ସିଂହାସନ ଆରୋହଣ କଲେ ମା ସନ୍ତୋଷୀ
ଚନ୍ଦ୍ରଶେଖରପୁର,୨୭।୨(ଏସଏସନିଉଜ)ଭୁବନେଶ୍ୱର ପଟିଆ ହରିହର ବିହାର ରେ ଶ୍ରୀଶ୍ରୀ କଳ୍ପେଶ୍ଵର ମହାଦେବ ଓ ମା ପୂର୍ଣ୍ଣବାସିନୀ ସର୍ବମଙ୍ଗଳା ପୀଠ ପରିସରରେ ନୂତନଭାବେ ମାସନ୍ତୋଷୀଙ୍କ ଭବ୍ୟମନ୍ଦିର,ବିଗ୍ରହ ପ୍ରତିଷ୍ଠା ଉସବ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତା ଏବଂ କର୍ତ୍ତିଭାବେ ରଞ୍ଜନ କୁମାର ଜେନା,କୁନ୍ତଳା ପାଇକରାୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠାଦିବସରେ ଶୁକ୍ରବାରଦିନ ମାଙ୍କ ସିଂହାସନ ଆରୋହଣ, ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା,ଯଜ୍ଞ, ହରିବୋଲ, ହୁଳାହୁଳି ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା […]