ଦୁର୍ବୁତ ଲଗାଇଲେ ହିରୋହୁଣ୍ଡାରେ ନିଆଁ

ଡେଲାଙ୍ଗ,୨୮/୨(ଏସଏସନିୟୁଜ) ଡେଲାଙ୍ଗ ଥାନା ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମରେ ଏକ ହିରୋହୁଣ୍ଡା ମଟର ସାଇକେଲଟିକୁ କେହି ଦୁର୍ବୁତ ନିଆଁ ଲାଗାଇ ପୋଡିଦେଇଛି ।ଗାଡିମାଲିକ ଶିବ ବାରିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି ।
ଶିବ ଡେଲାଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ପ୍ରତିଦିନ ପରିନିଜ ଘର ଆଗରେ ନିଜର ଓଡି- ୧୩- ଇି- ୪୨୫୮ ହିରୋହୁଣ୍ଡା ମଟର ସାଇକେଲଟିକୁ ରଖିଥିଲେ ।ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ହେବାରୁ ଶିବଙ୍କ ପରିବାର ସହିତ ପଡୋଶୀ ଉଠି ଦେଖିବାବେଳକୁ ମଟର ସାଇକେଲଟି ଜଳୁଅଛି ।ହୁତୁହୁତୁ ହୋଇ ଜଳୁଥିବା ମଟର ସାଇକେଲରେ ଲାଗିଥିବା ନିଆଁ କୁ ଲିଭାଇବାକୁ ଚେଷ୍ଟାକରିଥିଲେ ସୁଦ୍ଧ।  ଗାଡିଟି ସମ୍ପୁର୍ଣ୍ଣ ପୋଡି ଯାଇଥିଲା ।

Comments (0)
Add Comment