ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ
ମେଣ୍ଢାଶାଳ,୧୨।୮ (ଏସଏସନିଉଜ) ପ୍ରତିବର୍ଷ ପରି ଚଳିତବର୍ଷ ମେଣ୍ଢାଶାଳର ଆରାଧ୍ୟ ଶ୍ରୀଶ୍ରୀ ଭାଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କ ଝୁଲଣ ଯାତ୍ରା ଓ ବାଦିପାଲା ଉଦଯାପିତ ହୋଇଯାଇଛି।ଗତ ୫ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଉଦଯାପିତ ହୋଇଥିବା ବାଦିପାଲା ରେ ଗାୟକ ଯୁବଭାସ୍କର ଜ୍ଞାନପ୍ରିୟ କାନୁନଗୋ ଓ ଗାୟକ ପାରିଜାତ ତ୍ରିନାଥ ପଣ୍ଡାଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଟିତ ହୋଇଥିଲା।ମଙ୍ଗଳବାର ବାଦିପାଲା ଓ ଝୁଲଣଯାତ୍ରା ଉଦଯାପିତ ହୋଇଥିବା ବେଳେ ଗ୍ରାମବାସୀ ମାନଙ୍କ ଭିଡ ରହିଥିଲା।ପାଲା ଦେଖିବାପାଇଁ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତରେ […]