ମୋରମ ଚୋରିକରି ଆଣୁଥିଲେ…

ଧରିଲା ପୋଲିସ

ଭୁବନେଶ୍ଵର,୨୨।୧ (ଏସଏସନିଉଜ) ବେଆଇନ ମୋହରମ ଚାଲାଣ ବେଳେ ବୁଧବାର ରାତିରେ ଦୁଇଟି ମୋହରମ ବୋଝେଇ ହାଇୱା,ଗୋଟିଏ ସ୍କର୍ପିଓକୁ ଚନ୍ଦକା ଥାନା ପୋଲିସ ଜବତ କରି ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ , ଗତ ୨୧ତାରିଖ ରାତିରେ ଚନ୍ଦକାଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ,ଗୋଠପାଟଣା ଜଙ୍ଗଲ ଜମିରୁ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବେଆଇନଭାବରେ ମୋରମ ଉଠା ଯାଉଥିବାର ଥାନା ଅଧିକାରିଣିଙ୍କ ପାଖରେ ସୂଚନା ମିଳିଥିଲା।ସୂଚନା ଆଧାରରେ ପୋଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ମୋରମ ବୋଝେଇ ହାଇୱାକୁ ଗୋଠପାଟଣା ସହାୟତା ପୋଷ୍ଟ ନିକଟରେ ଜବତ କରିଥିଲେ।ଏହାପରେଗୁରୁବାର ବଢ଼ିଭୋର ସମୟରେ ଏକ ସ୍କୋର୍ପିଓ ଦ୍ୱାରା ଏସ୍କର୍ଟ କରାଯାଉଥିବା ଆଉ ଏକ ହାଇୱାକୁ ଆଇଆଇଆଇଟି ଛକ ନିକଟରେ ପୋଲିସ ଅଟକାଥିଲେ। ଉକ୍ତ ହାଇୱା ଗୋଠପାଟଣା ଜଙ୍ଗଲଜମିରୁ ଖୋଳି ମୋରମକୁ ବେଆଇନ ଭାବେ ପରିବହନ କରୁଥିବାର ପୋଲିସ ଜାଣିବାକୁ ପାଇଥିଲା।ପୋଲିସ ଘଟଣାସ୍ଥଳରୁ ମୋରମ ବୋଝେଇ
ହାଇୱା ଓ ସ୍କୋର୍ପିଓକୁ ଜବତ କରିଥିଲା।୩୮/୨୬ ଓ ୩୯/୨୬ଦୁଇଟି କେସ ରୁଜୁକରି ନୟାଗଡ ଜିଲ୍ଲା ହରେକୃଷ୍ଣ ପୁର ଅଞ୍ଚଳର ଆର୍ତ୍ତତ୍ରାଣ ଭଟ୍ଟ ,ବାଙ୍କୀ ନିସ୍ଥିପୁର ଗ୍ରାମର କାହ୍ନା ସେଠୀକୁ ଗିରଫ କରି ଗୁରୁବାର ଦିନ ସେମାନଙ୍କୁ କୋର୍ଟକୁ ଚାଲାଣ କରିଛି।

Comments (0)
Add Comment