Browsing category

ମନୋରଞ୍ଜନ

ରଜରେ ଫିକା ପଡ଼ିଲା ନନ୍ଦନକାନନ

ବାରଙ୍ଗ, ୧୬ା୬(ଏସଏସନିଉଜ) ଚଳିତ ବର୍ଷ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫିକା ପଡିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନନ୍ଦନକାନନରେ ଚଳିତବର୍ଷ ଶେଷରଜରେ ଆଶାନୁପାତ ପର୍ଯ୍ୟଟକଙ୍କ ସମାଗମ ହୋଇନଥିଲା। ଅତ୍ୟାଧିକ ଗରମ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ରଜ ତିନି ଦିନରେ ମୋଟ ୪୯ ହଜାର ୧୧ଜଣପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ।ପ୍ରଥମ ରଜରେ ୧୨ହଜାର ୮୩୬ଜଣ,ଦ୍ବିତୀୟ ରଜରେ ୨୧ହଜାର ୫୫୧ ଜଣ ଓ ଶେଷରଜରେ ୧୪ ହଜାର ୬୨୪ […]

ମହିମାପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର

ଭୁବନେଶ୍ୱର,୧୫।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି […]

୩ ଛୁଆହାତୀଙ୍କୁ ପିଟିଲା ଟ୍ରକ୍‌

ବାରଙ୍ଗ,୧୬।୬(ଏସଏସନିଉଜ) ଟ୍ରକ୍‌ ଧକ୍କାରେ ୩ଟି ହାତୀଛୁଆ ମୃତୁବରଣ କରିଛନ୍ତି।ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ପାଲାମାନେରୁ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।ରାସ୍ତା ପାରିହେବା ବେଳେ ହାତୀ ଛୁଆଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌।ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।

ଆରମ୍ଭ ହେଲା ତଦନ୍ତ

ବାରଙ୍ଗ,୧୪ା୬(ଏସଏସନିଉଜ) ପ୍ରାଣୀଉଦ୍ୟାନନନ୍ଦନକାନରେ ଟ୍ରାନ୍ସର୍ଫମର ଫାଟିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଟ୍ରାନ୍ସର୍ଫମର କେମିତି ଫାଟିଲା ସେ ନେଇ ତନାଘନା ଜୋର୍ ଦାର ଚାଲିଛି । ବୁଧବାରଦିନ ବିଦ୍ୟୁତବିଭାଗର ୪ ଜଣିଆ ଦଳ ନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି ଯେ, ରୋପଓ୍ବେ ପୁନଃକାର‌୍ୟ୍ୟ କ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଦିନ […]

ପହିଲିରଜରେ ନନ୍ଦନକାନନରେ କମିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ପହିଲି ରଜରେ ନନ୍ଦନକାନନରେ ପର୍ଯ୍ୟଟକ ସମାଗମ ଲାଗିରହିଥିଲା । ହେଲେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ପର୍ଯ୍ୟଟକ ଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ରଜ ପାଇଁ ସଜେଇ ହୋଇରହିଥିଲା ନନ୍ଦନକାନନ। ସକାଳୁ ସକାଳୁ ନନ୍ଦନକାନନ ଖୋଲାହେବା ପରେ ଧିରେ ଧିରେ ପର୍ଯ୍ୟଟକ ଙ୍କ ଭିଡ଼ ରହିଥିଲା । ପ୍ରାଣୀଉଦ୍ୟାନ ଭିତରେ ବାଘ,ସିଂହ, ଭାଲୁ, ଜିରାଫ୍,ସିମ୍ପାଜି,ପାଦଚଲା ବିହଙ୍ଗ ସରଣୀ ସହ ୪ ସଫାରୀର ମଜ୍ଜା ଉଠାଇଥିଲେ ପର୍ଯ୍ୟଟକ। ହେଲେ ବୋଟିଂ ବନ୍ଦ […]

କଳାକାରମାନେ ପାଳିଲେ ଲୋକକଳା ଦିବସ

ବାରଙ୍ଗ,୧୪।୬(ଏସଏସନିଉଜ) ବୁଧବାର ଦିନ ବାରଙ୍ଗ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି।ସଂଘର ଉପାଧକ୍ଷ ଗୁରୁଚରଣ ଷଡଙ୍ଗୀ ଓ କୋଷାଧ୍ୟ ହୃଦାନନ୍ଦ ବେଉରାଙ୍କ ନେତୃତ୍ୱରେ ବାରଙ୍ଗ ଅଂଚଳର କଳାକାର ମାନେ କନକ ଦୁର୍ଗା ମନ୍ଦିରରେ ଏକାଠି ହୋଇଥିଲେ।ସେଠାରେ କଳାକାର ମାନଙ୍କର ଭବିଷ୍ୟତ ଜୀବନ ଜୀବିକାକୁ ନେଇ ଆଲୋଚନା କରାଯାଇ ଥିଲା।ପରେ ୧୦୦ରୁ ଉର୍ଦ୍ଧ୍ବ ପାରମ୍ପରିକ କଳାକାରମାନେ ଏକାଠି ହୋଇ ଶୋଭାଯାତ୍ରାରେ ମନ୍ଦିରଠାରୁ ବାରଙ୍ଗ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ।କଳା ବଞ୍ଚିବ ଓ କଳାକାର ବଂଚିବେ […]

କେମିତି ଫାଟିଲା ଟ୍ରାନ୍ସଫର୍ମର

ବାରଙ୍ଗ,୧୩ା୬ (ଏସଏସନିଉଜ) ପ୍ରଣିଉଦ୍ୟାନ ନନ୍ଦନକାନନରେ ରୋପେୱେ ଚାଲିବା ପୂର୍ବରୁ ଅଘଟଣ ଘଟିଛି। ମଙ୍ଗଳବାର ଦିହିପହରେ ରୋପେୱେକୁ ସଂଯୋଗ କରିଥିବା ଟ୍ରାନ୍ସର୍ଫମରେ ବିଦ୍ୟୁତ୍ ପରୀକ୍ଷା କରିବାବେଳେ ଏହାଫାଟିଯାଇଥିଲା ।ଯାହାଫଳରେ ଦୁଇଜଣ କର୍ମଚାରୀ ଗୁରୁତରଆହତ ହୋଇଥିବାବେଳେ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ଆହତ କର୍ମଚାରୀ ହେଲେ ନନ୍ଦନକାନନର ଅବସରପ୍ରାପ୍ତ ତଥା ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ,ରୋପଓ୍ବେର ଅପରେଟର ସୋମୁ ବାନାର୍ଜି ଓ ଆହତ ରୋପଓ୍ବେର ଅପରେଟର ରାମ ଲଳିତ ସାହା । ଗୁରୁତର ଅବସ୍ଥାରେ […]

ଡ୍ରାଇଭରଙ୍କ ପାଇଁ ରଜଭେଟି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଡ୍ରାଇଭର ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି। ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀକଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁକ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଅତି ଗଭୀରଆଘାତ କ୍ଷେତ୍ରରେ ୮୦ ହଜାରଟଙ୍କା , ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା […]

ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି।ଜୁନ୧୯ରୁ ଜୁଲାଇ୪ ପର୍ୟ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ lଜୁନ୍ ୧୯ତାରିଖ ଅପରାହ୍ନ ୨ଟାରୁ ଜୁଲାଇ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ www.samsodisha.gov.in କୁ ଯାଇ ଆବେଦନ କରିପାରିବେ lଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ,ଜୁଲାଇ ୨୭ରେ ୨ୟ ପର୍ଯ୍ୟାୟ,ଅଗଷ୍ଟ ୩ରେ ୩ୟ ପର୍ଯ୍ୟାୟ, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ,ସେପ୍ଟେମ୍ବର ୧ ପଞ୍ଚମ ପର୍ଯ୍ୟାୟ ଏବଂ ୧୩ ସେପ୍ଟେମ୍ବରରେ ଷଷ୍ଠପର୍ଯ୍ୟାୟ ମେଧାତାଲିକା ପ୍ରକାଶ କରାଯିବ।

ନୟାପାଟଣା-ଆମ୍ବବରେଇ ବିଜୁସେତୁ

ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ […]