ବାରଙ୍ଗ,୨୫।୨(ଏସଏସନିଉଜ)ମାସାରଙ୍ଗେଇ ପୀଠରେ ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ପ୍ରେସକ୍ଲବର ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା ।
ଅଞ୍ଚଳର ସମସ୍ତ ଘଟଣାବଳୀ ଓ ଖବରକୁ ପ୍ରଶାସନ ,ସରକାରଙ୍କ ନିକଟରେ ପହଞ୍ଚାଇ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ବାରଙ୍ଗ ପ୍ରେସକ୍ଲବ ସମସ୍ତ ସାମ୍ବାଦିକ ।ସାମ୍ବାଦିକ କଲମ ମୁନରେ ସମ୍ପୂର୍ଣ୍ଣ ସମାଜର ଦୃଷ୍ୟପଟ ଆଙ୍କି ହୋଇଯାଏ ।ତାଙ୍କର ତ୍ୟାଗ ଓ ବଳିଦାନକୁ ପ୍ରକୃତରେ କେହି ବୁଝିପରିନାହାନ୍ତି କି ବୁଝିବାକୁ ମଧ୍ୟ ଚେଷ୍ଟା କରୁନାହାନ୍ତି ।ବିଭିନ୍ନସମୟରେ ସାମ୍ବାଦିକମାନେ ଅନେକ ସମୟରେ ଦୁର୍ନୀତି,ଖଣିମାଫିଆ,ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ହିଂସା ତଥା ଆକ୍ରୋଶର ଶିକାର ହୋଇଥାଏ।ହେଲେ ସମାଜପ୍ରତି ଥିବା ଦାୟିତ୍ଵ ଆଉ କର୍ତବ୍ୟକୁ ସେ କେବେ ଭୁଲିନଥାନ୍ତି । ଯାହାକୁ ନେଇ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ବିଭିନ୍ନ ସମୟରେ ସାମ୍ବାଦିକମାନେ ବହୁତ ସଂଘର୍ଷପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରୁଛନ୍ତି।ଅନ୍ୟରାଜ୍ୟ ପରି ଯଦି ରାଜ୍ୟସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ ପ୍ରଣୟନ,ପେନସନ,କ୍ୱାଟର ଆଦିର ବ୍ୟବସ୍ଥା କରନ୍ତେ ତେବେ ସାମ୍ବାଦିକମାନଙ୍କର କିଛିମାତ୍ରାରେ ଦୁଃଖକଷ୍ଟ ଲାଘବ ହୋଇପାରନ୍ତା ଏବଂ ଆର୍ଥିକ ସ୍ଥିତିର ଉନ୍ନତି ହୋଇପାରନ୍ତା ବୋଲି ସାମ୍ବାଦିକମାନେ ମତ ରଖିଥିଲେ । ଆଗାମୀଦିନରେ ଏ ସବୁର ସମାଧାନପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଥିଲା।ଅନ୍ୟପଟେ ପଲିଥିନମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ସାମ୍ବାଦିକ ଶପଥପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ତ୍ରିଲୋଚନ ଦାସ,ପ୍ରକାଶ ଚନ୍ଦ୍ର ସାହୁ, କମଳାକାନ୍ତ ନାୟକ,କୃଷ୍ଣଚନ୍ଦ୍ର ସ୍ବାଇଁ,ସଚିଦାନନ୍ଦ ପଢିଆରି,ସନ୍ତୋଷ କୁମାର ମଲ୍ଲିକ,ତାପସ ଜେନା,ଗୌତମ ରାଉତ,ସଂଗ୍ରାମ କିଶୋର ଦାସ,ସନ୍ତୋଷ କୁମାରରାଉତ, ପ୍ରଦୀପସ୍ୱାଇଁ, ଅଜୟ ରାଉତ,ଶେଷଦେବବଡ଼ଜେନା,ଅନନ୍ତସ୍ବାଇଁ,ସେକ୍ ଅବଦୁଲ ମୁନାବ,
ସୁଶାନ୍ତପରିଡ଼ା,ଦେବରାଜ ସାହୁ,ଜିତେନ୍ଦ୍ର ସାମସଲ,ଚିତ୍ରସେନ ବାରିକ,ପ୍ରସାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତଥିଲେ।(ଶେଖ ଅବଦୁଲ ମୁନାବଙ୍କ ରିପୋର୍ଟ)