Browsing category

ଜିଲ୍ଲା

ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ‘କିରଣ’- ୨୦୨୫ ଉଦଯାପିତ

ଚନ୍ଦ୍ରଶେଖରପୁର,୨୫।୧୨(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ କିରଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଦୁଇଦିନିଆ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଆନୁଷ୍ଠାନିକ ଭାବେଉଦ୍ଘାଟନ କରିଥିଲେ। ଦ୍ବିତୀୟଦିବସ ଉଦଯାପିତ ଉସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମା ମୁଖ୍ଯଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷାପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରୁ […]

ଏସ୍.ଓ.ଜିର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି […]

ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ଅବଧି ଫେବ୍ରୁଆରୀକୁ ଘୁଞ୍ଚିଲା

ଭୁବନେଶ୍ୱର,୨୪।୧୨(ଏସଏସନିଉଜ)ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର […]

ମରିଗଲା ନା ମାରିଦେଲେ …

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମାଛେଉଣ୍ଡ ହାତୀ ଛୁଆ ସମ୍ଭୁ ମଙ୍ଗଳବାର ସକାଳେ ମୃତ୍ୟୁ ବରଣ କରିଛି।ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।ତେବେ ଆସିବାର ଦିନକେଇଟା ପରେ ଛୁଆହାତୀର ମୃତ୍ୟୁକୁ ଗ୍ରହଣକରିପାରୁନାହାନ୍ତି ଅଂଚଳବାସୀ ।ସଠିକ ରୋଗ ନିରୁପଣ ନକରିପାରିବା ଯୋଗୁ ହାତୀଛୁଆଟିର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନବିଭାଗ ସନ୍ଦେହ କରିଛି। ପ୍ରକାଶ ଯେ,ଚଳିତ ମାସ ୧୪ ତାରିଖରେ […]

ଆସୁଛି ବଡଦିନ ଓ ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ପ୍ରକୃତିର ଶୋଭା ମଧ୍ୟରେ ଦେଶ ଓ ବିଦେଶାଗତ ପଶୁପକ୍ଷୀମାନଙ୍କୁ ପାଖରୁ ଦେଖିବା ପାଇ ଦୂରଦୁରାନ୍ତରୁ ପର୍ଯ୍ୟଟକ ମାନେ ଧାଇ ଆସୁଛନ୍ତି ନନ୍ଦନକାନନ।ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଗକୁ ବଡ଼ଦିନ ଓ ନୁଆ ବର୍ଷ ଆସୁଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆଗମନ ଅଧିକ ଆସା ରହିଛି। ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ […]

ନନ୍ଦନକାନନ ଥାନାରେ ନୂଆ ଆଇଆଇସି

ବାରଙ୍ଗ,୨୦|୧୧ (ଏସଏସନିଉଜ)ନନ୍ଦନକାନନ ଥାନରେ ଯୋଗଦେଇଥିବା ନୂତନ ଥାନାଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନନ୍ଦନକାନନ ଥାନାର ନୂତନଥାନା ଅଧିକାରୀ ଭାବେ ବିଭୂତି ଭୂଷଣ ମୁଦୁଲି ବୁଧବାର ଦିନ ଯୋଗଦେଇଛନ୍ତି। ସେ ଗତ ଅକ୍ଟୋବର ମାସରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପାଇବା ପୂର୍ବରୁ ସେ ପାହାଳ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଦିନ ନୂଆ ଥାନାଧିକାରୀ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ସ୍ବାଗତ କରାଯାଇଥିଲା। […]

ସାବଧାନ! ଗାଁ ଭିତରେ ବୁଲୁଛି ଦନ୍ତା

ବାଙ୍କୀ, ୨୦।୧୨(ଏସଏସନିଉଜ) ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଥିବା ଭଗିପୁର ଗ୍ରାମରେ ଏକ ଗୋଟିକିଆ ଦନ୍ତା ହାତୀର ଆତଙ୍କ ଦେଖାଦେଇଛି।ଯାହାଫଳରେ ଭୟରେ ଗ୍ରାମବାସୀ ମାନେ କାଳତୀପାତ କରୁଛନ୍ତି।ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତି ୩ ଟା ସମୟରେ ଚନ୍ଦକା ଅଭୟାରଣ୍ୟରୁ ଗୋଟିକିଆ ଦନ୍ତା ହାତୀ ପ୍ରଥମେ କଟକ ବାଙ୍କୀ ମୁଖ୍ୟରାସ୍ତା ଉପରେ ଆତଙ୍କ ଖେଳାଇ ଥିଲା।ଏହାପରେ ଗ୍ରାମ ଭିତରକୁ ପଶି ଆସି ଉତ୍ପାତ ଆରମ୍ଭ କରିଥିଲା। ଦନ୍ତା ହାତୀର ଏଭଳି ଉତ୍ପାତ ଯୋଗୁଁ ସମ୍ପୂର୍ଣ୍ଣ ଗ୍ରାମବାସୀ ଭୟରେ […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବାରଦିନ ଇତିହାସ ବିଭାଗ ଦ୍ବାରାଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଂକର ପ୍ରାସଂଗିକତାକୁନେଇ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା। ଏହି ସେମିନାରରେ ଗାନ୍ଧୀବାଦୀ ଲେଖକ ଓ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଂକୁ ଜଣେ ଯୁଗସ୍ରଷ୍ଟା ଭାବରେ ବର୍ଣ୍ଣିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତସଭାରେ ଇତିହାସ ବିଭିଗର ମୁଖ୍ୟ ସୁକାନ୍ତ କୁମାର ରାଉତ ସଭାର ଆଭିମୁଖ୍ୟ ବିଷୟରେ ସୂଚନାପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ […]

ଖଣି ବିଭାଗ ପାଉନାହି ,ପୋଲିସ ଧରୁଛି ବାଲି ଗାଡି

କଟକ,୧୮।୧୨(ଏସଏସନିଉଜ)ବାଲି ଓ ମୋରମର ଚୋରା ଚାଲାଣର ପେଣ୍ଠସ୍ଥଳ ଏବେ ପାଲଟିଛି ବାରଙ୍ଗ ଅଞ୍ଚଳ।ରାତି ହେବା ମାତ୍ରେ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି।ସ୍ଥାନୀୟ କୁଜିନେତାମାନଙ୍କୁ ହାତରେ ରଖି ବେଶ୍ ଲାଭବାନ ହେଇଥିବା ବେଳେ  ସରକାରଙ୍କ ରାଜସ୍ବ ହାନି ହେବାରେ ଲାଗିଛି।ସବୁଠାରୁ ବଡକଥା ହେଲା ଖଣି ବିଭାଗ ଏସବୁର ଟେର ପାଉନଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ସାବାଡ କରିବାରେ ଲାଗିଛି।ବୁଧବାର ବିଳମ୍ବିତ ରାତିରେ ୯ଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ବାରଙ୍ଗ ଥାନା ପୋଲିସ। ପ୍ରକାଶଯେ,ବୁଧବାର ବିଳମ୍ବିତ […]

ଚନ୍ଦକା ଜଙ୍ଗଲରେ ବୁଲୁଛି ଆହତ ଦନ୍ତା

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର ଭାଲୁଙ୍କା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ଏକ ଆହତ ଦନ୍ତାହାତୀ। ବୁଧବାର ସନ୍ଧ୍ୟାରେ ଦନ୍ତାଟି ଭାଲୁଙ୍କାଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବାର କେତେକ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ।ଫସଲ ନଷ୍ଟ କରିବା ଉଦେଶ୍ୟରେ ହାତୀଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରି ସଂଗବଧ ହୋଇ ଦନ୍ତାକୁ ଘଉଡ଼େଇବା ପାଇ ସ୍ଥାନୀୟ ଲୋକମାନେ ଚେଷ୍ଟା କରିଥିଲେ। ଟର୍ଚ୍ଚଲାଇଟ ମାରି ହୋହହ୍ଲା କରିଥିଲେ ମଧ୍ୟ ଦନ୍ତାହାତୀଟି ସେଠାରୁ ଅଳ୍ପ ବାଟ ଯାଇଥିଲେ ମଧ୍ୟ ଦୂରକୁ ଯାଇପାରିନଥିଲା।ହାତୀଟିର […]