ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ,୨୮ା୬(ଏସଏସନିଉଜ) ବାହୁଡ଼ାଯାତ୍ରାନିମନ୍ତେ ପୁର୍ବନିର୍ଦ୍ଧାରିତ ସମୟଆଗରୁ ରଥଟଣା ଆରମ୍ଭ ହୋଇଛି । ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ଯାତ୍ରା କରିବ। ତିନିଠାକୁରଙ୍କୁ ଦେଖିବାପାଇଁ କାହିଁ କେତେ ଦୂରରୁ ଆସିଥିାବ ଭକ୍ତମାନଙ୍କ ଭିଡ ଲାଗିରହିଛି ।

Comments (0)
Add Comment