ଚିଡିଲେ ଦିଦି

ଖବର ଆଜିର,ତାରିଖ ୨୪-୦୧-୨୦୨୧ ରବିବାର

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ ।
୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା ।
୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ ।
୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର ପ୍ରତିଟି ବୁନ୍ଦା ନେତାଜୀଙ୍କ ଋଣି ।
୫-‘ଜୟ ଶ୍ରୀରାମ’ କହି ମମତାଙ୍କୁ ଚିଡ଼ାଇଦେଲେ ଜନତା, କହିଲେ ଦେବି ନାହିଁ ଭାଷଣ ।
୬-୧୫ ଲକ୍ଷ ୩୭ ହଜାର ଲୋକ ନେଲେଣି କରୋନା ଟିକା, ୬ ମୃତ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
୭-ସ୍ପେନ୍‌ରେ ୭୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ୨୪ ଘଣ୍ଟାରେ ୨୦ ଇଞ୍ଚ ବରଫପାତ ।
୮-ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା
୯-ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ହାଲୱା ସମାରୋହ ଆୟୋଜନ, କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣ
୧୦-ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର .
୧୧-ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ଦାନ : ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ ।
୧୨-ଅନ୍ତର୍ଜାତୀୟ ସୀମାରେ ଆଉ ଏକ ସୁଡ଼ଙ୍ଗ ଠାବ ।
୧୩-ନକଲି ବଜାରର ପେଣ୍ଠସ୍ଥଳୀ ବ୍ରହ୍ମପୁର, ସ୍ନାକ୍ସ ଗୋଦାମରେ ଚଢଉ ବେଳେ ବେଆଇନ ଗୁଟଖା କାରଖାନା ଠାବ ।
୧୪-ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ ।
୧୫-କୃଷକଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ ସିଗନାଲ୍: ସର୍ତ୍ତମୂଳକ ଅନୁମତି ଦେଲା ଦିଲ୍ଲୀ ପୋଲିସ; ୫ଟି ରୁଟରେ ୧୦୦ କିମି ପର୍ଯ୍ୟନ୍ତ କରିିବେ ଶୋଭାଯାତ୍ରା ।
୧୬-ରେଳବାଇର ସବୁ ଅଭିଯୋଗ ପାଇଁ ‘୧୩୯’ ।
୧୭-ଦିଦିଙ୍କ ନୂଆ ଦାବି, ଭାରତର ୪ଟି ସ୍ଥାନରେ ପ୍ରତିଷ୍ଠା ହେଉ ରାଜଧାନୀ ।
୧୮-ରାଜଧାନୀରେ ଟିକାକରଣ ୯୧.୪%, ରବିବାର ଟିକାକରଣ ବନ୍ଦ ।
ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment