ଭୁବନେଶ୍ୱର,୧୬।୧୨(ଏସଏସନିଉଜ)ସର୍ବ ଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।ତୃତୀୟ ଦିବସର ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମ ମ୍ୟାଚ ରେ ବାଞ୍ଚାମଣି କ୍ଲବ୍ ଟାଙ୍ଗିବନ୍ତ ୪/୩ ଟାଇବ୍ରେକରରେ ୪୨ମୌଜାର ଦେଉଳି କ୍ଲବକୁ ପରାସ୍ତ କରି କ୍ୱାଟର ପ୍ରବେଶ କରିଛି।ଦ୍ୱିତୀୟ ମ୍ୟାଚରେ ବୋଧପୁର ଫୁଟବଲ କ୍ଲବ୍ ୫/୩ଟାଇ ବ୍ରେକରରେ ଇସଲାମ ଚାନ୍ଦ କ୍ଲବକୁ ପରାସ୍ତ କରି କ୍ୱାଟର ପ୍ରବେଶ କରିଛି।
ଗ୍ରାମାଞ୍ଚଳ ଏ ଡିଭିଜନର ପ୍ରଥମ ମ୍ୟାଚ ରେ ଜୟ ଜଗନ୍ନାଥ ମୁଣ୍ଡମୁହାଣ ୨/୦ଗୋଲରେ ପୂରଣ ଫୁଟବଲ କ୍ଲବ୍ କୁ ହରାଇ କ୍ୱାଟର ପ୍ରବେଶ କରିଛି।
ଦ୍ୱିତୀୟମ୍ୟାଚ ପ୍ରତାପ କ୍ଲବ୍ ପ୍ରତାପ ନଗରୀ ୩/୨ଗୋଲରେ ବେଲିସ୍ୱରି କ୍ଲବ ବେଲଗଛିଆକୁ ପରାସ୍ତ କରି କ୍ଵାଟରରେ ପ୍ରବେଶ କରିଛି।
ସହରାଞ୍ଚଳରେ ଜାଗା ୟୁନାଇଟେଡ କ୍ଲବ୍ ୭/୪ ଟାଇବ୍ରେକରରେ ଓଡ଼ିଶା ପୋଲିସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।ଖେଳର ପ୍ରଥମାର୍ଦ୍ଧରେ ଜାଗା ୟୁନାଇଟେଡ ପକ୍ଷରୁ ୧୨ନମ୍ୱର ଜର୍ସି ୩୪ତମ ମିନିଟରେ ଏକ ଗୋଲ କରିଥିଲେ।ଦିତୀୟାର୍ଦ୍ଧର ୭୪ତମ ମିନିଟ ରେ ଏକ ଗୋଲରେ ଜର୍ସି ନମ୍ୱର ୧୪ ଖେଳକୁ ସମାନ୍ତର କରିଥିଲେ।ଫଳରେ ଟ୍ରାଇବେକରରେ ନିଷ୍ପତ୍ତି ନିଆଯାଇଥିଲା।(ଜିତ ରାଉତଙ୍କ ରିପୋର୍ଟ)