ବାରଙ୍ଗ, ୨୩।୨(ଏସଏସନିଉଜ)ଗୋଡିସାହି ଫାଣ୍ଡିକୁ ଲାଗି ନୂଆକରି ହେଉଥିବା ଗୃହର ତାଜା ଭୁଶୁଡ଼ି ପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି।ନିମ୍ନମାନର କାମ ର ଏହା ଜ୍ୱଳନ୍ତ ଉଦାହରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ପ୍ରକାଶ ଯେ,ରାଜ୍ୟ ସରକାର ଥାନା ଓ ଫାଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଛନ୍ତି।ଏଥିନିମନ୍ତେ ଗୋଡିସାହି ଫାଣ୍ଡିକୁ ଲାଗି ଏ ନୂଆକରି ଫାଣ୍ଡି ଗୃହ ମଧ୍ୟ ନିର୍ମାଣ କରାଯାଉଛି। ନୂଆକରି ହେଉଥିବା ଏହି ଘରର ଛାତ ପଡ଼ିନାହିଁ।କିନ୍ତୁ ଝରକା ଉପରେ ପଡ଼ିଥିବା ତାଜାଟି ଭୁଶୁଡ଼ି ପଡ଼ି ତଳେ ପଡିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି।ଏହି ଘଟଣା ପରେ ନୂଆକରି ହେଉଥିବା ନୂତନ ଗୃହର ସ୍ତାୟିତ୍ଵ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଏହି ଘଟଣା ପରେ ବାରଙ୍ଗ କି ଫାଣ୍ଡି ପୋଲିସ ମୁଁହ ଖୋଲିବାକୁ ରାଜି ହୋଇନାହାନ୍ତି।