କରୋନା ଯୁଦ୍ଧରେ ହାରିଗଲେ ଦେବାଶିଷ

ଭୁବନେଶ୍ୱର,୧୯/୬(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ‌ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା। କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ୫୬ ବର୍ଷ ରେ ପଦାର୍ପଣ କରିଥିବା ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ପୋଲିସ ଡିଜି ଅଭୟ ଶୋକ ବ୍ୟକ୍ତ କରିବାସହିତ ଦେବାଶିଷ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ। କଠିନ ପରିଶ୍ରମ, ଅଖଣ୍ଡତା, ଆନ୍ତରିକତା, ନେତୃତ୍ବ ଓ ନମ୍ରତା ପାଇଁ ସର୍ବଦା ମନେ ରହିବେ। ସେ ଜଣେ ସୁଲେଖକ ଥିଲେ, ଏହା ସହ ମୋର ଭଲ ବନ୍ଧୁ ବି ଥିଲେ ବୋଲି କହିଛନ୍ତି ଅଭୟ ।

Comments (0)
Add Comment