ଡକାୟତ ଗ୍ୟାଙ୍ଗକୁ ଧରିଲା ଜଟଣୀ ପୋଲିସ

ଜଟଣୀ, ୩୦/୧(ଏସ୍‌ଏସ୍‌ନିୟୁଜ)ଜଟଣୀ ଥାନାପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛିା ଡକାୟତି କରିବାକୁ ଯୋଜନା କରିଥିବାବେଳେ କୈାଣସି ସୁତ୍ରରୁ ଖବରପାଇ ପୋଲିସ ଚଢାଉକରି ଆଇଆଇଟି ତରବୋଇରାସ୍ତାରୁ ଗିରଫ କରିଥିଲେ ।ସେମାନେହେଲେ ଏହିଥାନା ଅଂଚଳର ଏସକେ ଆଜିମ୍‌,ରେହେମାତ ସରିଫ,ରଘୁନାଥଦାସ,ଋଞନବାରିକ ।ସେମାନଙ୍କଠାରୁ ପୋଲିସ ଲୁହାରଡ,ଭୁଜାଲି,ଖଣ୍ଡା କୁ ଜବତକରି ୬୭/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।ସେହିଭଳିଭାବେ ଅନ୍ୟ ଏକ ଘଟଣାରେ ବାଇକଚୋରୀ ଗ୍ୟାଙ୍ଗକୁ ମଧ୍ୟ ଧରିଛି ।ସେମାନଙ୍କଠାରୁ ୧୦ଟି ଚୋରା ବାଇକ ଜବତ କରିଛି । ସେମାନେହେଲେ ତିରୁମଲର ରଘୁନାଥସେଠୀ,ପଦନପୁରର ରାଜେନ୍ଦ୍ରମହାପାତ୍ର ।ଏମାନେ ଜଟଣି ଡେଲାଙ୍ଗ,ଖୋର୍ଦ୍ଧା,ଭୁବନେଶ୍ୱର ଆଦି ଅଂଚଳରୁ ଏହି ବାଇକ ଗୁଡିକୁ ଚୋରୀ କରିଥିବାର ପୋଲିସ ଜାଣିବାକୁ ପାଇଛି ।୪୪/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି ସେମାନଙ୍କୁ କୋର୍ଟଚାଳଣ କରିଛି ।ଅନ୍ୟ ଏକ ଘଟଣାରେ ଜଣଙ୍କ ଘରୁ ପାଣିପମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିଥିବା ଅଭିଯୋଗରେ ସଞୟନାୟକ,ନାଲୁନାୟକଙ୍କୁ ଗିରଫ କରି ୬୫/୨୧କେଶନଂରେ ଏକ ମକଦ୍ଦାମ ରୁଜୁକରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

Comments (0)
Add Comment