Browsing category

ଜିଲ୍ଲା

ବିଦ୍ୟୁତଖୁଣ୍ଟକ ଧକ୍କାଦେଲା ପିକଅପ ଭ୍ୟାନ୍

ବାରଙ୍ଗ, ୧।୩(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ପଂଚୁପାଳ ମଧୁସୂଦନପୁର ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି।ଷୌଭାଗ୍ୟବଶତଃ ବିଦ୍ୟୁତଖୁଣ୍ଟ ପାଇଁ ଗାଡିଟି କେନାଲ ମଧ୍ୟକୁ ପଶି ନପାରି ଝୁଲି ରହିଛି। ଚାଲକ ଆହତ ହୋଇଥିବା ବେଳେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ରବିବାର ଅପରାହ୍ନ ୩ଟା ସମୟରେ ପଞ୍ଚୁପାଳ ନିକଟ ମଧୁସୂଦନ ପୁର ପୁରୀ ମୁଖ୍ୟକେନାଲ ବନ୍ଧରେ ଦୃତଗତିରେ ଆସୁଥିବା ଓଡି ୦୫ଜେ ୫୯୮୨ନମ୍ୱର ଏକ ପିକ୍ ଅପଭ୍ୟାନ୍ […]

ହରେକୃଷ୍ଣ ହରେରାମରେ କମ୍ପିଲା ମରିଚିଆ ଗ୍ରାମ

ବାରଙ୍ଗ,୧।୩(ଏସଏସନିଉଜ) ରବିବାର ଦିନ ରାଜଧାନୀ ଉପକଣ୍ଠ ମରିଚିଆ ଗ୍ରାମରେ ଉଦଯାପିତ ହୋଇଯାଇଛି ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ। ଗ୍ରାମର ଭାଗବତ ଗୃହର ବିଜୁ ପାଲା ମଣ୍ଡପରେ ଶୁକ୍ରବାର ଠାରୁ ନାମଯଜ୍ଞ ଆରମ୍ଭ ହୋଇ ରବିବାର ଶେଷ ହୋଇଛି।ଏହି ଶୁଭ ଅବସରରେ ଶୁକ୍ରବାର ଅପରାହ୍ନରେ ସୁଭାଧିବାସ ଓ ଘଟ ସ୍ଥାପନ କରାଯାଇଥିଲା।ମାନସିକଧାରୀ ମହିଳା ଓ ପୁରୁଷ ଭକ୍ତମାନେ ପ୍ରାଚୀ ନଦୀରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରିଥିଲେ।ଶନିବାର ଦିନ ଅହୋରାତ୍ର ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଥିଲା ଆଜି ରବିବାର […]

ହରିନାମରେ କମ୍ପିଲା ଦାଢାପାଟଣା

ବାରଙ୍ଗ,୨୮।୨(ଏସଏସନିଉଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦାଢାପାଟଣା ଗ୍ରାମରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ୧୫ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିବା ଏହି ନାମଯଜ୍ଞର ଶନିବାର ଥିଲା ନଗର କୀର୍ତ୍ତନ। ୨୬ ତାରିଖରେ ସୁଭାଧିବାସ ଓ ଘଟ ସ୍ଥାପନ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତମାନେ ନଦୀରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରିଥିଲେ। ୨୭ ତାରିଖରୁ ଅହୋରାତ୍ର ନାମ ସଙ୍କୀର୍ତ୍ତନ ଆରମ୍ଭ […]

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ଵର, ୨୮।୦୨(ଏସଏସନିଉଜ)ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ।ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍ ବୋଲି ନବୀନ କହିଛନ୍ତି ।

ସିଂହାସନ ଆରୋହଣ କଲେ ମା ସନ୍ତୋଷୀ

ଚନ୍ଦ୍ରଶେଖରପୁର,୨୭।୨(ଏସଏସନିଉଜ)ଭୁବନେଶ୍ୱର ପଟିଆ ହରିହର ବିହାର ରେ ଶ୍ରୀଶ୍ରୀ କଳ୍ପେଶ୍ଵର ମହାଦେବ ଓ ମା ପୂର୍ଣ୍ଣବାସିନୀ ସର୍ବମଙ୍ଗଳା ପୀଠ ପରିସରରେ ନୂତନଭାବେ ମାସନ୍ତୋଷୀଙ୍କ ଭବ୍ୟମନ୍ଦିର,ବିଗ୍ରହ ପ୍ରତିଷ୍ଠା ଉସବ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତା ଏବଂ କର୍ତ୍ତିଭାବେ ରଞ୍ଜନ କୁମାର ଜେନା,କୁନ୍ତଳା ପାଇକରାୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠାଦିବସରେ ଶୁକ୍ରବାରଦିନ ମାଙ୍କ ସିଂହାସନ ଆରୋହଣ, ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା,ଯଜ୍ଞ, ହରିବୋଲ, ହୁଳାହୁଳି ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା […]

ଆସିଲେ,ମାମୁକୁ ହାଣିଲେ…

ବାରଙ୍ଗ, ୨୬।୨ (ଏସଏସନିଉଜ) ବିବାହ ଉତ୍ସବରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ମାମୁଁଙ୍କୁ କଟୁରୀରେ ହାଣି ଦୁଇ ଭଣଜାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟଚାଲଣ କରିଛି ବାରଙ୍ଗ ଥାନାପୁଲିସ। ପ୍ରକାଶ ଯେ, ନୟାଗଡ଼ ଭାପୁର ବ୍ଲକ ଅଞ୍ଚଳର ରାଧା ହାତୀ ନାମକ ଜଣେ ମହିଳା ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ନିକଟରେ ଘର କରି ରହୁଛନ୍ତି । ରାଧାଙ୍କ ପୁଅ ହାପିଙ୍କର ବୁଧବାର ଦିନ କଟକରେ ବାହାଘର ଥିଲା। ବିବାହ ଉତ୍ସବକୁ ତାଙ୍କର ଭଣଜା ନୟାଗଡ ଫତେଗଡ଼ […]

ହରିବୋଲ ହୁଳହୁଳିରେ କମ୍ପିଲା କାନନକ୍ଷେତ୍ର

ବାରଙ୍ଗ,୨୬।୨(ଏସଏସନିଉଜ) ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ଥିବା କାନନ କ୍ଷେତ୍ରର ଥିବା ସର୍ବପୁରାତନ ଜଗନ୍ନାଥମନ୍ଦିରର ନବକଳେବର ହୋଇଛି।ପୁରୁଣା ମନ୍ଦିରକୁ ଭଙ୍ଗାଯାଇ ପ୍ରାୟ ୩କୋଟିଟଙ୍କା ବ୍ୟୟ ବରାଦରେ ନୂତନଭାବେ ମନ୍ଦିର ଗଢାଯାଇଛି।ଏଥି ନିମନ୍ତେ ଆୟୋଜିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୩ ରୁ ୨୬ତାରିଖପର୍ଯ୍ୟନ୍ତ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉସବର ପ୍ରଥମ ଦିନ ୧୩୦୦ରୁ ଉର୍ଦ୍ଧ ନରନାରୀଙ୍କ କଳସ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶେଷଦିନ ଗୁରୁବାରସନ୍ଧ୍ୟାରେ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତି […]

ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର,୨୫।୨(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବ୍ଲସମ୍ ଆଇ – ୨୦୨୬ ଭବ୍ୟ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଥମରେ ମହାବିଦ୍ୟାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଶିଳାନ୍ୟାସ କରିଥିଲେ। ପରେ ବାର୍ଷିକ ଉତ୍ସବର ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ମହାବିଦ୍ୟାଳୟର ଢାଞ୍ଚାଗତ ବିକାଶ କେବଳ ଶରୀର ଅଟେ, ଏହାର ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା, […]

ଆସିଲେ ପଇଡହଣା କଟୁରୀରେ ହାଣିଲେ

ବାରଙ୍ଗ, ୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ବାଇକରେ କଟୁରୀ ନେଇ ଆସିଲେ ଆଉ ହାଣି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ହାତରେ ଧରାପଡିଲେ। ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ପଇଡ଼ କଟା କଟୁରୀରେ ଗୋଡାଇ ଗୋଡାଇ ହାଣିଛନ୍ତି। ଯୁବକ ଜଣଙ୍କୁ ଗୁରୂତର ଅବସ୍ଥାରେ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି। ଗୁରୁତର […]

ସାରଙ୍ଗେଇ ପୀଠରେ ଏକାଠି ହେଲେ ସାମ୍ବାଦିକ

ବାରଙ୍ଗ,୨୫।୨(ଏସଏସନିଉଜ)ମାସାରଙ୍ଗେଇ ପୀଠରେ ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ପ୍ରେସକ୍ଲବର ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଅଞ୍ଚଳର ସମସ୍ତ ଘଟଣାବଳୀ ଓ ଖବରକୁ ପ୍ରଶାସନ ,ସରକାରଙ୍କ ନିକଟରେ ପହଞ୍ଚାଇ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ବାରଙ୍ଗ ପ୍ରେସକ୍ଲବ ସମସ୍ତ ସାମ୍ବାଦିକ ।ସାମ୍ବାଦିକ କଲମ ମୁନରେ ସମ୍ପୂର୍ଣ୍ଣ ସମାଜର ଦୃଷ୍ୟପଟ ଆଙ୍କି ହୋଇଯାଏ ।ତାଙ୍କର ତ୍ୟାଗ […]