ଡକାୟତି ପୂର୍ବରୁ ଧରିଲା ପୋଲିସ

ଜଟଣୀ,୧୦।୬(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ପାଟ୍ରୋଲିଂଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ।ଏହି ସମୟରେ ବେଲପଡା ମଶାଣି ପଡିଆ ହନୁମାନମନ୍ଦିର ନିକଟରେ ତପୁ ଓରଫ ଚନ୍ଦ୍ରକାନ୍ତ ହରିଚନ୍ଦନ ଓ ତାର ସହଯୋଗୀ ପିସ୍ତଲ ରଖିବା ସହ ମୋଟର ସାଇକେଲ ଉପରେ ବସି ଅପରାଧିକ ଷଡଯନ୍ତ୍ର କରୁଥିବା ନେଇ ସୂଚନା ପାଇଥିଲେ । ପାଟ୍ରୋଲିଂ ଟୀମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପଦନପୁର ତଳସାହିର ତପୁ ଓରଫ ଚଦ୍ରକାନ୍ତ ହରିଚାନ୍ଦନଙ୍କୁ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ,ଜୀବନ୍ତ ଗୁଳି,ଓଡ଼ି ୩୩ଏକ୍ସ-୪୦୨୧ନମ୍ବର ବୁଲେଟ,ମୋବାଇଲ ଫୋନକୁ ଜବତ କରିଛି ।ପୋଲିସ ୨୨୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତପୁକୁ କୋର୍ଟ ଚାଲଣ କରିଛି।

Comments (0)
Add Comment