Browsing category

ମନୋରଞ୍ଜନ

ପ୍ରଥମ କରି ମା ହେଲା ମାୟା

ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ […]

ବାଜିଲା ବାଜା ଫୁଟିଲା ବାଣ

ଭୁବନେଶ୍ୱର,୫।୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମରେ ନନ୍ଦ ଉତ୍ସବ କମିଟି ଆନୁକୁଲ୍ୟରେ ଚଳିତ ବର୍ଷ ୪୧ ତମ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାହାରରେ ପାଳିତ ହୋଇଯାଇଛି।ଗତକାଲି ଦିନ ୩ଟା ସମୟ ରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରାଯାଇଥିଲା।ଶନିବାର ନନ୍ଦତ୍ସବ ଉପଲକ୍ଷେ ଭୋଳା, ଗିରିଙ୍ଗାପୁଟ,କଟେଣୀ,କଣ୍ଟାବାଡ଼, ଭଗବତିପୁର ,ଜାମୁଝରୀ, ଛତାବର,ହରିପୁର, ବାରାପିଟା, କୁକୁଡ଼ାମୁଣ୍ଡି ଓ ଅରିସଲ ଗ୍ରାମରୁ ପ୍ରାୟ ୪ହଜାର ଛୋଟ ଛୋଟ ବାଳକ ବାଳିକାମାନେ ଆସି ପ୍ରସାଦ ସେବନ କରିଥିଲେ।କମିଟି ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ […]

ମାର୍ଚ୍ଚ ଏପ୍ରିଲରେ ପଞ୍ଚାୟତ ଭୋଟ୍‌

ଭୁବନେଶ୍ୱର,୫।୯(ଏସଏସନିଉଜ)ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।ଏନେଇ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ଦେଇଚନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ।ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।ସର୍ଭେ ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ […]

ନନ୍ଦନକାନନରେ ଖୁଆଡରୁ ଖସିଲା ହୁଲକ୍ ଗିବନ୍

ଭୁବନେଶ୍ୱର,୪।୯(ଏସଏସନିଉଜ)ପୁଣି ଥରେ ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବାନର ଦୁନିଆଁରେ ରହୁଥିବା ହୁଲକ୍ ଗିବନ୍ ଖୁଆଡରୁ ଖସି ପୁଣି ୪୦ମିନିଟ ପରେ ଭିତରକୁ ପଶିଥିଲା।ତେବେ ଏତେବଡ ଘଟଣାକୁ ଚାପି ଦେବାକୁ ଜନ୍ତୁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି।ଏତେବଡ ଘଟଣା ପରେ ନା ଜନ୍ତୁ ବିଭାଗ ନା ମୁଖିଆ ମୁଁହ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରକାଶ ଯେ,ଶୁକ୍ରବାର ସକାଳ ପାଖ ପାଖି ୯ଟା ସମୟରେ ପର୍ଯ୍ୟଟକ ମାନେ ନନ୍ଦନକାନନରେ ବୁଲୁଥିଲେ।ବାନର ଦୁନିଆ […]

ଜନ୍ମାଷ୍ଟମୀରେ ମା’ ଯୋଗମାୟା ଟ୍ରଷ୍ଟର ମାଗଣା ପ୍ରସାଦ ବଣ୍ଟନ

ବାରଙ୍ଗ,୪।୯(ଏସ ଏସ ନିଉ ଜ) ପବିତ୍ର ଜନ୍ମାଷ୍ଟମୀ ଓ ମା’ ଯୋଗମାୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଯୋଗମାୟା ଟ୍ରଷ୍ଟ ରଘୁନାଥପୁର ତରଫରୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି।ଏହି ପବିତ୍ର ଅବସରକୁ ପାଳନ କରିବା ପାଇଁ ମା’ ଯୋଗମାୟା ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନନ୍ଦନକାନନ ବସଷ୍ଟାଣ୍ଡ, ଯେଉଁଠି ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି, ସେଠାରେ ଆଜି ସକାଳୁ ମା’ ଯୋଗମାୟା ଟ୍ରଷ୍ଟ ତରଫରୁ […]

ଏନ୍‌ଡିଆର୍‌ଏଫରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶରତ ଚନ୍ଦ୍ର ପାତ୍ର

କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍‌ଡିଆର୍‌ଏଫ୍‌ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]

ଖାଇବାକୁ ଦେବାବେଳେ କାମୁଡ଼ିଲା ବାଘ!

ଭୁବନେଶ୍ୱର,୧।୯(ଏସଏସନିଉଜ)ନନ୍ଦନକାନନରେ ପୁଣି ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିତାବାଘ ଖୁଆଡରେ କାମ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ରଞ୍ଜିତ ବେହେରାଙ୍କୁ ବାଘ କାମୁଡି ଦେଇଥିବା ଅଭିଯୋଗ ହୋଇଛି। ଆହତ କର୍ମଚାରୀଙ୍କ ଆଙ୍ଗୁଠିରେ ଗଭୀର କ୍ଷତ ହୋଇଛି ଏବଂ ତାଙ୍କୁ ରାତି ଅଧରେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜନ୍ତୁ ବିଭାଗଠାରୁ ଆରମ୍ଭ କରି ନନ୍ଦନକାନନ ଉପ-ନିର୍ଦ୍ଦେଶକ ପର୍ଯ୍ୟନ୍ତ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ବାଘ କାମୁଡି […]

ନନ୍ଦନକାନନ ବୁଲିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ବାରଙ୍ଗ,୩୦|୮(ଏସଏସନିଉଜ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ରବିବାର ଅପରାହ୍ନରେ ସପରିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୩.୩୦ ମିନିଟ୍ ସମୟରେ ମୁଖ୍ୟ ବିଚାରପତି ତାଙ୍କ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହ ନନ୍ଦନକାନନରେ ପହଞ୍ଚିଥିଲେ। ନନ୍ଦନକାନନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରାଣୀ ଉଦ୍ୟାନର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ବିଶେଷ କରି ବାଘ, ଧଳା […]

ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ଗଠନ ପାଇଁ ଜନଭାଗିଦାରୀର ଆହ୍ୱାନ

ଭୁବନେଶ୍ୱର,୩୦।୦୮(ଏସଏସନିଉଜ)ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୭ତମ ଅଧ୍ୟାୟ ଭୁବନେଶ୍ୱର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରଶାନ୍ତି ବିହାରସ୍ଥିତ ବୁଥ୍ ନମ୍ବର–୩୮ରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଶୁଣିଥିଲେ ବିଜେପିର ବରିଷ୍ଠନେତା ଶ୍ରୀଗୋଲକ ମହାପାତ୍ର। ଏହି ଅବସରରେ ଶ୍ରୀମହାପାତ୍ର କହିଥିଲେଯେ,‘ମନ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ,ବରଂ ଦେଶର କୋଣଅନୁକୋଣରେ ଘଟୁଥିବା ପ୍ରେରଣା ଦାୟୀ କାର୍ଯ୍ୟ,ସାଧାରଣ ଲୋକଙ୍କ ସଫଳତା,ନୂଆ ଚିନ୍ତାଧାରା ଏବଂ ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀକୁ ସମଗ୍ର […]

ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ଗୁରୁତର

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର […]