Browsing category

ଜିଲ୍ଲା

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

ଅଫିସକୁ ଫୁଲତୋଡ଼ା ଓ ଡାଏରୀ ମନା

ଭଦ୍ରକ,୩୧।୧୨(ଏସଏସନିଉଜ) ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ମନା କରାଯାଇଛି।ଇଂରାଜୀ ନୂତନବର୍ଷ ପାଇଁ ଭଦ୍ରକ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି।ପୋଲିସ ଅଧିକାରୀ କିମ୍ୱା ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।ଏଥିପାଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ଲାଗିଛି ତାଗିଦ୍ ପୋଷ୍ଟର୍।ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି କରାଯାଇଛି।

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି !

ପୁରୀ,୩୧।୧୨(ଏସଏସନିଉଜ)ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି।ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ରହିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି।ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଦେଇଛିପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଥିବାର ଅଭିଯୋଗ […]

ଶ୍ରୀକ୍ଷେତ୍ର ଜଗିବେ ୭୦ପ୍ଲାଟୁନ

ପୁରୀ,୩୦।୧୨(ଏସଏସନିଉଜ) ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ପଟ ରହିବ ବୋଲିସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି।ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ।ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା।ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ […]

ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ି

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ିମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ।ସବୁ RTOଙ୍କୁ ଚିଠି ଲେଖିଲେ ପରିବହନ କମିଶନର।ମଦପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ।୩ଜଣ ବସି ଡ୍ରାଇଭ୍, ରଙ୍ଗରୁଟ୍‌ରେ ଗଲେ ଗଣିବେ ତଣ୍ଡ।ଦୁଇଦିନ ସ୍ପେଶାଲ ଏନ୍‌ପୋର୍ସମେଣ୍ଟ ଡ୍ରାଇଭ୍ ନେଇ ସୂଚନା ଜାରି।୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ।

ନକଲି ମଦକାରଖାନା ଠାବ

ଅନୁଗୁଳ,୩୦।୧୨(ଏସଏସନିଉଜ)ଅନୁଗୁଳ ବଅଁରପାଳରେ ନକଲି ମଦ କାରଖାନା ଠାବ ହୋଇଛି।ତଳମୂଳ କଲେଜ ନିକଟରେ ମଦ କାରଖାନା ଠାବ ହୋଇଛି।ସ୍ପେଶାଲ୍ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। ବିଭିନ୍ନ ବ୍ରାଣ୍ଡିଂ କଂପାନୀର ବୋତଲ, ଠିପି ସହ ସ୍ପିରିଟ୍ ଜବତ ହୋଇଛି।

ଅତିରିକ୍ତ ତହସିଲଦାର ଘରୁ ମିଳିଲା ୭୫ଲକ୍ଷ

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ ହୋଇଛି।ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନୀସ୍ଥିତ ଶାଶୁଙ୍କଘରୁ ୭୫ ଲକ୍ଷ ଜବତ ହୋଇଛି। ୩ଟି ସୁଉଚ୍ଚକୋଠା, ଗୋଟିଏ ଫ୍ଲାଟ୍ ଓ ୪ଟିଦାମୀ ପ୍ଲଟ୍ ପାଇଲା ଭିଜିଲାନ୍ସ।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ରହିଛି।ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ 2 BHK ଫ୍ଲାଟ୍।ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି।ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ […]

ଅମିତ ଶାହଙ୍କ ରଣହୁଁକାର

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର।୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି।୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ।୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ହେବ।ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି।ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍‌ ଯାଇଛନ୍ତି ବୋଲି କହିଛନ୍ତି।ବେଙ୍ଗଲରେ ମହିଳା ମାନେ ଅସୁରକ୍ଷିତ ଓ ରାତିରେ ଘରୁ ବାହାରିବାକୁ ନିରାପଦ ମଣୁନାହାନ୍ତି। […]

ଘାଟି ତଳକୁ ଖସିପଡ଼ିଲା ବସ୍,୭ମୃତ

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ଉତ୍ତରାଖଣ୍ଡର ଆଲମୋରାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି।ଘାଟି ରାସ୍ତାରେ ତଳକୁ ଖସିପଡିଛି ବସ୍।ଯାହାଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।ଏହି ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିବା ବେଳେ ଆହତମାନେ ଚିକିତ୍ସା ପାଇଁ ଭିକିୟାସୈନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍।    

ଥାନା ଭିତରେ ବିଷପିଇଦେଲେ ଯୁବକ

ଆନନ୍ଦପୁର,୩୦।୧୨(ଏସଏସନିଉଜ) ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ।ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି, ପରେ ଆନନ୍ଦପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା।ସମାଧାନ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଯୁବକ ଜଣଙ୍କ ବିଷ ପିଇଦେଲେ।