ସିଂହାସନ ଆରୋହଣ କଲେ ମା ସନ୍ତୋଷୀ

ଚନ୍ଦ୍ରଶେଖରପୁର,୨୭।୨(ଏସଏସନିଉଜ)ଭୁବନେଶ୍ୱର ପଟିଆ ହରିହର ବିହାର ରେ ଶ୍ରୀଶ୍ରୀ କଳ୍ପେଶ୍ଵର ମହାଦେବ ଓ ମା ପୂର୍ଣ୍ଣବାସିନୀ ସର୍ବମଙ୍ଗଳା ପୀଠ ପରିସରରେ ନୂତନଭାବେ ମାସନ୍ତୋଷୀଙ୍କ ଭବ୍ୟମନ୍ଦିର,ବିଗ୍ରହ ପ୍ରତିଷ୍ଠା ଉସବ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ
ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତା ଏବଂ କର୍ତ୍ତିଭାବେ ରଞ୍ଜନ କୁମାର ଜେନା,କୁନ୍ତଳା ପାଇକରାୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠାଦିବସରେ ଶୁକ୍ରବାରଦିନ ମାଙ୍କ ସିଂହାସନ ଆରୋହଣ, ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା,ଯଜ୍ଞ, ହରିବୋଲ, ହୁଳାହୁଳି ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୀଠପରିସର ।
ମା ସିଂହାସନବିଜେ ପରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲ।ମାଙ୍କୁ ଦର୍ଶନ କରି ଆଶିଷଭିକ୍ଷା କରିବା ସହ ପ୍ରସାଦସେବନ କରିଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟର ନାମୀଦାମୀ କଳାକାରମାନଙ୍କଦ୍ଵାରା ଭଜନ ପରିବେଷଣ କରାଯାଇଥିଲା ଶ୍ରୀଶ୍ରୀ କଳ୍ପେଶ୍ଵରମହାଦେବ ଟ୍ରଷ୍ଟର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ।

Comments (0)
Add Comment