Browsing category

ମନୋରଞ୍ଜନ

ନକଲି ଫିନାଇଲ ଫେରିଲା

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନରେ ଯୋଗାଣ ହେଉଥିବା ନକଲି ଫିନାଇଲ ଉପରୁ ଏବେ ପରଦା ଉଠିଛି । ଷ୍ଟୋର ବିଭାଗରେ ଜଣେ ଗାର୍ଡ ଏହାକୁ ଗ୍ରହଣ ନକରିବାରୁ ଠିକାଦାରଠାରୁ ମାଡଖାଇବା ଭଳି ଅଭିଯୋଗ ଆସିଥିଲା ।ପରେ ଏହାକୁ ଜଣେ ଫରେଷ୍ଟର କରିଥିଲେ ।ପରେ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଯୋରଧରିବାପରେ ଜନ୍ତୁବିଭାଗ ଏସିଏଫ ଏହାରତଦନ୍ତ କରିଥିଲେ ।ପରେ ଗ୍ରହଣ କରାଯାଇଥିବା ନକଲି ଫିନାଇଲ ଫେରାଯାଇଥିଲା ।ଏହି ଘଟଣାପରେ କିଛି ବଡବଡିଆ ଅଧିକାରୀମାନଙ୍କ ସୁପାରିସରେବିନା ଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିବାର ସ୍ପଷ୍ଟ […]

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ାଦିବସ

କଟକ,୨୯।୮(ଏସଏସନିଉଜ)ଫିଟନେସ୍‌, ଶୃଙ୍ଖଳା, ଦୃଢ଼ତା ଓ କ୍ରୀଡ଼ା ଉତ୍କର୍ଷ ଭାବନା ସହିତ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଜାତୀୟ କ୍ରୀଡ଼ାଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ୧୦୦ରୁଅଧିକ ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ବିଦ୍ୟାର୍ଥୀ କଲ୍ୟାଣ ବିଭାଗ ଡିନ୍‌ ଡ.ଜୟପ୍ରକାଶ ଭଟ୍ଟ ମୁଖ୍ୟ ଅତିଥି ଭାରତୀୟ ଭଲିବଲ୍‌ (ମହିଳା)ଖେଳାଳି ଶିବାନୀ ପ୍ରିୟଦର୍ଶିନୀ,ବିଶିଷ୍ଟ ଅତିଥିବୃନ୍ଦ, ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସ୍ୱାଗତ କରି ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ାର […]

ରାଖୀ ବାନ୍ଧିଲେ ଓ ନିଶାମୁକ୍ତି ପାଇଁ ଶପଥପାଠ କଲେ

ଭୁବନେଶ୍ୱର,୨୮।୮(ଏସଏସନିଉଜ)ପବିତ୍ର ରାଖୀପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ଆୟୋଜିତ ରାଖୀପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠନେତା ଗୋଲକମହାପାତ୍ର ଯୋଗଦେଇଛନ୍ତି। ନୀଳାଦ୍ରିବିହାରଠାରେ ଶ୍ରମିକଭାଇମାନଙ୍କ ସହ ରାଖୀପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀମହାପାତ୍ର।ଏହିଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା,ନିଶାର କୁପ୍ରଭାବ ସମ୍ପର୍କରେ ସଚେତନହେବା ଏବଂ ଏକ ସୁସ୍ଥ,ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନପାଇଁ ସମସ୍ତଙ୍କୁ ସାମୂହିକଭାବେ ଶପଥପାଠ କରାଇଥିଲେ। ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ […]

ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୮।୮(ଏସଏସନିଉଜ)ହିତାଧିକାରୀଙ୍କ ଖାତାକୁଗଲା`ସୁଭଦ୍ରା’ଟଙ୍କା।ସୁଭଦ୍ରା’ଯୋଜନାର ୫ମକିସ୍ତି ପ୍ରଦାନକଲେ ମୁଖ୍ୟମନ୍ତ୍ରୀ।ନୟାଗଡ଼ ଲାଠିପଡ଼ା ସଭାମଞ୍ଚରେ ଟଙ୍କା ପ୍ରଦାନକଲେ।୧କୋଟି ୩ଲକ୍ଷ ମହିଳାଙ୍କ ଖାତାକୁ ଗଲା `ସୁଭଦ୍ରା’ଟଙ୍କା।ପ୍ରଥମଥର ପାଇଲେ ୨ଲକ୍ଷ୨୧ହଜାର୫୪ ହିତାଧିକାରୀ।

ନନ୍ଦନକାନନରେ ମାର୍ମୋସେଟର ମୃତ୍ୟୁ

ଭୁବନେଶ୍ୱର,୨୭|୮(ଏସଏସନିଉଜ)ବୁଧବାର ନବଜାତ ଗୟଳ ଛୁଆ ଜନ୍ମର ୪୮ ଘଣ୍ଟା ନ ପୁରୁଣୁ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ପୁଣି ବାନର ଦୁନିଆଁରେଥିବା ବିଦେଶୀ ଜେଫ୍ରି ମାର୍ମୋସେଟ୍ ମାଙ୍କଡ ନିଜ ଘେରା ଭିତରେ ମରିପଡିଥିବାର ଜଣାପଡିଛି।ସାପ କାମୁଡାରେ ମାର୍ମୋସେଟ୍ ର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପକୃତ୍ କାରଣ ଜଣାପଡିବ।ତେବେ ଖୁଆଡକୁ କିପରି ସାପ ଆସିଲା ତାହାକୁ ନେଇ ଏବେ ବଡପ୍ରଶ୍ନବାଚୀ ସ୍ତ୍ମୃଷ୍ଟି କରିଛି।ଏହାସହ ଜନ୍ତୁବିଭାଗ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।ସୂଚନା ଯୋଗ୍ୟଯେ,୧୨ […]

୭ଦିନ ଧରି ଚିକିତ୍ସା ସତ୍ତ୍ୱେ ଚାଲିଗଲା ଜୀବନ

ଭୁବନେଶ୍ୱର,୨୭।୮(ଏସଏସନିଉଜ)ଅରିଲୋ ସ୍ଥିତ ଓମଫେଡ କମ୍ପାନୀ ପରିସରରେ ଲିଫ୍ଟରୁ ଖସିପଡ଼ି ଗୁରୁତର ହୋଇ ଚିକିତ୍ସାଧିନ ଥିବା ଠିକା କର୍ମଚାରୀ ଅପୁ ପଣ୍ଡାଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି।ଏହା ଜଣାପଡିବା ପରେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଓମଫେଡ ପ୍ଲାଣ୍ଟ ଆଗରେ ବାରଙ୍ଗ ଥାନାପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରକାଶ ଯେ,ରତାଗଡ଼ ଗ୍ରାମର ନିରଞ୍ଜନ ପଣ୍ଡାଙ୍କର ସାନପୁଅ ଅପୁପଣ୍ଡା(୨୮) ଓମଫେଡ୍ କମ୍ପାନୀରେ ଠିକାକର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ଶୁକ୍ରବାର ଦିନ ଓମଫେଡ୍ ପ୍ଲାଣ୍ଟର ଲିଫ୍ଟରେ […]

ଚାଲିଗଲା ଗୟଳ ଶାବକର ଜୀବନ

ବାରଙ୍ଗ,୨୭।୮(ଏସଏସନିଉଜ) ସୋମବାର ବିଳମ୍ବିତ ରାତିରେ ଜନ୍ମ ହୋଇଥିବା ବିରଳ ଗୟଳ ଶାବକ ବୁଧବାର ସକାଳେ ଆଖବୁଜିଛି । ହେଲେ ଏହି ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବନ୍ୟପ୍ରାଣୀ ମୃତ୍ୟୁର ରିପୋର୍ଟ ସାର୍ବଜନୀନ କରିବା ବାଧ୍ୟତାମୂଳକ। ହେଲେ ଏଠି ନୀରବତା ଅନେକ ପ୍ରଶ୍ନ ଛିଡା କରୁଛି। ସୂଚନାଯୋଗ୍ୟଯେ, ସୋମବାର ବିଳମ୍ବିତ ରାତିରେ ମା ଗୟଳ ଏକ ମାଇ ଶାବକଟିକୁ ଜନ୍ମ ଦେଇଥିଲା।ଜନ୍ମ ହେବା ପରଠାରୁ ହିଁ ଶାବକଟି ଅତ୍ୟନ୍ତ […]

ସଫଳତା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

କଟକ, ୨୬।୮(ଏସଏସନିଉଜ)ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (OJPT) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନରଣପୁର ଠାରେ ଥିବା ଏକାଡ଼େମୀ ପରିସରରେ ବୁଧବାର ଦିନ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି. ଗ୍ରୁପ୍ କମାଣ୍ଡର୍ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋ‍ଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ ନିଷେଧ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୩/୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୩/୦,ଶ୍ରାବଣମାସ, ଶୁକ୍ଳପକ୍ଷ, ବୃହସ୍ପତିବାସ,ତିଥି-ଚତୁର୍ଦ୍ଦଶୀ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର-ଧନିଷ୍ଠାନକ୍ଷତ୍ର ରାତ୍ରିଘ୨/୫୫ମିପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଶୋଭନଯୋଗ ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ଅତିଗଣ୍ଡଯୋଗ ।କରଣ- ବାଣିଜ୍ୟକରଣ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୫ମି ପର୍ଯ୍ୟନ୍ତ, ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୯/୭ମିପରେ ବାୟବ୍ୟକୋଣରେ,ରିକ୍ତାତିଥି,ବିଷ୍ଟିକରଣ,ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ […]

KIMSକୁ ସୋକଜ୍ ନୋଟିସ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍‌ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ […]