Browsing category

ମନୋରଞ୍ଜନ

ଗାଁବୁଲିଲେ ରାମଭକ୍ତ ଯୁବବାହିନୀ

ମେଣ୍ଢାଶାଳ,୩୦ା୪(ଏସଏସନିଉଜ)ମେଣ୍ଢାଶାଳ ଇଷ୍ଟଦେବଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପରିସରରେ ଥିବା ରାମ ଓ ହନୁମାନଙ୍କ ମନ୍ଦିର ସମ୍ମୁଖରେ ରାମନବମୀ ଉସ୍‌ସବ ସମାରୋହର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ରାମଭକ୍ତମାନଙ୍କଦ୍ୱାରା ରାମଚରିତମାନସ ପାଠକରାଯାଇଥିଲା ।ପରେ ସୁରେନ୍ଦ୍ରକୁମାର ସାମନ୍ତରାୟ,ପ୍ରସନ୍ନକୁମାର ସାମନ୍ତରାୟ ,ଗୈାର ପଟ୍ଟନାୟକ,ପ୍ରଫୁଲକୁମାରପାତ୍ର,ମନ୍ଦିର ପରିଚାଳକ ପ୍ରଫୁଲକୁମାର ଶ୍ରିଚନ୍ଦନ ଓ ଭରତଭୁଷଣ ମହାରଣାଙ୍କଦ୍ୱାରା ହନୁମାନ ଚାଳିଷା ପାଠ କରାଯାଇଥିଲା ।ଅପରାହ୍ନରେ ରାମଭକ୍ତ ଯୁବବାହିନୀ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଯାଇ ମନ୍ଦିର ନିକଟରେ ପହଁଚିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

CUOରେ ଧର୍ମେନ୍ଦ୍ର

କୋରାପୁଟ ,୨ା୪(ଏସଏସନିଉଜ)କୋରାପୁଟ କେନ୍ଦ୍ରୀୟବିଶ୍ବବିଦ୍ୟାଳୟରେ କେନ୍ଦ୍ରଶିକ୍ଷାମନ୍ତ୍ରୀ.ସେଠାରେ ପହଁଚି କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକ କରିଛନ୍ତି ।ଅନୁଷ୍ଠାନର ଶ୍ରୀବୃଦ୍ଧି ପାଇଁ ସବୁ ପଦକ୍ଷେପ ନିଆଯିବାକୁ ପ୍ରତିଶୃତିଦେବା ସହ ନୂତନଷ୍ଟାଡିଅମପାଇଁ ଭୂମିପୂଜନ କରିଛନ୍ତି ଧର୍ମେନ୍ଦ୍ରପ୍ରଧାନା

ମରିଗଲା ନା ମାରିଦେଲେ !

  ବାରଙ୍ଗ,୧।୪(ଏସଏସନିଉଜ) ନନ୍ଦନକାନନର ୧ନମ୍ବର ଫାଟକ ନିକଟ ଏକ କୋଠରୀରେ ରଖାଯାଇଥିବା ୨୦ବର୍ଷର ଅଣ୍ଡିରା ବାରହାର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି।ଶନିବାର ସକାଳେ ଜନ୍ତୁକର୍ମଚାରୀ କୋଠରୀ ଝାଡୁ କଲାବେଳେ ବାରହା ମରିପଡି ଥିବାର ଦେଖିବାକୁ ପାଇଥିଲେ।ମୃତ ବାରହାଟି ତିନିଦିନ ହେବ ଅତ୍ୟାଧିକ ଜ୍ବରରେ ପିଡୀତ ଥିଲା।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନେ ଗତ ଗୁରୁବାରଦିନ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଦୂର ତାପମାନ ଯନ୍ତ୍ର(ଡିଷ୍ଟାନ୍ସ ଟେମ୍ପରେଚର ମେସିନ) ଦ୍ବାରା ଜ୍ବର ମାପିଥିଲେ।ହେଲେ କୈାଣସି ଔଷଧ ଖାଇବାକୁ […]

କାଳିଆ କିସ୍ତି ବଣ୍ଟନ

ଭୁବନେଶ୍ୱର,୧।୪(ଏସଏସ ନିଉଜ)ଉତ୍କଳଦିବସରେ ଚାଷୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ୪୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ସହାୟତା । ମୋଟ ୮୭୭ କୋଟି ଟଙ୍କା କାଳିଆ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ଯିବ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଝାରସୁଗୁଡ଼ାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାକାର ଚାଷୀଙ୍କୁ ଏବେ ସହାୟତା ମିଳିବନି ବୋଲି ଜଣାପଡିଛି।

ଶ୍ରୀରାମମଣ୍ଡପରେ ୧ରୁ୧୪ରାମଲିଳା

ବାରଙ୍ଗ,୩୧ା୩(ଏସଏସନିଉଜ)ସବୁବର୍ଷପରି ଚଳିତବର୍ଷ ଆଂଚଳିକ ରାମଲୀଳା ସମିତି ତ୍ରିଶୁଳିଆ ପକ୍ଷରୁ ସୁବର୍ଣଜୟନ୍ତୀ ସମାରୋହରସହ ପାଳନ କରାଯାଉଛି । ତ୍ରିଶୁଳିଆ ବଜାରରେ ଥିବା ଶ୍ରୀରାମମଣ୍ଡପରେ ରାଜ୍ୟର ପ୍ରତିଷ୍ଠିତ ରାମଲିଳା ଅନୁଷ୍ଠାନମାନଙ୍କଦ୍ୱାରା ରାମଲିଳା ନାଟକ ପରିବେଷଣ କରାଯିବ ।୧ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଏହା ଶେଷ ହେବାଗୁରୁବାରଦିନ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରାଯାଇଛି ।ଏହିଅବସରରେ ରାମଲୀଳାମଣ୍ଡପରେ ଆୟୋଜିତ ସଭାରେ ବିଧାୟକ ଦେବୀରଞ୍ଜନତ୍ରିପାଠୀ , ଜଗନ୍ନାଥ ସାରକା , ସମିତିରକାର୍ଯ୍ୟକାରୀସଭାପତି ସୁରେଶମହାନ୍ତି , ସମ୍ପାଦକ ଦିବାକରମୁଦୁଲି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ଏହିଅବସରରେ ଅଂଚଳର […]

ଆକ୍ରମଣ କଲା ମହୁମାଛି

ବାରଙ୍ଗ,୨୯।୩(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନରେ ୧୧ପର୍ଯ୍ୟଟକ ସମେତ ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।ସେମାନଙ୍କୁ ନନ୍ଦନକାନନ ପକ୍ଷରୁ କୈାଣସି ସୁରକ୍ଷା ବା ପ୍ରାଥମିକଚିକିତ୍ସା ବ୍ୟବସ୍ଥା କରାନଯିବାରୁ ନନ୍ଦନକାନନ ବୁଲିବା ଅଧାରୁବନ୍ଦକରି ନିରାଶରେ ଫେରିଛନ୍ତି।ବୁଧବାର ସକାଳ ୧୦ଟାବେଳେ ପ୍ରାଣୀଉଦ୍ୟାନ ବାଘ ଏନକ୍ଲୋଜର ମୁଖ୍ୟରାସ୍ତା ୫ନମ୍ବର ବ୍ୟାଟେରିଚାଳିତ ଗାଡି ରହଣିସ୍ଥଳ ଓ ହାତୀ ସଫାରୀ ରାସ୍ତା ପାର୍ଶ୍ବ ଜଙ୍ଗଲରେ ଏକ ପୁରୁଣା ଗଛରେ ମହୁମାଛି ବସା ବାନ୍ଧିଥିଲେ।ଜଙ୍ଗଲୀ ମାଙ୍କଡ ବସା ଉପରକୁ ଡିଆଁ ମାରିବା ଫଳରେ ମହୁମାଛି ପଲ […]

ଇଞେକସନ ଦେବାପରେ ମରିଗଲା ମାଣ୍ଡାରିନବତକ

ବାରଙ୍ଗ,୨୯।୩(ଏସଏସନିଉଜ) ନନ୍ଦନକାନନର ସରୀସ୍ବପଉଦ୍ୟାନର ୪୬ନମ୍ବର (ଛ) ଏନ କ୍ଲୋଜରରେ ରହୁଥିବା ଏକ ମାଈ ପାଣିଗୋଧି ବୁଧବାରଦିନ ପାଞ୍ଚଟିଶାବକ ଜନ୍ମଦେଇଛି।ଜନ୍ମିତ ଶାବକ ମଧ୍ୟରୁ ଚାରିଛୁଆ ସୁସ୍ଥଥିବାବେଳେ ଗୋଟିଏଛୁଆ ଅସୁସ୍ଥ ଥିବାରୁ ତାକୁ ବେବିକେୟାର ସେଣ୍ଟରକୁ ଆଣାଯାଇ ଚିକିତ୍ସା ଜାରିରହିଛି।ପାଞ୍ଚଶାବକ ଜନ୍ମହେବାପରେ ନନ୍ଦନକାନନରେ ପାଣିଗୋଧିସଂଖ୍ୟା ୯କୁ ବୃଦ୍ଧିପାଇଛି।ସେହିପରି ପ୍ରାଣୀଉଦ୍ୟାନର ପାଦଚଲା ବିହଙ୍ଗସରଣୀରେ ଅସୁସ୍ଥଥିବା ଅଣ୍ଡିରାମାଣ୍ଡାରିନ୍ ବତକ ବୁଧବାରଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଈଛି।ବତକଟି ଗତକାଲି ଏନକ୍ଲୋଜରରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା।ଚିକିତ୍ସାପରେ ବତକକୁ ଉଠାଇବାକୁ କର୍ମଚାରୀ ଜଣଙ୍କ ଚେଷ୍ଟାକରିଥିଲେ।ଫଳରେ […]

୮୦ଟଙ୍କାର ୪୫୦କିମି ଚାଲିବ

ଭୁବନେଶ୍ୱର,୨୯।୩(ଏସଏସ ନିଉଜ)ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ହାଇଡ୍ରୋଜେନ ବସ୍‌।ଯାହାକି ୮୦ଟଙ୍କାର ଇନ୍ଧନରେ ୪୫୦ କିମି ଚାଲିବ ବସ୍‌ ।ଏହାସହ ବିମାନରେ ବି ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଲକ୍ଷ ରଖାଯାଇଛି। ୨୦ଲକ୍ଷଟନ୍‌ ଆବର୍ଜନା ପ୍ଲାଷ୍ଟିକ ବ୍ୟବହାରକରି ରାସ୍ତା ହୋଇଛି। ଭାରତର ପ୍ରଗତିରେ ଟୋକ୍ନୋଲଜି ସହାୟକ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି।

ଆସିଲା ରଥଦଉଡି ,ଟଣାହେବ ରୁକୁଣାରଥ

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାା ଅଢ଼େଇଘଣ୍ଟା ନୀତିବିଳମ୍ବରେ ଚାଲିଥିବା ବ୍ରାହ୍ମଣନିଯୋଗସମ୍ପାଦକ ବିରଞ୍ଚିପତି ଦେଇଛନ୍ତି ସୂଚନାା ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇଛି ।ଧାର୍ଯ୍ୟସମୟ ସାଢ଼େ୩ଟାରେ ରଥଟଣା ଆରମ୍ଭ ସମ୍ଭବନୁହେଁ ବୋଲି ପତି କହିଛନ୍ତି ।ଅନୟପଟେ ଆସି ପହଁଚିଛି ରଥଦଉଡି । ଏଇଥିରେ ବନ୍ଧାହେଇ ଟଣାହେବ ରୁକୁଣାରଥ ।ରାମେଶ୍ୱରମନ୍ଦିର ଯିବେ ପ୍ରଭୁଲିଙ୍ଗରାଜ ।ଅପରାହ୍ଣ ୩ଟାରେ ଟଣାଯିବ ବାବାଲିଙ୍ଗରାଜଙ୍କ ରୁକୁଣାରଥ। ସାଢେ୧୨ଟାରୁ ହେବ ପହଣ୍ଡି ବୋଲି ପୁର୍ବ ନିଷ୍ପତି ହୋଇଥିଲା […]

ଟେନିସସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେଣ୍ଟରରେ ଜୁନିୟର ITF ଏସିଆନ ଟେନିସ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭହେବ ଖେଳ । ଏନେଇ କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣାଙ୍କ ସୂଚନା ଦେଇଛନ୍ତି।