Browsing category

ଦେଶ ବିଦେଶ

ଶାରଳାଙ୍କପୀଠରେ ମୋବାଇଲ୍ ମନା

ଭୁବନେଶ୍ୱର,୯ା୭(ଏସଏସନିଉଜ) ଜଗତସିଂହପୁର ମାଶାରଳା ମନ୍ଦିରକୁ ମୋବାଇଲ ନେବାରେ କଟକଣା କରାଯାଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୂଆ ନିୟମ ଲାଗୁ କରାଯାଇଛି ।ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବାକୁ ନିଷେଧ କରାଯାଇଛି । ମଝିଦେଉଳ ଓ ଗର୍ଭଗୃହମଧ୍ୟକୁ ମୋବାଇଲ ନେଇ ଫଟୋଉଠାଇଲେ ପ୍ରଥମେ ୫୦୦, ୨ୟଥର ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ବ୍ରତ ହୋଇନଥିବାପଣ୍ଡାସେବକ, ଅବିବାହିତରାଉଳସେବକଙ୍କୁ ଗର୍ଭଗୃହ ମଧ୍ୟକୁ ବାରଣ କରାଯାଇଛି ।ଏହାବ୍ୟତିତ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଙ୍କ ବିଗ୍ରହରୁ […]

ଚନ୍ଦକାଥାନାରେ ୩ଜଣଙ୍କୁ ଜେରା କଲେ ସିବିଆଇ

ବାରଙ୍ଗ,୮ା୭(ଏସଏସନିଉଜ)ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ଗିରଫ ହୋଇଥିବା ୩ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ପଚରାଉଚୁରା କରାଯାଉଛି । ସିବିଆଇର ୫ଜଣିଆ ଅଧିକାରୀ ତିନିଜଣଙ୍କୁ ଚନ୍ଦକାଥାନାରେ ରଖି ଶନିବାର ଦିନ ପଚରାଉଚୁରା କରୁଛନ୍ତି । ସିନିୟର ସେକ୍ସନଇଞ୍ଜିନିୟର ଅରୁଣକୁମାରମହାନ୍ତ, ସେକ୍ସନଇଞ୍ଜିନିନିୟର ଅମୀରଖାନ ଓ ଟେକନିସିଆନ ପପୁକୁମାରଙ୍କୁ ସିବିଆଇ ଗିରଫ କରିଥିଲା ।ପରେ ସିବିଆ ୩ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିବାବେଳେ ୧୧ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବାତେବେ ସୁରକ୍ଷାଦୃଷ୍ଟିରୁ ଏମାନଙ୍କୁ ଚନ୍ଦକାଥାନାରେ ରଖି ପଚରାଉଚୁରା କରୁଛି ସିବିଆଟ୍ଟ୍ରେନ […]

ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟସାମ୍ନାରେ ଗଞ୍ଜେଇଗଛ

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନ ଉପ ନିର୍ଦେଶକଙ୍କକାର୍ଯ୍ୟାଳୟ  ସାମ୍ନାରେ ଉଠିଛି ଗଞ୍ଜେଇଗଛ। କାର୍ଯ୍ୟାଳୟସାମ୍ନାରେ ଥିବା ବେଟାରୀଅଟୋ ଚାର୍ଜରଘର ଆଗରେ ଗଛଟି ରହିଛି।ସେଇବାଟ ଦେଇ କିରାଣୀ ମାନଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଅଧିକାରୀମାନେ ସବୁଦିନେ ଯିବାଆସିବା କରୁଛନ୍ତି ।ସବୁଠାରୁ ବଡ଼ କଥାହେଲା ନନ୍ଦନକାନନ ପକ୍ଷରୁ ଠିକାଦାର ଙ୍କୁ ଦିଆଯାଇଥିବା ବେଟାରୀ ଅଟୋ ଚାର୍ଜରଘର ସବୁଦିନେ ଖୋଲାଯାଉଛି। ନନ୍ଦନକାନନ ରେ ଚାଲୁଥିବା ବେଟାରୀ ଚାଳିତ ଅଟୋ ଏହିଘରେ ରହି ଚାର୍ଜ ହେଉଛି । ଏହାପରେ ମଧ୍ୟ ବେଟାରୀଚାଳିତ ଅଟୋ ଚାଳକଙ୍କଠାରୁ ଆରମ୍ଭକରି ନନ୍ଦନକାନନ […]

ଦାୟିତ୍ୱହିନତା ଯୋଗୁ ପୋଡିଗଲା ଇନକ୍ୟୁବେଟର

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଘରୋଇକରଣ ଉପରେ ନିର୍ଭର କରୁଥିବାବେଳେ କେତକ ଖାଦ୍ୟ ଯୋଗାଣକୁ ନିଜ ଅଧିନରେ ରଖିଛନ୍ତି।ଏହାସତ୍ତ୍ୱେ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ବେଳେବେଳେ କର୍ତ୍ତୃପକ୍ଷଙ୍କୁ ଅପଦସ୍ତ ହେବାକୁ ପଡିଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନରେ ଥିବା ଜୀବନ୍ତ ଖାଦ୍ୟ ପ୍ରଜାଜନକେନ୍ଦ୍ରରେ ଦେଖିବାକୁ ମିଳିଛି।କୁକୁଡ଼ା ଚିଆଁ କରିବାପାଇଁ ଥିବା ଇନକ୍ୟୁ ବେଟର ମେସିନଟି ପୋଡିଯିବାରୁ ମେସିନରେ ଥିବା ୨୫୦ଟି ଅଣ୍ଡା ନଷ୍ଟ ହୋଇଯାଇଛି। […]

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]

ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ସେବା ଏକ୍ସପ୍ରେସ୍‌’

ନୟାଗଡ଼, ୬ା୭(ଏସଏସନିଉଜ) ଯାନ୍ତ୍ରିକତ୍ରୁଟି ଯୋଗୁ ନୟାଗଡ଼ଷ୍ଟେସନରେ ସେବା ଏକ୍ସପ୍ରେସ୍ ୨ଘଂଟାକାଳ ଅଟକିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା।

ଏଯୁଗର ଶ୍ରବଣ କୁମାର

ଭୁବନଶ୍ୱେର,୩ା୭(ଏସଏସନିଉଜ)ଏ ଦୁଇ ଯୁବକଙ୍କୁ ଦେଖନ୍ତୁ। ଜଣେହେଲେ ଉତ୍ତରପ୍ରଦେଶ ରାଜ୍ୟର ଦେବ୍ । ଯିଏକି ନିଜ ଶହେବର୍ଷବୟସର ମାଆଙ୍କୁ ଭାରରେ ହରିଦ୍ୱାର ନେଇକିଯାଉଛନ୍ତି। ଆଉଜଣେ ହେଲେ ନୋଏଡ଼ାର ଅଜୟ କୁମାରା ଗୋଟେପଟେ ତାଙ୍କମାଆ, ଅନ୍ୟପଟେ ତାଙ୍କମାଆଙ୍କ ଓଜନ (୫୧ କିଲୋ)ର ଗଙ୍ଗାଜଳ ବୋହିବୋହି ଚାଲିଛନ୍ତି ।

ବାରଙ୍ଗରେ ହଜିିଥିବା ବୃଦ୍ଧ ଦୁଇଦିନପରେ ଘରକୁ ଗଲା

ବାରଙ୍ଗ,୨ା୭(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ ଶୈାଚ ସମୟରେ ଜଣେ ବୃଦ୍ଧକୁ ବାରଙ୍ଗରେ ଛାଡିଦେଇ ପଳାଇଥିବା ଟୁରିଷ୍ଟବସ ରବିବାରରାତିରେ ଆସି ନେଇଛି ।ବୃଦ୍ଧଙ୍କଠାରୁ ଠିକଣା ପାଇଁ ବାରଙ୍ଗଥାନା ପୋଲିସ ତାଙ୍କ ଘରସହ ଯୋଗେଯାଗ କରିବାପରେ ପୁରୀରେ ଥିବା ଟୁରିଷ୍ଟ ବସ ପୁନର୍ବାର ଆସି ପୋଲିସ ହେପାଜତରେ ରହିଥିବା ବୃଦ୍ଧକୁ ସାଙ୍ଗରେ ନେଇଯାଇଛି । ପ୍ରକାସ ଯେ,ଛତିଶଗଡର ଜେଜେପୁରଥାନା ଅଧିନସ୍ଥ ପର୍ଶରଡି ଗାଁର ୫୦ଜଣ ଯାତ୍ରୀ ଏକ ଟୁରିଷ୍ଟବସରେ ତିର୍ଥକରିବାପାଇଁ ପୁରୀଅସିଥିଲେ ।ଶୁକ୍ରବାର ସନ୍ଧ୍ୟା ସମୟରେ ବାରଙ୍ଗଦେଇ ବସଟି ଆସୁଥିବାବେଳେ ଗୋବିନ୍ଦପୁର-ମୁଣ୍ଡଳି ମଧ୍ୟରେ […]

ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ,୨୮ା୬(ଏସଏସନିଉଜ) ବାହୁଡ଼ାଯାତ୍ରାନିମନ୍ତେ ପୁର୍ବନିର୍ଦ୍ଧାରିତ ସମୟଆଗରୁ ରଥଟଣା ଆରମ୍ଭ ହୋଇଛି । ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ଯାତ୍ରା କରିବ। ତିନିଠାକୁରଙ୍କୁ ଦେଖିବାପାଇଁ କାହିଁ କେତେ ଦୂରରୁ ଆସିଥିାବ ଭକ୍ତମାନଙ୍କ ଭିଡ ଲାଗିରହିଛି ।

ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । […]