କଟକ, ୨୧।୧(ଏସଏସନିଉଜ) ଚଳନ୍ତା ସ୍କୁଟରରେ ହଠାତ୍ ନିଆଁ ଲାଗି ଜଳି ଯାଇଛି। ତ୍ରିଶୂଳିଆ ଛକରେ ବୁଧବାର ସକାଳୁ ଏଭଳି ଘଟଣା ଘଟିଛି।
ପ୍ରକାଶ ଯେ, ପଟିଆ ଅଞ୍ଚଳର ବିଶ୍ବରଂଜନ ମହାନ୍ତି ନାମକ ଯୁବକ ଜଣଙ୍କ ଓଡି ୦୫ ବି ୱାଇ ୭୭୦୯ନମ୍ୱର ପେଟ୍ରୋଲ ସ୍କୁଟରରେ ଚୌଦ୍ଵାର ଅଭିମୁଖେ ଯାଉଥିଲେ।ତ୍ରିଶୂଳିଆ ବଜାର ରେ ପହଞ୍ଚିବା ବେଳେ କୌଣସି କାରଣରୁ ସ୍କୁଟରରେ ନିଆଁ ଲାଗିଯାଇଥିଲା। ଫଳରେ ସ୍କୁଟରଟି ହୁତୁହୁତୁ ହୋଇ ସଙ୍ଗେ ସଙ୍ଗେ ଜଳିବାକୁ ଆରମ୍ଭ କରିଥିଲା। ସୌଭାଗ୍ୟ ବଶତଃ ଯୁବକ ଜଣକ ଗାଡିରୁ ଓହ୍ଲାଇ ପଡ଼ିଥିଵାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ ସ୍କୁଟରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବାର ଦେଖିବାକୁ ମିଲିଥିଲା।