Browsing category

ଜିଲ୍ଲା

ଜଳିଗଲା ବାଇକ୍

ବାରଙ୍ଗ, ୨୩।୨(ଏସଏସନିଉଜ) ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର କାନପୁର ନିକଟରେ ଥିବା ଏକ ବାଇକ୍ ସୋମବାର ଦିନ ଜଳିଯାଇଛି।ଚାଲକ ଜଣଙ୍କ ଏକ ଦୋକାନ ସମ୍ମୁଖରେ ଗାଡ଼ି ରଖି ଯାଇଥିବା ବେଳେ କୌଣସି କାରଣରୁ ହଠାତ ନିଆଁ ଲାଗି ଗାଡିଟି ପୋଡ଼ିଯାଇଛି। ପ୍ରକାଶ ଯେ, କାନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ହେଉଥିବା ଏକ ଧାର୍ମିକ କାର୍ଯ୍ୟରେ ରୋଷେଇ କରିବାକୁ ବାଇକ୍ ନେଇ ଜଣେ ରୋଷେୟା ଆସିଥିଲେ।ସେ ବାଇକ୍ ଟିକୁ କାନପୁରଗ୍ରାମ ମୁଣ୍ଡ ପୂରୀ ମୂଖ୍ୟ କେନାଲ […]

ଭୁଶୁଡ଼ି ପଡିଲା ତାଜା

ବାରଙ୍ଗ, ୨୩।୨(ଏସଏସନିଉଜ)ଗୋଡିସାହି ଫାଣ୍ଡିକୁ ଲାଗି ନୂଆକରି ହେଉଥିବା ଗୃହର ତାଜା ଭୁଶୁଡ଼ି ପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି।ନିମ୍ନମାନର କାମ ର ଏହା ଜ୍ୱଳନ୍ତ ଉଦାହରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶ ଯେ,ରାଜ୍ୟ ସରକାର ଥାନା ଓ ଫାଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଛନ୍ତି।ଏଥିନିମନ୍ତେ ଗୋଡିସାହି ଫାଣ୍ଡିକୁ ଲାଗି ଏ ନୂଆକରି ଫାଣ୍ଡି ଗୃହ ମଧ୍ୟ ନିର୍ମାଣ କରାଯାଉଛି। ନୂଆକରି ହେଉଥିବା ଏହି ଘରର ଛାତ ପଡ଼ିନାହିଁ।କିନ୍ତୁ ଝରକା ଉପରେ ପଡ଼ିଥିବା […]

ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୩ ତାରିଖଦୋଳ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଦିନ ୩ଟା ୨୦ମିନିଟ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଦିନ ୩ଟା ୨୦ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ […]

ଆମ ବସରେ ନିଆଁ ଲଗାଇଦେଲେ

ଭୁବନେଶ୍ବର,୨୩।୨(ଏସଏସନିଉଜ) ବିବାଦର ପିଛା ଆମ ବସ ଉପରୁ ଛାଡ଼ୁ ନଥିବା ବେଳେ ଆଜି ପୁଣି ଆମ ବସ୍ ଦୁର୍ଘଟଣା ଘଟାଇଛି।ଆମ ବସ୍ ଧକ୍କାରେ ସାଇକେଲ୍ ଆରୋହୀ ଗୁରୁତର ଆହତ ହେବା ପରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପଳାଶପଲ୍ଲୀ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଚାଲକର ମାନମନିକୁ ଦୋଷାରୋପ କରି ଉତ୍ତ୍ୟକ୍ତ ଲୋକମାନେଆମ ବସର କାଚ ଭାଙ୍ଗିବା ସହ ନିଆଁ ଲଗାଇଦେଇଛନ୍ତି।

ଭୁସୁଡ଼ିଲା ବିଜୁ ସେତୁ…

କଟକ,୨୨।୨(ଏସଏସନିଉଜ)ନିମ୍ନ ମାନର କାମ ଯୋଗୁ ରବିବାର କାମ ଚାଲୁଥିବା ବେଳେ ଏକ ପାର୍ଶ୍ୱ ଭୁସୁଡ଼ି ପଡିଛି ବିଜୁସେତୁ। ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ଯ୍ୟକରୁଥିବା ଶ୍ରମିକ।ଏହାପରେ କରାଯାଉଥିବା କାମକୁ ବନ୍ଦ୍ କରାଯାଇଥିବାର ଜଣାପଡିଛି। ଠିକାଦାର ଦ୍ଵାରା କରାଯାଉଥିବା ନିମ୍ନମାନର କାମ ଓ ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ଭାବନା ଯୋଗୁ ଯୋଗୁ ଏପରି ଅଘଟଣ ଘଟିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶଯେ, ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତରୁ ଦାଢାପାଟଣା ପଞ୍ଚାୟତକୁ ସଂଯୋଗ […]

୨୩ରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସବ

ଭୁବନେଶ୍ୱର,୨୧।୨(ଏସଏସନିଉଜ) ବାରଙ୍ଗ ଓ ପଟିଆ ଅଞ୍ଚଳର ଥିବା ତଥା ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ରହିଥିବା କାନନକ୍ଷେତ୍ରର ସର୍ବ ପୁରାତନ ଜଗନ୍ନାଥମନ୍ଦିର ନୂତନ ଭାବେ ଗଢା ଯାଇଛି।ପ୍ରାୟ ୩କୋଟି ଟଙ୍କା ବ୍ୟୟ ବାରଦରେ ନିର୍ମିତ ଏହି ପୁରାତନ ମନ୍ଦିର ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇଛି।ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର […]

ଭିଜିଲାନ୍ସ ପଞ୍ଝାରେ ତହସିଲଦାର

ସୋର,୧୯।୨(ଏସଏସନିଉଜ)ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ।୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ମାଡ଼ିବସିଥିଲା।

ବରଗଡ଼ ପୋଲିସ ପଞ୍ଝାରେ ୯ ସାଇବର ଠକ

ବରଗଡ଼,୧୯।୨(ଏସଏସନିଉଜ)ସପ୍ତାହେ ଭିତରେ ୯ ସାଇବର ଠକ ଗିରଫ ହୋଇଛନ୍ତି।ଅପରେସନ ସାଇବର କବଚରେ ପୋଲିସକୁ ସଫଳତା ମିଳିଛି।ନୀରିହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ।ପରବର୍ତ୍ତୀ ସମୟରେ ଆକାଉଣ୍ଟକୁ ଫ୍ରଡ୍ ସଂସ୍ଥାରେ ବ୍ୟବହାର କରୁଥିଲେ।୭୫ ପାସ୍ ବୁକ୍, ୧୯ ଚେକ୍‌ବୁକ୍, ୧୧ ଏଟିଏମ, ୨୬ ସିମକାର୍ଡ ଜବତ ହୋଇଛି।୬ ହଜାର ୭୦୦ ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି।୭୫ ପାସ୍ ବୁକ୍‌ରେ ହୋଇଛି ୧୦ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବାର ପ୍ରାଥମିକ ତଦନ୍ତ ବେଳେ […]

ମାଗଣା ବଣ୍ଟନକୁ ସୁପ୍ରିମ୍‌ ଭର୍ତ୍ସନା

ଭୁବନେଶ୍ୱର,୧୯।୨(ଏସଏସନିଉଜ)ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା କରାଯାଇଛି।ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରାଯାଇଛି।ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି।ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍ ବୋଲି କୁହାଯାଇଛି।ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ।ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ।ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି […]

ରାଜ୍ୟରେ ବଢ଼ିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର,୧୯।୨(ଏସଏସନିଉଜ)ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ।ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ। ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି।ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି।୯.୨ % ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା ରହିଛି।ଅର୍ଥବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ରହିଛି।ଜାତୀୟ ଅବଦାନ ୧୬.୮% ଥିବା ବେଳେ ରାଜ୍ୟର ଅବଦାନ […]