Browsing category

ଜିଲ୍ଲା

ଲିଭୁନି ନିଆଁ…

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏବେବି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇବା ପ୍ରୟାସ ଆରମ୍ଭ କରିଛି ଅଗ୍ନିଶମବାହିନୀ। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।ଅଗ୍ନିଶମବାହିନୀବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଛି।ତେବେ ଘର ଭିତରେଥିବା ପ୍ଲାଷ୍ଟିକପାଇଁ ନିଆଁର ପରିଣାମ ବଢ଼ିବାରେ […]

ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ

ଅନୁଗୁଳ,୨୪।୨(ଏସଏସନିଉଜ) ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହଆଠମଲ୍ଲିକ ଥାନା ଅଧୀନସ୍ଥ କନ୍ଧପଡ଼ା ନିକଟ ରାସ୍ତାରେ ପଡ଼ିଛି ମୃତଦେହ।ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଅଦ୍ୟାବଧି ପୋଲିସଘଟଣାସ୍ଥଳରେ ପହଞ୍ଚିନାହିଁ ।ଅନ୍ୟପଟେ ଉଦଳାର ଖୁଣ୍ଟାଥାନା ଅଧୀନସ୍ଥ ଗୋଡ଼ିଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।୫ଜଣ ଯୁବକ ମିଶି ଗାଁ ଦାଣ୍ଡରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ଆସିଛି।ଏକ ହତ୍ୟା ମାମଲାରେ ପ୍ରତ୍ୟେକ୍ଷଦର୍ଶୀ ଭାବେ କୋର୍ଟରେ ସାକ୍ଷୀ ଦେବାରୁ ହତ୍ୟା କରୁଥିବାର ଜଣାପଡିଛି।ଖୁଣ୍ଟା ଥାନାରେ ଜଣେ ଅଟକ ରଖି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

ଧରାପଡ଼ିଲେ ଫେରାର୍‌ ପ୍ରେମିକ ଓ ନବବଧୂ

ବଲାଙ୍ଗିର,୨୪।୨(ଏସଏସନିଉ ଜ)ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣାରେ ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଛନ୍ତି ପ୍ରେମିକନବବଧୁ।ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ।ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା।

ଏଥର ଦୋଳଯାତ୍ରା ଓ ଭାଗବତମେଳଣରେ ଡିଜେ ମନା

ମେଣ୍ଢାଶାଳ,୨୩।୨(ଏସଏସନିଉଜ)ଆଗକୁ ଆସୁଛି ଗାଁ ଗହଳିର ପୁରାତନ ଓ ପରମ୍ପରାରପର୍ବ ଦୋଳଯାତ୍ରା ।ଏହି ଦୋଳଯାତ୍ରାକୁ ସୁରୁଖୁର ଓ ଶାନ୍ତିଶୃଙ୍ଖଳାରେ ସମ୍ପ୍ରନ୍ କରିବାପାଇଁ ସୋମବାରରାତିରେ ଏକ ବୈଠକ ଚନ୍ଦକାଥାନାରେ ଅନୁଷ୍ଟିତ ହୋଇଯାଇଛି।ଥାନାଅଧୀନରେ ରହିଥିବା ବିଭିନ୍ନ ଗ୍ରାମର ମୂରବୀମାନେ ଏହି ବୈଠକରେ ସାମିଲ ହୋଇଥିଲେ। ଥାନା ଅଧିକାରିଣୀ ସମିତା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଚଳିତବର୍ଷ ଏହି ଦୋଳମେଳଣ ଓ ଦୋଳଯାତ୍ରାକୁ ଶାନ୍ତିଶୃଙ୍ଖଳାର ସାରିବା ପାଇ ନିଷ୍ପତ୍ତି ହୋଇଥିଲା।ଏଥର ମେଳଣରେ ଡିଜେକୁ ସମ୍ପୂର୍ଣ ବନ୍ଦ କରାଯାଇଛି ।ମଦ୍ୟପାନ କରି ମେଳଣ […]

ଜଳିଗଲା ବାଇକ୍

ବାରଙ୍ଗ, ୨୩।୨(ଏସଏସନିଉଜ) ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର କାନପୁର ନିକଟରେ ଥିବା ଏକ ବାଇକ୍ ସୋମବାର ଦିନ ଜଳିଯାଇଛି।ଚାଲକ ଜଣଙ୍କ ଏକ ଦୋକାନ ସମ୍ମୁଖରେ ଗାଡ଼ି ରଖି ଯାଇଥିବା ବେଳେ କୌଣସି କାରଣରୁ ହଠାତ ନିଆଁ ଲାଗି ଗାଡିଟି ପୋଡ଼ିଯାଇଛି। ପ୍ରକାଶ ଯେ, କାନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ହେଉଥିବା ଏକ ଧାର୍ମିକ କାର୍ଯ୍ୟରେ ରୋଷେଇ କରିବାକୁ ବାଇକ୍ ନେଇ ଜଣେ ରୋଷେୟା ଆସିଥିଲେ।ସେ ବାଇକ୍ ଟିକୁ କାନପୁରଗ୍ରାମ ମୁଣ୍ଡ ପୂରୀ ମୂଖ୍ୟ କେନାଲ […]

ଭୁଶୁଡ଼ି ପଡିଲା ତାଜା

ବାରଙ୍ଗ, ୨୩।୨(ଏସଏସନିଉଜ)ଗୋଡିସାହି ଫାଣ୍ଡିକୁ ଲାଗି ନୂଆକରି ହେଉଥିବା ଗୃହର ତାଜା ଭୁଶୁଡ଼ି ପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି।ନିମ୍ନମାନର କାମ ର ଏହା ଜ୍ୱଳନ୍ତ ଉଦାହରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶ ଯେ,ରାଜ୍ୟ ସରକାର ଥାନା ଓ ଫାଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଛନ୍ତି।ଏଥିନିମନ୍ତେ ଗୋଡିସାହି ଫାଣ୍ଡିକୁ ଲାଗି ଏ ନୂଆକରି ଫାଣ୍ଡି ଗୃହ ମଧ୍ୟ ନିର୍ମାଣ କରାଯାଉଛି। ନୂଆକରି ହେଉଥିବା ଏହି ଘରର ଛାତ ପଡ଼ିନାହିଁ।କିନ୍ତୁ ଝରକା ଉପରେ ପଡ଼ିଥିବା […]

ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୩ ତାରିଖଦୋଳ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଦିନ ୩ଟା ୨୦ମିନିଟ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଦିନ ୩ଟା ୨୦ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ […]

ଆମ ବସରେ ନିଆଁ ଲଗାଇଦେଲେ

ଭୁବନେଶ୍ବର,୨୩।୨(ଏସଏସନିଉଜ) ବିବାଦର ପିଛା ଆମ ବସ ଉପରୁ ଛାଡ଼ୁ ନଥିବା ବେଳେ ଆଜି ପୁଣି ଆମ ବସ୍ ଦୁର୍ଘଟଣା ଘଟାଇଛି।ଆମ ବସ୍ ଧକ୍କାରେ ସାଇକେଲ୍ ଆରୋହୀ ଗୁରୁତର ଆହତ ହେବା ପରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପଳାଶପଲ୍ଲୀ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଚାଲକର ମାନମନିକୁ ଦୋଷାରୋପ କରି ଉତ୍ତ୍ୟକ୍ତ ଲୋକମାନେଆମ ବସର କାଚ ଭାଙ୍ଗିବା ସହ ନିଆଁ ଲଗାଇଦେଇଛନ୍ତି।

ଭୁସୁଡ଼ିଲା ବିଜୁ ସେତୁ…

କଟକ,୨୨।୨(ଏସଏସନିଉଜ)ନିମ୍ନ ମାନର କାମ ଯୋଗୁ ରବିବାର କାମ ଚାଲୁଥିବା ବେଳେ ଏକ ପାର୍ଶ୍ୱ ଭୁସୁଡ଼ି ପଡିଛି ବିଜୁସେତୁ। ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ଯ୍ୟକରୁଥିବା ଶ୍ରମିକ।ଏହାପରେ କରାଯାଉଥିବା କାମକୁ ବନ୍ଦ୍ କରାଯାଇଥିବାର ଜଣାପଡିଛି। ଠିକାଦାର ଦ୍ଵାରା କରାଯାଉଥିବା ନିମ୍ନମାନର କାମ ଓ ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ଭାବନା ଯୋଗୁ ଯୋଗୁ ଏପରି ଅଘଟଣ ଘଟିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶଯେ, ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତରୁ ଦାଢାପାଟଣା ପଞ୍ଚାୟତକୁ ସଂଯୋଗ […]

୨୩ରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସବ

ଭୁବନେଶ୍ୱର,୨୧।୨(ଏସଏସନିଉଜ) ବାରଙ୍ଗ ଓ ପଟିଆ ଅଞ୍ଚଳର ଥିବା ତଥା ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ରହିଥିବା କାନନକ୍ଷେତ୍ରର ସର୍ବ ପୁରାତନ ଜଗନ୍ନାଥମନ୍ଦିର ନୂତନ ଭାବେ ଗଢା ଯାଇଛି।ପ୍ରାୟ ୩କୋଟି ଟଙ୍କା ବ୍ୟୟ ବାରଦରେ ନିର୍ମିତ ଏହି ପୁରାତନ ମନ୍ଦିର ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇଛି।ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର […]