Browsing category

ଜିଲ୍ଲା

ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ

କଟକ,୩୦।୧୨(ଏସଏସନିଉଜ)ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି।ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ଠାବ ହୋଇଛି।ଏହାସହ ବଡ଼ଗଡ଼ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ମହଲା କୋଠା ମଧ୍ୟ ଠାବ କରାଯାଇଛି।ବେଆଇନସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।ଏହି ଚାଠାଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ସାମିଲ୍ ହୋଇଛନ୍ତି।

୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍‌ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ […]

ନୃତ୍ୟଶିଳ୍ପୀଙ୍କ ଶାସ୍ତ୍ରୀୟ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ ୧୯ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ସୋମବାର ଆଜି ଥିଲା ପ୍ରଥମ ଦିବସ ।୨ଦିନଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମଦିବସରେ ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସନ୍ଧ୍ୟାବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପାଲିତ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅତିଥି ରୂପେ […]

ପଲ୍ୟୁସନ ସାର୍ଟିଫିକେଟ ଯନ୍ତ୍ରଣା

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣାକୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରିବାକୁ ସୋମବାର ପରିବହନସଚିବ ଉଷା ପାଢୀଙ୍କୁ ଖାରବେଳଭବନରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର । ସଂଗଠନର ଆବାହକ ମନୋଜ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭେଟି ଆଲୋଚନା କରିଥିଲେ ।ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାରମାନେ ଦୈନନ୍ଦିନ ଯାତାୟାତ ଏବଂ ଜୀବିକାପାଇଁ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର କରିଥାନ୍ତି । ଫେବୃଆରୀରୁ ସମସ୍ତ ଯାନବାହନ ପାଇଁ ସବୁଜଷ୍ଟିକର […]

୫ହଜାରେ ଟଙ୍କା ସହାୟତା କଲେ ବାରଙ୍ଗ ଓକିଲ ସଂଘ

କଟକ,୨୮।୧୨(ଏସଏସନିଉଜ)ବାରଙ୍ଗ ଅଞ୍ଚଳର ଜଣେ ଜଣାଶୁଣା ଓକିଲ ସ୍ୱର୍ଗତ ମନୋଜ କୁମାର ପତିଙ୍କ ରବିବାରଦ୍ୱାଦଶ କର୍ମରେ ବାରଙ୍ଗ ଓକିଲ ସଂଘର ସଦସ୍ୟମାନେ ଯୋଗଦେଇଛନ୍ତି।ସଦସ୍ୟ ମାନେ ସ୍ୱର୍ଗତ ପତିଙ୍କ ବାସଭବନରେ ପହଞ୍ଚି ଉକ୍ତ ପରିବାରକୁ ସମବେଦନା ଜଣାଇବା ସହ ୫ହଜାରେ ତାଙ୍କର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ବାରଙ୍ଗ ଓକିଲ ସଂଘରସଭାପତି ପ୍ରଭାତ କୁମାର ଲେଙ୍କାଙ୍କ ନେତୃତ୍ବରେ ସମ୍ପାଦକସୁବ୍ରତ ମହାପାତ୍ର, ଉପସଭାପତି  କୃଷ୍ଣଚନ୍ଦ୍ର ମଲ୍ଲିକ,ସମ୍ପାଦକ ସୁବ୍ରତ କୁମାର ମହାପାତ୍ର, ସୁବର୍ଣ୍ଣ କେଶରୀ ପଣ୍ଡା, ପ୍ରଣବ କୁମାର ପୃଷ୍ଟି, ରବି ନାରାୟଣ ନାୟକ […]

ପ୍ରଥମଥର ପାଇଁ ମାହେଲା ଜୟଶ୍ରୀ

ଭୁବନେଶ୍ୱର,୨୮। ୧୨(ଏସଏସନିଉଜ)ନନ୍ଦନକାନନକୁ ନୂଆ ବର୍ଷ ଭେଟି ଦେଇଛି ବାଘୁଣୀ ଜୟଶ୍ରୀ। ପ୍ରଥମଥର ପାଇଁ ମା ହୋଇଛି ୩ବର୍ଷ ବୟସ୍କା ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଶନିବାର ୩ଟି ଶାବକକୁ ପର୍ଯ୍ୟାୟକ୍ରମେ ଜନ୍ମ ଦେଇଛି। ସେଥିମଧ୍ୟରୁ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶାବକକୁ ମା ଗ୍ରହଣ କରିନାହିଁ। ଫଳରେ ଜୀବିତ ଅବସ୍ଥାରେ ଶାବକକୁ ମାଆଠାରୁ ଅଲଗା କରାଯାଇ ଶିଶୁ ଲାଳନ ପାଳନ କେନ୍ଦ୍ରର ଆଇସିୟୁ ରେ ପ୍ରାଣୀ ଚିକିତ୍ସକଙ୍କ […]

ବଡଦିନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଚଳିତ ବର୍ଷ ବଡଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।ଏଥର ବଡଦିନରେ ୩୧୬୦୮ ଜଣ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥିବା ବେଳେ ଗତବର୍ଷ ୧୫,୬୦୧ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ।ଏଥର ୧୬ହଜାରେ ୭ଜଣ ପର୍ଯ୍ୟଟକ ଅଧିକ ଆସୁଛନ୍ତି।ସେହିଭଳି ଭାବେ ଗତବର୍ଷ ବଡଦିନରେ ବଟାନିକାର୍ଲ ଗାର୍ଡେନକୁ ୨୧୦ଜଣ ପର୍ଯ୍ୟଟକ ଆସିଥିବାବେଳେ ଏଥର ୧୯୧୯ ଜଣ ପର୍ଯ୍ୟଟକ ଆସିଛନ୍ତି। ଗତବର୍ଷ ତୁଳନାରେ ଏଥର ୧୭୦୯ଜଣ ଅଧିକ ପର୍ଯ୍ୟଟକ ଆସିଛନ୍ତି।ପର୍ଯ୍ୟଟକ ମାନେ ପ୍ରାଣିଉଦ୍ୟାନରେ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହିତ ସଫାରୀ, ରୋପୱେର ମଜା […]

ଅଭିନବ ଉପାୟରେ ଗୋଚାଲାଣ

କଟକ, ୨୫।୧୨(ଏସଏସନିଉଜ) ଗୋଚାଲଣ ମାଫିଆମାନେ ଏବେ ନୂଆ ଫଣ୍ଡାକୁ ଆପଣାଇଛନ୍ତି।ପଛରେ ଗୋରୁ ଓ ଆଗରେ ପରିବା ରଖି ପ୍ରଶାସନର ନଜର ହଟାଇବା ପାଇ ଯୋଜନା କରିଛନ୍ତି।ଏହିଭଳି ଏକ ଘଟଣା ବାଙ୍କୀ ତ୍ରିଶୂଳିଆ ରାସ୍ତାର ଗୋଡିସାହି ହାଇସ୍କୁଲ ସାମ୍ନାରେ ଦେଖିବାକୁ ମିଳିଛି। ଗୁରୁବାର ଭୋର ସମୟରେ ଓଡି ୦୨ ଏଫ ୬୯୩୯ ନମ୍ୱର ପିକଅପ୍ ଭ୍ୟାନଟି ଦୃତଗତିରେ ବାରଙ୍ଗ ପଟକୁ ଆସୁଥିଲା। ଘନକୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଗୋଡିସାହି ହାଇସ୍କୁଲସାମ୍ନା ରାସ୍ତା ଉପରେ ଓଲଟି ପଡ଼ିଥିବାର ଅନୁମାନ କରାଯାଉଛି।ଦୁର୍ଘଟଣା […]

ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ‘କିରଣ’- ୨୦୨୫ ଉଦଯାପିତ

ଚନ୍ଦ୍ରଶେଖରପୁର,୨୫।୧୨(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ କିରଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଦୁଇଦିନିଆ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଆନୁଷ୍ଠାନିକ ଭାବେଉଦ୍ଘାଟନ କରିଥିଲେ। ଦ୍ବିତୀୟଦିବସ ଉଦଯାପିତ ଉସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମା ମୁଖ୍ଯଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷାପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରୁ […]

ଏସ୍.ଓ.ଜିର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି […]