Browsing category

ମନୋରଞ୍ଜନ

ଓରାଙ୍ଗଓଟାନର ଡାଏଟ୍‌ରେ ସଲିଡ୍ ଫୁଡ୍

ଭୁବନେଶ୍ୱର,୨୦।୯(ଏସଏସନିଉଜ) ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା୫ ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଟେକ୍ନିକାଲ ଟିମ୍ ରବିବାର ଫେରିଛନ୍ତି ।ବୈଷୟିକ କମିଟି ସଦସ୍ୟ ତଥା ଦିଲ୍ଲୀ ଚିଡିଆଖାନାର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇ ର ବନ୍ୟପ୍ରାଣୀ ଚିକିତ୍ସକ ସନଥ କୃଷ୍ଣ ମୁଲିଆ ଦୁଇଦିନିଆ ଗ୍ରସ୍ତରେ ଆସି ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଉପରେ ବିଧିବଦ୍ଧ ଭାବେ ଯାଞ୍ଚ କରିଥିଲେ । ପରବର୍ତ୍ତୀ […]

ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଛି।ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ।ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ମିଳିଛି।

ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲା ବୈଷୟିକ କମିଟି

ଭୁବନେଶ୍ୱର ,୧୬।୯(ଏସଏସନିଉଜ)ନନ୍ଦନକାନନରେ ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବୈଷୟିକ କମିଟିର ମାରାଥନ୍ ପରିଦର୍ଶନ। ଗତକାଲି ଏହି ଟିମ୍ ଆସିଥିବା ବେଳେ ବୁଧବାର ସକାଳୁ ଆସି ପ୍ରାୟ ୫ ଘଣ୍ଟା ଧରି କ୍ୱାରେଣ୍ଟାଇନ୍‌ରେ ତନ ତନ କରି ଯାଞ୍ଚ କଲେ ବିଶେଷଜ୍ଞ ଦଳ। ପ୍ରକାଶ ଯେ,ପିସିସିଏଫ ବନ୍ୟପ୍ରାଣୀଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ବୁଧବାର ସକାଳେମହୀଶୂର ଚିଡ଼ିଆଖାନାର ଟେକ୍ନିକାଲ୍ କମିଟି ସଦସ୍ୟ ଡାକ୍ତର ଶଶିଧର, ଡାକ୍ତର ମଦନ କୋମପାଲ ଏବଂ ଓୟୁଏଟିର ବନ୍ୟ ଜନ୍ତୁ ଚିକିତ୍ସା […]

ଛୋଟେଇ ଛୋଟେଇ ବୁଲୁଛି ଦନ୍ତା

ଭୁବନେଶ୍ୱର,୧୫।୯(ଏସଏସନିଉଜ)ସନ୍ଧ୍ୟାରେ ଭରତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିଲା।ତାର ବାମପାର୍ଶ୍ୱର ସାମ୍ନା ଗୋଡ଼ରେ ଆଘାତ ଲାଗିଥିବାରୁ ସେ କଷ୍ଟ ସହକାରେ ଚାଲୁଥିଲା।ବନବିଭାଗ କର୍ମଚାରୀ ମାନଙ୍କ ନଜରକୁ ଆସିଥିଲା।ପରେ ଚନ୍ଦକା ଡମପଡା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ତାକୁ ‘ଟ୍ରାଙ୍କୁଇଲାଇଜ୍’ (ନିଶ୍ଚେତକ ପ୍ରୟୋଗ) କରି OUAT ଏବଂ ନନ୍ଦନକାନନର ସହଯୋଗରେ ଅସୁସ୍ଥ ଦନ୍ତା ହାତୀକୁ ନିଶ୍ଚେତକ ଦେଇ ନିୟନ୍ତ୍ରଣକୁ ଅଣା ଯାଇ ଚିକିତ୍ସା ହେଲା।ପରେ ପୁନର୍ବାର ପ୍ରାକୃତିକ ପରିବେଶକୁ ଛାଡ଼ି ଦିଆଗଲା

ଦାରୁଠେଙ୍ଗ ସତ୍ୟମହିମା ଆଶ୍ରମ…

ମେଣ୍ଢାଶାଳ ,୧୫।୯(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଅପରାହ୍ନରେ ସିଦ୍ଧସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ ଅବଧୁତ ବ୍ରଜବ୍ରନ୍ଧୁ ବାବାଙ୍କ ତତ୍ୱାବଦ୍ଧାନରେ ବିଭିନ୍ନ ନୀତିକାନ୍ତି ବାବା,ସାଧୁ ଓ ଭକ୍ତ ମାନଙ୍କ ଗହଣରେ ସମ୍ପୂର୍ଣ ହୋଇଥିଲା । ଅପରାହ୍ନରେ ସାଧୁଭିକ୍ଷା, ଝାଡ଼ ଦୀପ ପ୍ରଜ୍ବଳନ, ସାୟଂ ଶରଣ ଦର୍ଶନ, ବିଶ୍ୱ ବ୍ରହ୍ମ୍ମଣ୍ଡର ମଙ୍ଗଳ ବିଧାନ ପାଇଁ ସମବେତ ପ୍ରାର୍ଥନା, […]

ନନ୍ଦନକାନନ: ବେପରୁଆ ବ୍ୟାଟେରୀ ଗାଡି

ବାରଙ୍ଗ୧୩|୯(ଏସଏସନିଉଜ)  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ଏକ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡିର ବେପରୁଆ ଚାଳନା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରାଣୀଉଦ୍ୟାନ ଭିତର ନର୍ଥ ଇଷ୍ଟ୍ ପନୋରମା ଠାରେ ମୁଖ୍ୟ ରାସ୍ତାରେ ପର୍ଯ୍ୟଟକ ଚାଲି ଚାଲି ଜୀବଜନ୍ତୁ ଦେଖୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ୟାଟେରୀ ଗାଡି ଧକ୍କା ଦେଇଥିଲା। ଧକ୍କାରେ ପର୍ଯ୍ୟଟକ ଜଣକ […]

ବାଲିଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଚେତନାର ପ୍ରତୀକ ଭୁବନେଶ୍ୱର ବାଲିଯାତ୍ରାକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ। ବୈଠକରେ ଶ୍ରୀ ମହାପାତ୍ର ବାଲିଯାତ୍ରାର ସଫଳ ଆୟୋଜନ, ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆୟୋଜକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବାଲିଯାତ୍ରାର ଐତିହ୍ୟ ଓ […]

ନନ୍ଦନ କାନନ ପାଇଁ ଖୁସି ଖବର।

ବାରଙ୍ଗ,୧୨।୧୦(ଲିଙ୍ଗରାଜ ରାଉତ)ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ୧୪ ପ୍ରକାରର ମୋଟ ୫୮ଟି ବିଦେଶୀପ୍ରାଣୀ ନନ୍ଦନକାନନକୁ ଶୁକ୍ରବାର ରାତିରେ ଆସି ପହଁଚିଛି।ଏହି ବିଦେଶୀପ୍ରାଣୀକୁ ଦାନ ସୂତ୍ରରେ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ବୋଲି ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛି ଜେବ୍ରା (୨ଟି ଅଣ୍ଡିରା, ୨ଟି ମାଈ), କଙ୍ଗାରୁ (୨ଟି ଅଣ୍ଡିରା, ୨ଟି ମାଈ), ବେନେଟ୍ସ ୱାଲାବି (୩ଟି ଅଣ୍ଡିରା,୩ଟି ମାଈ), […]

ନନ୍ଦନକାନନକୁ ଆସିବ ଓରାଙ୍ଗଉଟାନ!

ଭୁବନେଶ୍ୱର,୮।୯(ଏସଏସନିଉଜ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନକୁ ଆସିବାକୁ ଯାଉଛି।ଭାରତରେ ଦେଖାଯାଉଥିବା ଏହି ପ୍ରଜାତି ଗ୍ରାମାଞ୍ଚଳ ପରିବେଷିତ ଜଙ୍ଗଲ କୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍ଥାନୀୟ ଲୋକ ଜଙ୍ଗଲରେ ବିଚରଣ କରୁଥିବା ବେଳେ ବଣମଣିଷ ଆକୃତିର ଏହି ପ୍ରଜାତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ୫ଟି ଓରାଙ୍ଗଉଟାନ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା […]

୪ପର୍ଯ୍ୟାୟରେ ହେବ ବାରଙ୍ଗ ଗଣେଶ ପୂଜା ଭସାଣୀ

କଟକ,୭।୯(ଏସଏସନିଉଜ)ଆଉ ଦିନ କେଇଟା ପରେ ଅଗ୍ରଦେବ ଗଜାନନଙ୍କ ପୂଜାରୁ ଆରମ୍ଭ ହେବ ପାର୍ବଣ ।ଗଣେଶ ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳା ସହ ସମ୍ପ୍ରନ୍ କରିବାପାଇଁ ବାରଙ୍ଗଥାନା ପରିସରରେ ସୋମବାର ରାତିରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି।ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ଓ ବାରଙ୍ଗଥାନାର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କମିସିନେରେଟ ପୋଲିସର ସମସ୍ତ ନିୟମମାନି ପୂଜା ମଣ୍ଡପ ଓ ଭସାଣି କାର୍ଯ୍ୟ ସମ୍ପ୍ରନ୍ କରିବାକୁ ଥାନା ଅଧିକାରୀ ବିକାଶ ପଲାଇ ଉପସ୍ଥିତ ପୂଜା କମିଟି […]