେତ ଶିକାର ସାମଗ୍ରୀ, ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ଅଚାନକ ତା’ ଘର ଉପରେ ଏସ୍‌ଟିପିଏଫ ଟିମ୍ ଚଢ଼ଉ କରି ତାଘରୁ କଲରାପତରିଆ ବାଘ […]

୭ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ, ୬ା୮(ଏସଏସନିଉଜ) ଗୋଛାପଡ଼ା ଥାନାପୋଲିସ ଲୁଇସିଂ ପଞ୍ଚାୟତର ସୁଟାଣିଘାଟି ନିକଟରୁ ଏକ କାର୍‌ରୁ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ପୁଲିସ ସ୍ବାଧୀନ ଖଟୁଆ, ଅରୁଣ କୁମାର ରଣା, ସୁବୁଦ୍ଧି ସାହୁ , ସଦାସନ ବାରିକ , ରିତୁ ବାରିକ , ଆଲୋକ କୁମାର ପାତ୍ର , ସମୀର ସାହୁ ଆଦି୭ ଅନ୍ତଃରାଜ୍ୟ ମାଫିଆକୁ କାବୁ କରିବାରେ ସଫଳ ହୋଇଛି। ପୁଲିସ ଏମାନଙ୍କଠାରୁ ୧୬ଟି ପ୍ୟାକେଟରେ ଚାଲାଣ ହେଉଥିବା ୪କ୍ବିଣ୍ଟାଲ୍ ଗଞ୍ଜେଇ, […]

ବିଶ୍ୱରାଜକୁ ହତ୍ୟାକଲେ ଦୁଇ ନାବାଳକ

ବୌଦ୍ଧ,୪ା୮(ଏସଏସନିଉଜ) ଗତମାସ ୩୦ତାରିଖସନ୍ଧ୍ୟାରେ କଣ୍ଟାମାଲଥାନା ଲମ୍ବସରୀଗ୍ରାମର ବରିଷ୍ଠଦେହୁରୀଙ୍କ ୭ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ପିପଲପାଲିଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ହତ୍ୟାଘଟଣାରେ ୨ ଜଣ ନାବାଳକଙ୍କୁ ଗତକାଲି ପୋଲିସ ଅଟକରଖି ପଚରାଉଚରା କରିଥିଲା ।ପୁର୍ବଶତ୍ରୁତାକୁ ନେଇ ଉକ୍ତ ୨ନାବାଳକ ବିଶ୍ବରାଜକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ । ଆଜି […]