Browsing category

ରାଜନୀତି

ଭୋଟଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ ।। ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ […]

୪ର୍ଥପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୭।୫(ଏସଏସ ନିଉଜ)ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶପାଇଛି।୬ ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶପାଇଛି।ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବମତଦାନ। ମୟୂରଭଞ୍ଜ,ବାଲେଶ୍ବର, ଭଦ୍ରକ, ଯାଜପୁରରେ ମତଦାନ ବିଜ୍ଞପ୍ତି।କେନ୍ଦ୍ରାପଡା ଓ ଜଗତସିଂହ ପୁରରେ ମତଦାନ ପାଇଁ ବିଜ୍ଞପ୍ତିପ୍ରକାସ ପାଇଛି

ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୭।୫(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଆଜି ଭାଗ୍ୟ ପରୀକ୍ଷା । ଗୁଜରାଟର ଗାନ୍ଧିନଗରରୁ ଲଢ଼ୁଛନ୍ତି ଶାହ।ଏହାସହମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଆଜି ହେଉଛି ଭାଗ୍ୟ ପରୀକ୍ଷା।ଭୋଟର ଆଜି ବାଛିବେ ପାର୍ଥିଙ୍କ ଭାଗ୍ୟ।ଆଜି ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଶେରଗଡ଼ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର,୭।୫(ଏସଏସନିଉଜ)ଶେରଗଡ଼ ଗୋଠଗାଁରେ ପାଣ୍ଡିଆନଙ୍କ ପ୍ରଚାର ଆରମ୍ଭ ହୋଇଛି।ଜନସଭାରେ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ।ବିକାଶର ହିସାବ ଦେଲେ କାର୍ତ୍ତିକ ପାଣ୍ଡିଆନ।ଦଳୀୟସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ।।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାରେ ଉଦ୍‌ବୋଧନଦେବେ ।ସେହିଭଳିଭାବେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ନୀତିନ ଗଡ଼କରୀ ପୁରୀ ଜିଲ୍ଲା ଓ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ୱଶର୍ମା ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ […]

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼…

ଆଠଗଡ଼,୨୧ା୪(ଏସଏସନିଉଜ)ଜେମାଦେଇପୁରରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ଜେମାଦେଈପୁରରେ ଥିବା ଏକ ଢାବା ପାଖରେ ବୋମାମାଡ଼ ହୋଇଛି । ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡାଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ କରିଛନ୍ତି ୬ରୁ ୮ ଦୁର୍ବୃତ୍ତାସୈାବାଗ୍ୟବଶତ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡା ।ଘଟଣାପରେ ଦୁର୍ବୁତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମା ଓ ଗୁଳିମାଡ଼ରେ ଭାବଗ୍ରାହୀଙ୍କ କାର୍ କ୍ଷତିଗ୍ରସ୍ତ […]