ଚୌଦ୍ୱାର ମଣ୍ଡଳ କାରାଗାରରେ ହେଲା ଶୁଭ ବିବାହ

ଚୌଦ୍ୱାର ,୧୭/୩(ଏସ ଏସନିୟୁଜ) ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଆଜି ଚୌଦ୍ୱାର ମଣ୍ଡଳ କାରାଗାର ରେ ଦ୍ୱତୀୟ ଥର ଲାଗି ବିବାହ ଉସ୍‌ବ ହୋଇଥିଲା ।
ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିବା ଏହି ବିବାହ ଉସ୍‌ବରେ ବିଚାରଧୀନ ଅଭିଯୁକ୍ତ ନୃସିଂଘ ଦାସ ବର ସାଜିଥିବାବେଳେ କନ୍ୟାଭାବେ ପୀଡିତା ପୂଜା ଦାସ ଥିଲେ ।ସାମସ୍ତେ ବେଶ ଖୁସି ମନାଇଥିଲେ ।ବନ୍ଧୁବାନ୍ଧବମାନଙ୍କଠାରୁ ଆରମ୍ଭକରି ଉଭୟପରିବାରବର୍ଘଙ୍କ ଉପସ୍ଥିତିରେ ଏହି ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ ବିବାହ ର ରୀତିନୀତି ଅନୁଯାୟୀ ବର ଓ କନ୍ୟା ଙ୍କୁ ମେହେନ୍ଦି ରେଶମ କରି ସଜାଇଥିଲେ ।ଏହାପରେ ସୁସଜ୍ଜିତ ବରକନ୍ୟାକୁ ବେଦି କୁ ନିଆଯାଇ ବ୍ରାହ୍ମଣ ଙ୍କ ବେଦ ପାଠରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ଆଇନିଜିବୀ ଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣା ନାମା ସ୍ଵାକ୍ଷର କରିବା ପରେ ସଂଗଠନ ତରଫରୁ ଆୟୋଜିତ ଭୋଜିଭାତ ରେ ସମସ୍ତେ ସାମିଲ ହୋଇଥିଲେ ।ଶେଷରେ ବୋହୁକୁ ନେଇ ଶାଶୁଶଶୁର ଘରକୁ ଫେରିଥିଲେ ।ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ମଣ୍ଡଳ କାରାଗାର ଅଧିକ୍ଷକ କୁଳମଣି ବେହେରା ,ଜେଲର ଅଭିନାଶ ବେହେରା,ଓଲଫେୟାର ଅଫିସର ରାମକୃଷ୍ନ ଦାସ, ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବଳା ନାୟକ, ଗୋଲାପ ସିଂ,ସ୍ୱପ୍ନାରାଣୀ ନାୟକ,ପ୍ରମିଳା ଓଝା, ଦିଲୀପ ସାହୁ, ଆବେଶ କମଲ, ପ୍ରଶାନ୍ତ ଆଚାର‌୍ୟ୍ୟ ,କ୍ରିତି ଅଭିପ୍ସା ସରୋଜ ସାହୁ,ବିକ୍ରମ ଜେନା , ସରୋଜ ବେହେରା, ପୁରୁଷୋତ୍ତମ ବେହେରା, ସୋମ୍ୟରଞ୍ଜନ ଅମାତ, ସେକ ଆଫୋରଜ, ରାଜା ମଲିକ, ଉର୍ମିଳା ମଲିକ, ଦିପୁ ଗୋଛୟତ, ଶେକ ଆଜିମଉଦିନ,ସଂଜୀବ ନାୟକ, ଅଜିତ ସାହୁ, ଜନ୍ମେଞ୍ଜୟ ମିଶ୍ର, ଶ୍ରୀକାନ୍ତ ଜେନା, ସ୍ମୃତି ରଞ୍ଜନ ପରିଡା, ବିନୋଦ କୁମାର ପ୍ରଧାନ, ମେନକା ବେହେରା, ବନିତା ବେହେରା, ସତ୍ୟବ୍ରତ ବେହେରା ଓ ସାଇକ୍ଲୋନି ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।

 

Comments (0)
Add Comment