ପୁରୀମେନ୍‌କେନାଲ ଭିତରକୁ ପଶିଲା ଅଟୋ

ବାରଙ୍ଗ ୧୫ା୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁରଗ୍ରାମ ନିକଟ ପୁରୀ ମୁଖ୍ୟକେନାଲ ଭିତରକୁ ଭାରସାମ୍ୟ ହରାଇ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ଅଟୋ ପଶିଯାଇଥିଲା ।ଅଟୋରେ କେହିନଥିବାବେଳେ ଚାଳକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି ।
ପ୍ରକାସ ଯେ, ଶୁକ୍ରବାର ସକାଳେ ପ୍ରାୟ ସାଢେ ଆଠଟା ସମୟରେ ଓଡି ୩୩ଏଏଲ ୨୫୦୨ ନଂ ଯାତ୍ରୀବାହୀ ଅଟୋଟି ମାଛ ଦାନା ନେଇ ପ୍ରତାପ ନଗରୀଦେଇ କେନାଲବନ୍ଧରାସ୍ତାରେ ବାରଙ୍ଗ ଆସୁଥିଲା ।ଅଟୋଟି କାନପୂର ଗ୍ରାମ ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ କେନାଲଭିତରକୁ ପଶି ଓଲଟି ପଡିଥିଲା । ଫଳରେ ଅଟୋ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକମାନେ ପାଣି ଭିତରୁ ଉଦ୍ଧାର କରିଥିଲେ। ଅଟୋରେ ଥିବା ମାଛ ଦାନା କେନାଲରେ ଓଦା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବହୁ ସମୟ ପର‌୍ୟ୍ୟଣନ୍ତ କେନାଲ ପାଣି ଭିତରେ ଅଟୋଟି ବୁଡି ରହିଥିଲା ।ସ୍ଥାନୀୟ ଲୋକମାନେ ବହୁପରିଶ୍ରମକରି କେନାଲ ଭିତରୁ ଅଟୋଟି ବାହାରକୁ ଆଣିଥିଲେ ।

Comments (0)
Add Comment