ଭୁସୁଡ଼ିଲା ବିଜୁ ସେତୁ…

କଟକ,୨୨।୨(ଏସଏସନିଉଜ)ନିମ୍ନ ମାନର କାମ ଯୋଗୁ ରବିବାର କାମ ଚାଲୁଥିବା ବେଳେ ଏକ ପାର୍ଶ୍ୱ ଭୁସୁଡ଼ି ପଡିଛି ବିଜୁସେତୁ। ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ଯ୍ୟକରୁଥିବା ଶ୍ରମିକ।ଏହାପରେ କରାଯାଉଥିବା କାମକୁ ବନ୍ଦ୍ କରାଯାଇଥିବାର ଜଣାପଡିଛି। ଠିକାଦାର ଦ୍ଵାରା କରାଯାଉଥିବା ନିମ୍ନମାନର କାମ ଓ ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ଭାବନା ଯୋଗୁ
ଯୋଗୁ ଏପରି ଅଘଟଣ ଘଟିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି।
ପ୍ରକାଶଯେ, ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତରୁ ଦାଢାପାଟଣା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ନୂଆସାହି ଗାଁ ମୁଣ୍ଡରେ ପୁରୀ ମେନ କେନାଲ ଉପରେ ବିଜୁ ସେତୁ
ନିର୍ମାଣ କରାଯାଇଛି।ନୟାପାଟଣା, ଆମ୍ବବରେଇ ଓ ମଧୁସୁଦନପୁର ଗ୍ରାମକୁ ସଂଯୋଗ କରିବା ଲକ୍ଷରେ ଏହି ବ୍ରିଜ ନିର୍ମାଣ କରାଯାଇଛି। ସେଥିପାଇଁ ପୁର୍ବ ସରକାର ଅମଳରେ ଏହି ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ କାର୍ଯ୍ୟ ସମାପ୍ତିର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ହୋଇନାହିଁ। ସେପଟେ ଠିକାଦାରର ନିମ୍ନମାନର କାର୍ଯ୍ଯ ପାଇଁ ଆଜି ଏପରି ଅଘଟଣ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରବିବାର ଅପରାହ୍ନରେ ସେତୁ ଉପରେ ଢ଼ଳାଇ ପଡ଼ୁଥିବା ବେଳେ ସେତୁର ଗୋଟିଏ ପାର୍ଶ୍ୱରେ ଥିବା ଲୁହା ବାଡ଼ ସମେତ ଲୁହା ଛଡ଼ ଭୁଶୁଡ଼ି ପଡ଼ିଥିଲା। ଉପରେ କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ହୋଇ ସେତୁ ଉପରୁ ତଳକୁ ଓହ୍ଲାଇ ଆସିଥିଲେ। ସୌଭାଗ୍ୟ ବଶତଃ କୌଣସି ଶ୍ରମିକଙ୍କ କୌଣସି କ୍ଷତି ହୋଇନଥିଲା।
ସୂଚନା ଅନୁସାରେ ୨୦୨୩ ମସିହା ଜୁନ ୧୧ ତାରିଖରେ ଏହି ସେତୁର ଶୁଭ ଦିଆଯାଇଥିଲା।କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପୁରୀ ମୁଖ୍ୟ କେନାଲ ଉପରେ ୫କୋଟି ୭ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ବିଜୁ ସେତୁକୁ ୧୫ ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ସେତୁ ନିର୍ମାଣର ସରିବାର ସମୟ ସୀମା ଅତିକ୍ରାନ୍ତ ହୋଇ ୩୨ ମାସ ବିତି ଯାଇଥିଲେ ମଧ୍ୟ ଏଯାବତ ଠିକାଦାର ଦ୍ଵାରା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ କି ବିଭାଗ ଦ୍ଵାରା ଠିକାଦାର ପ୍ରତି କୌଣସି ଅଙ୍କୁଶ ନଥିବାର ଜଣାପଡିଛି।ଯାହା ଫଳରେ ଗ୍ରାମବାସୀମାନେ ଯାତାୟତରେ ବହୁ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ଅନେକ ଗ୍ରାମର ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ ରହିଥିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧି କହିଛନ୍ତ ଯେ, ଲୁହାବାଡ଼ ବନ୍ଧା ଯାଇ ସେତୁ ଉପରେ ଢ଼ଳାଇ ପଡ଼ୁଥିବା ବେଳେ ପାର୍ଶ୍ଵରେ ରହିଥିବା ଏକ ଲୁହା ଖସି ପଡ଼ିଥିଲା। ଯାହାଫଳରେ କିଛି ସମୟ ଯାଏ କାର୍ଯ୍ୟ ବନ୍ଦ ରହିଥିଲା। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ।ପରବର୍ତ୍ତୀ ସମୟରେ ପୁନଶ୍ଚ କାର୍ଯ୍ୟ ଚାଲୁ ରହିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।

Comments (0)
Add Comment