Browsing category

ମନୋରଞ୍ଜନ

ଟ୍ରେନ୍ ଯାତ୍ରୀ ସାବଧାନ

ଭୁବନେଶ୍ବର,୨୨।୬(ଏସଏସନିଉଜ)ଟ୍ରେନ୍ ଯାତ୍ରୀ ସାବଧାନ।ଏଥର ନିୟମ ଭାଙ୍ଗିଲେ ପଡିବ ମହଙ୍ଗା।ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ। ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ।ଟ୍ରେନ୍‌ରେ ଭିକ୍ଷା ମାଗି ଧରାପଡିଲେ ଗଣିବେ ଜରିମାନାଧୁମ୍ରପାନ କଲେ କିମ୍ବା ଗାଳିଗୁଳଜ କଲେ ଗଣିବେ ତଣ୍ଡ।ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଫାଇନ୍।ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ପୁଣି BJDରେ ମିଶିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୧୯।୬(ଏସଏସନିଉଜ)ବୁଗୁଡ଼ା ରାଜନୀତିରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି।ବିଜେପି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷା।BJP ଛାଡ଼ି ପୁଣି BJDରେ ମିଶିଲେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି।ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା କହି ବିଜେପି ଛାଡ଼ିଲେ।

କାଲି ଏନ୍‌ଟିଏର ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୧୯।୬(ଏସଏସନିଉଜ)ଆସନ୍ତାକାଲି ସାରାଦେଶରେ ଏନ୍‌ଟିଏର ମକ୍‌ ଡ୍ରିଲ୍‌ ହେବାକୁ ଯାଉଛି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମକ୍‌ ଡ୍ରିଲ୍‌।ଆସନ୍ତା ୨୧ ତାରିଖରେ ନିଟ୍‌ ୟୁଜି-୨୦୨୬ ପୁନଃପରୀକ୍ଷା।୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ।୨ ଲକ୍ଷ ପୋଲିସ୍‌ ଓ ୧୫ ହଜାର ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।ମୋଟ୍‌ ୧.୫ ଲକ୍ଷ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।

ନକଲି ଗୁମାସ୍ତାଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର,୧୯।୬(ଏସଏସନିଉଜ)୫ଦିନରେ ୧୧ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ଭକ୍ତଙ୍କ ଠାରୁ ଟଙ୍କା ନେଉଥିଲେ। ଭକ୍ତଙ୍କୁ ଲୋଭ ଦେଖାଉଥିଲା ବେଳେ ଧରିଛି ପୁଲିସ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା। ଯଦି କିଏ ଟଙ୍କା ନେବ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।

ବାଜା ବାଣରେ କମ୍ପିଲା ଦେବଦମ୍ପତିଙ୍କ ବାହାଘର

ବାରଙ୍ଗ,୧୮।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିବମନ୍ଦିରରେ ଶିବବିବାହ ଉତ୍ସବ ଗୁରୁବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି।ମନ୍ଦିର ଗୁଡ଼ିକୁ ବିଭିନ୍ନ ପୁଷ୍ପଗୁଛ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଛି। ରତାଗଡର ଜଟେଶ୍ୱର ମନ୍ଦିରରେ କନ୍ୟାପିତା ଭାବେ ଉପେନ୍ଦ୍ର ପଣ୍ଡା ବରପିତା ଭାବେ ବିକାଶ ରାଉତ ଯୋଗଦେଇ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ରାଜଧାନୀ ଉପକଣ୍ଠ ଖଇରାପଡ଼ା ଗ୍ରାମର ଆରାଧ୍ୟ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରଥମ କରି […]

ରେଳ ବ୍ରିଜରେ ଝୁଲୁଛି ରଜଦୋଳି

କଟକ,୧୭।୬(ଏସଏସନିଉଜ)ରଜ ଆସିଲେ ଦୋଳିଖେଳର କଥା ମନକୁ ଆସେ।କିଏ ଘର ଅଗଣାରେ ତ କିଏ ଆମ୍ବ ତୋଟା,ଗଛ ଡ଼ାଳରେ ଦୋଳି ବାନ୍ଧିଥାଆନ୍ତି ଓ ଏହାର ମଜା ପିଲାମାନେ ଉଠାଇଥାନ୍ତି।କିନ୍ତୁ କଟକ ଜିଲ୍ଲା ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳି ଖେଳ ଦୃଶ୍ୟ ଦେଖିବାକୁ ମିଳିଛି।ବିପଦପୂର୍ଣ୍ଣ ଭାବେ କେନାଲ ଉପରେ ଯାଇଥିବା ରେଳଧାରଣା ବ୍ରିଜରେ ଦୋଳି ଲାଗିଛି।ଦୋଳିଟି ସିଧା ସଳଖ ଭାବେ କେନାଲ ପାଣିକୁ ପାଖାପାଖି ସଂଯୋଗ କରୁଛି।ଗାଧୋଇବାକୁ ଆସୁଥିବା ପିଲାମାନେ ଗାଧୋଇବା ସହ […]

ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ। ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ […]

ଉଦ୍ଘାଟିତ ହେଲା ଭୁବନେଶ୍ୱର ରଜ ମହୋତ୍ସବ

ଭୁବନେଶ୍ବର,୧୪।୬( ଏସଏସନିଉଜ) କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର କୁଆଖାଇ ନଦୀକୁଳରେ ଭୁବନେଶ୍ୱର ରାଜ୍ୟସ୍ତରୀୟରଜ ମହୋତ୍ସବ ରବିବାର ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ,ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇଥିଲେ। ୧୪ରୁ ୧୭ ତାରିଖ ୪ ଦିନବ୍ୟାପୀ ହେବାକୁ ଥିବା ରାଜ୍ୟ ସ୍ତରୀୟ ରଜ ମହୋତ୍ସବରେ ଏଥର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି ।ଝିଅମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟିଚିତା, ପୁଚିଖେଳ,ରଙ୍ଗୋଲି,ଦୌଡ଼ିଡ଼ିଆଁ,ମ୍ୟୁଜିକ ଚେୟାର ପ୍ରଭୁତି ପ୍ରତିଯୋଗିତା କରାଯାଇଥିବାବେଳେ ପୁରୁଷମାନଙ୍କୁ ନେଇ ପଶା, […]

ଦୁଇ ଦିନିଆ ରଜ: ନନ୍ଦନକାନନରେ ଭିଡ଼ ବଢ଼ିବା ଆଶଙ୍କା

ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ […]

ଆଜିର ରାଶିଫଳ

ଜୁନ୍ ମାସ ୧୨ତାରିଖ୨୦୨୬ମସିହା (ଶୁକ୍ରବାର)ଜ୍ୟେଷ୍ଠମାସ(ମଳ)-କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରି ଘ୦୭/୪୮ଗତେ ତ୍ରୟୋଦଶୀ ,ନକ୍ଷତ୍ର-ଅଶ୍ୱିନୀ ଦିବା ଘ୦୭/୧୫ଗତେ ଦ୍ୱିଜା ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୧୪ ,ଯୋଗିନୀ ନୈରୁତେ ରାତ୍ରି ଘ୦୭/୪୮ଗତେ ଦକ୍ଷିଣେ ,ବିଛା,ଧନୁ ଓ ମୀନରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୭/୪୮ମଧ୍ୟେ ଓ ଏକପାଦ ଓ ରାତ୍ରି ଘ୦୪/୪୫ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୨୫ ଗତେ ଘ୧୧/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୪୨ଗତେ ଘ୦୨/୦୦ମଧ୍ୟେ […]