ମେଣ୍ଢାଶାଳ,୨୩।୨(ଏସଏସନିଉଜ)ଆଗକୁ ଆସୁଛି ଗାଁ ଗହଳିର ପୁରାତନ ଓ ପରମ୍ପରାରପର୍ବ ଦୋଳଯାତ୍ରା ।ଏହି ଦୋଳଯାତ୍ରାକୁ ସୁରୁଖୁର ଓ ଶାନ୍ତିଶୃଙ୍ଖଳାରେ ସମ୍ପ୍ରନ୍ କରିବାପାଇଁ ସୋମବାରରାତିରେ ଏକ ବୈଠକ ଚନ୍ଦକାଥାନାରେ ଅନୁଷ୍ଟିତ ହୋଇଯାଇଛି।ଥାନାଅଧୀନରେ ରହିଥିବା ବିଭିନ୍ନ ଗ୍ରାମର ମୂରବୀମାନେ ଏହି ବୈଠକରେ ସାମିଲ ହୋଇଥିଲେ।
ଥାନା ଅଧିକାରିଣୀ ସମିତା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଚଳିତବର୍ଷ ଏହି ଦୋଳମେଳଣ ଓ ଦୋଳଯାତ୍ରାକୁ ଶାନ୍ତିଶୃଙ୍ଖଳାର ସାରିବା ପାଇ ନିଷ୍ପତ୍ତି ହୋଇଥିଲା।ଏଥର ମେଳଣରେ ଡିଜେକୁ ସମ୍ପୂର୍ଣ ବନ୍ଦ କରାଯାଇଛି ।ମଦ୍ୟପାନ କରି ମେଳଣ ଓ ଯାତ୍ରାରେ ବିଶୁଙ୍ଖଳା କରୁଥିବାବ୍ୟକ୍ତି ବିଶେଷକୁ ତୁରନ୍ତ ଗିରଫ କରାଯିବାକୁ ସ୍ଥିର ହୋଇଥିଲା।ଗାଆଁରେ ଶୋଭାଯାତ୍ରା ରେ ବାହାରିବାକୁ ଥିବା ମେଳଣର ରୁର୍ଟଚାର୍ଟ ପୋଲିସ ଗ୍ରାମ୍ୟ ମୂରବୀ ମାନଙ୍କ ନିଷ୍ପତି ଅନୁଯାୟୀ କରାଯିବାକୁ ସ୍ଥିର ହୋଇଥିଲା।ବିଶେଷ କରି ଏହି ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଆସନ୍ତା ମାସ ହୋଲିଦିନ ଚନ୍ଦକା ଥାନା ଅଧିନର ଦୋଳଯାତ୍ରା ଓ ଛାତବର ମେଳଣ ପ୍ରଥମ ମେଳଣ ହେବାକୁ ଯାଉଥିବା ବେଳେ ଏହା ୪ରୁ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ସତ୍ୟବାଦୀ ସାହୁ ଓ ସମ୍ପାଦକ ବଳରାମ ବେହେରା କହିଛନ୍ତି।ଚନ୍ଦକା ଓ ଶିମିଳିପାଟଣା ଦୋଳଯାତ୍ର ୬ମାର୍ଚ୍ଚରୁ ୯ମାର୍ଚ୍ଚ ପଯ୍ୟନ୍ତ କରାଯିବ ନରେନ୍ଦ୍ର ବଡ଼ଜେନା, ଡାକ୍ତର ବେହେରା ଓ ବ୍ରଜମୋହନ ଜେନା କହିଛନ୍ତି ।
୮ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ମେଣ୍ଢାଶାଳ ଓ ଦାରୁଠେଙ୍ଗ ଯାତ୍ରା ଓ ପଞ୍ଚୁ୍ଦୋଳ ମେଲଣ , କାଟେଣୀମେଳଣ ୧୦ମାର୍ଚ୍ଚରୁ ଆରମ୍ଭହୋଇ ୧୩ ମାର୍ଚ୍ଚ ପଯ୍ୟନ୍ତ, ସେହିଭଳି ଭାବେ କଣ୍ଟାବାଡ ଭାଗବତମେଳଣ୨ରୁ୫,୭ରୁ୧୦ପର୍ଯ୍ୟନ୍ତ ଅନ୍ଧାରୁଆ ମେଳଣ,ପାଣିଅଁଳାରେ ୧୧ରୁ୧୪,ଘଂଗାପଟଣାରେ ୧୯ରୁ୨୧ପର୍ଯ୍ୟନ୍ତ ଚାଲିବ।ତେବେ ଏହା ଏହିଥାନା ଅଧୀନର ଶେଷମେଳଣ ବୋଲି ଜଣାପଡିଛି।
(ପଦ୍ମଚରଣବଡ଼ଜେନାଙ୍କରିପୋର୍ଟ)